ଜୟପୁର ସହରର ବହୁ ସ୍ଥାନରେ ମାଳମାଳ ଅସୁରକ୍ଷିତ କୋଠା, ପ୍ରଶାସନ ନିରବ

ଜୟପୁର : ଜୟପୁର ସହରରେ ବହୁ ସ୍ଥାନରେ ରହିଛି ଅସୁରକ୍ଷିତ କୋଠା। କେଉଁ ଘର କାନ୍ଥ ଭାଙ୍ଗିଛି ତ’ କେଉଁଠି ଛାତ ପଡିଯିବା ଅବସ୍ଥାରେ। ଅବ୍ୟବହୃତ ଘରକୁ ଆସାମିଜକ ବ୍ୟକ୍ତି ଆଡ୍ଡାସ୍ଥାଳୀ କରିଛନ୍ତି। ପ୍ରାଶସନ ପକ୍ଷରୁ ଏହି କୋଠା ଗୁଡିକୁ ସମ୍ପୂର୍ଣ୍ଣର୍ ଭାବେ ଭଙ୍ଗା ଯାଉନାହିଁ କିମ୍ବା ତାହାକୁ ମରାମତି କରାଯାଉନାହିଁ।

ସହରରେ ରାଜ ରାଜଡୁଆ ଅମଳରୁ ବିଭିନ୍ନ ଘର ରହିଛି। ଏଥିସହ ପୂର୍ବରୁ ନିର୍ମାଣ ହୋଇଥିବା କିଛି ବାସଗୃହ ଅସୁରକ୍ଷିତ ଯୋଗୁଁ ଖାଲି ପଡିଛି। ଘର ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ସେଠାରେ ଗଛ ଉଠି ଜଙ୍ଗଲ ହେଲାଣି। କବାଟ ଝରକା ସହିତ ବହୁ ସାମଗ୍ରୀ ଚୋରୀ ହୋଇଗଲାଣି। ଏଥିସହ ଉକ୍ତ ଗୃହ ସମ୍ମଖରେ ସ୍ଥାନୀୟ ଲୋକେ ଅଳିଆ ଆବର୍ଜନା ପକାଇ ଡମ୍ପିଂୟାର୍ଡରେ ପରିଣତ କରିଛନ୍ତି। ସ୍ଥାନୀୟ ଗୋପବନ୍ଧୁ ନଗର ଛକ ଠାରେ ବହୁ ବାସଗୃହ ଖାଲି ପଡିଥିବା ବେଳେ ସେଠାରେ କେହି ରହୁନଥିବାରୁ ବୁଦାରେ ଭର୍ତ୍ତି ହୋଇଛି। ସନ୍ଧ୍ୟା ହେଲେ ସାମାଜିକଙ୍କ ଆଡା ସ୍ଥଳୀ ପାଲଟୁଛି। ସ୍ଥାନୀୟ କୁନ୍ଦାରୀଗୁଡା ସ୍ଥିତ ପୌରପାଳିକା କଲୋନିରେ ମଧ୍ୟ ବହୁ କୋଠା ଅସୁରକ୍ଷିତ ଭାବେ ରହିଛି। ସେଠାରେ ବହୁ ଘର ଖାଲି ପଡିଥିବା ବେଳେ ଅନ୍ୟ କେତୋଟି ଗୃହରେ କିଛି ଲୋକ ରହୁଛନ୍ତି। ଏହି ଗୃହ ଗୁଡିକୁ ଅସୁରକ୍ଷିତ ଭାବେ ଚିହ୍ନଟ କରି ବ୍ୟବହାର ନକରିବା ପାଇଁ ନିୟମ ରହିଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ। ଲୋକଙ୍କୁ ବିପଦ ମଧ୍ୟରେ ଛାଡିଦେଇ ନିରବ ବସିଛି ପ୍ରଶାସନ।

ମୁଖ୍ୟ ରାସ୍ତାରେ ଥିବା ଏସ୍‌ଡିଏମ୍‌ଓଙ୍କ ବାସଗୃହକୁ ଭାଙ୍ଗି ସେଠାରେ ପାର୍କିଂ ସ୍ଥାନ କରାଯିବା ପାଇଁ ଯୋଜନା ରହିଥିବା ବେଳେ ପ୍ରଶାସନ ତାହାକୁ ଅଧା ଭାଙ୍ଗି ଛାଡିଦେଇଛି। ସେହିପରି ମୁଖ୍ୟ ରାସ୍ତାରେ ଥିବା ରେଭିନ୍ୟୁ ଡାକ ବଙ୍ଗଳାରେ କୌଣସି କାର୍ଯ୍ୟରେ ଆସୁନଥିବାରୁ ଫାଟକରେ ତାଲା ଝୁଲି ରହୁଛି। ବ୍ୟବହାର ହେଉନଥିବାରୁ ସେଠାରେ ମଧ୍ୟ ଅନାବନା ଗଛରେ ଭର୍ତ୍ତି ହୋଇରହିଛି। ଏଥିସହ ଉକ୍ତ ଗୃହ ସମ୍ମୁଖରେ ଗାଡି ଚାଳକ ଟ୍ୟାକ୍ସି ଷ୍ଟାଣ୍ଡ କରିଦେଇଛନ୍ତି। ଏଥିସହ ସ୍ଥାନୀୟ ରେଭିନ୍ୟୁ କଲୋନୀ ନିକଟରେ ମଧ୍ୟ ଏହିପରି ଅସୁରକ୍ଷିତ କୋଠା ରହିଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ଟାଉନ ହଲ ପରିସରରେ ମଧ୍ୟ ଏହିପରି କିଛି କୋଠ ରହିଥିବା ବେଳେ ଅନ୍ୟ କେତୋଟିରେ କିଛି ଲୋକେ ମଧ୍ୟ ରହୁଛନ୍ତି। ଏନେଇ ରାସ୍ତା ଓ ଗୃହ ନିର୍ମାଣ ବିଭାଗ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର