ଯାଜପୁର: ଶନିବାର ପୂର୍ବାହ୍ନ ପ୍ରାୟ ୧୦: ୩୦ ବେଳେ ଯାଜପୁର ରୋଡ୍ ଅହମଦ ନଗର ଓଭର୍ବ୍ରିଜ୍ ନିକଟରେ ପୁରୀ ପାସେଞ୍ଜର୍ ଟ୍ରେନ୍ ଧକ୍କା ଖାଇ ଜଣେ ମାଆ ଓ ତାଙ୍କର ଝିଅଙ୍କର ମୃତ୍ୟୁ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ମାଆ ହେଉଛନ୍ତି ୬୫ ବର୍ଷୀୟ କାଠି ରଣା ଓ ତାଙ୍କ ଝିଅ ହେଉଛି ୪୦ ବର୍ଷୀୟ ଗୁରୁବାରୀ। ସେମାନଙ୍କ ଘର ଯାଜପୁର ସହରର ଅନତିଦୂରରେ ଥିବା ଚାନ୍ଦମା ଗ୍ରାମରେ।
ପ୍ରାଥମିକ ସୂଚନା ଅନୁସାରେ ପାରିବାରିକ କଳହ କାରଣରୁ ମାଆ ଜୀବନ ହାରିବା ଲାଗି ରେଳଧାରଣା ଉପରକୁ ଚାଲିଯାଇଥିଲେ। ଏତିକି ବେଳେ ହାଓଡ଼ାରୁ ପୁରୀ ଅଭିମୁଖେ ପାସେଞ୍ଜର୍ ଟ୍ରେନ୍ ଆସୁଥିଲା। ଝିଅ ଗୁରୁବାରୀ ରେଳ ଧାରଣା ଉପରକୁ କାଠିଙ୍କୁ ଟାଣି ଆଣିବାକୁ ଚେଷ୍ଟା କରିବା ବେଳେ ପଡ଼ିଯାଇଥିଲେ ଏବଂ ଗାଡ଼ି ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।
ଘଟଣାସ୍ଥଳରେ ଜିଆର୍ପି ପୁଲିସ ପହଞ୍ଚି ଶବ ଦୁଇଟିକୁ ଜବତ କରିବା ସହ ତାଙ୍କ ପରିବାରକୁ ଖବର ଦେଇଛନ୍ତି।