ଆଠଗଡ଼ : ଆଠଗଡ ଥାନା ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ ଗୁରୁବାର ମଧ୍ୟରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ମଶାବତିରୁ ନିଆଁ ଲାଗିବା ଫଳରେ ଘରେ ଶୋଇଥିବା ଲଳିତ କୁମାର ସାହୁଙ୍କ ସ୍ତ୍ରୀ ଜିନାଜିନି ସାହୁ(୩୦) ଗୁରୁତର ଆହତ ଅବସ୍ଥାରେ କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ମଧ୍ୟରାତ୍ରିରେ ମୃତ୍ୟୁବରଣ କରିଛନ୍ତି। ଗୁରୁତର ଆହତ ହୋଇଥିବା ଝିଅ ଅର୍ପିତା (୧୨) କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା ବେଳେ ପୁଅ ଆଶିଷ(୯) କଟକ ବଡ ଡାକ୍ତରଖାନାର ସର୍ଜିକାଲ ବର୍ଣ୍ଣ୍ ୱାର୍ଡର ୨୦୬ ନଂ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ମା’ ଜିନାଜିନିଙ୍କ ମୃତ୍ୟୁପରେ ତାଙ୍କର ଶବକୁ କଟକ ବଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ବେଣ୍ଟପଦାରେ ଅନ୍ତିମ ସଂସ୍କାର କରାଯାଇଛିା ଆହତ ଝିଅ ଅର୍ପିତା ଓ ପୁଅ ଆଶିଷଙ୍କ ଚିକିତ୍ସା ଲାଗି ସ୍ଥାନୀୟ ସରପଞ୍ଚ କନକ ସାହୁଙ୍କ ତତ୍ୱାବଧାନରେ ସ୍ଥାନୀୟ ଗ୍ରାମବାସୀ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି ।
ମଶାବତିରୁ ନିଆଁ ଲାଗିବା ଘଟଣା : ମା’ ମୃତ, ଝିଅ-ପୁଅ ଗୁରୁତର
/sambad/media/post_attachments/wp-content/uploads/2018/07/dead-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)