ହାତୀ ଆକ୍ରମଣରେ ମା, ଶିଶୁ ମୃତ

ଘଟଗାଁ : ମା’ ତାରିଣୀ ମନ୍ଦିରଠାରୁ ମାତ୍ର ୧ କିଲୋମିଟର ଦୂର ଦୁଃଖବାହାଳି ଗାଁ’ରେ ରହୁଥିବା ମଲ୍ଲାର ସଂପ୍ରଦାୟର କାନ୍ଦରା ମଲ୍ଲାର ଓ ତାଙ୍କର ବର୍ଷକର ଶିଶୁପୁତ୍ରକୁ ଆଜି ଏକ ହାତୀ ଆକ୍ରମଣ କରି ମାରିଦେଇଛି। ହାତୀ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାନ୍ଦରାଙ୍କ ସ୍ୱାମୀ ବିଦେଶୀ ମଲ୍ଲାର। ଖବର ଅନୁଯାୟୀ ହିଂସ୍ରମୁଖା ଏହି ହାତୀଟି ଗୋଠଛଡା ହୋଇ ଆଖପାଖ ଅଞ୍ଚଳରେ ଏକୁଟିଆ ବୁଲୁଛି। ଆଜି ରାତି ପ୍ରାୟ ୯ଟା ବେଳେ ହାତୀଟି ମଲ୍ଲାରମାନେ ରହୁଥିବା ଜଙ୍ଗଲରେ ପଶି ଯାଇଥିଲା। ହାତୀକୁ ଦେଖି ମଲ୍ଲାରମାନେ ଦୌଡ଼ି ପଳାଇଯିବା ସମୟରେ ମା, ଛୁଆଙ୍କୁ ପାଖରେ ପାଇ ହାତୀଟି ଦଳି ଦେଇଥିଲା।

ସମ୍ବନ୍ଧିତ ଖବର