ପୋଖରୀରେ ବୁଡ଼ି ମା’ ଓ ୨ ପୁଅ ମୃତ

ପାରଳାଖେମୁଣ୍ଡି  : ଗତ ସନ୍ଧ୍ୟାରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରବନ୍ଧା ଗ୍ରାମର ଏକ ବନ୍ଧକୁ ଗାଧୋଇବାକୁ ଯାଇଥିବା ମା’ ଓ ଦୁଇ ପୁଅ ବୁଡ଼ି ଯିବା ଫଳରେ ପ୍ରାଣ ହରାଇଛନ୍ତି । ସେମାନେ ହେଲେ ଯୋଗେଶ କୁମାର ସାହୁକାରଙ୍କ ପତ୍ନୀ ବାଣୀଶ୍ରୀ ସାହୁକାର(୪୦), ପୁଅ ଶୁଭମ୍‌ ସାହୁକାର(୧୪) ଓ ଚନ୍ଦନ ସାହୁକାର(୧୨)।  ପ୍ରତ୍ୟେକ ଦିନ ପରି ନିଜର ଖୁଚୁରା ଠେଲା ଜଳଖିଆ ଦୋକାନର କାର୍ଯ୍ୟ ସାରିବା ପରେ ଗତ ସଂଧ୍ୟାରେ ଯୋଗେଶ, ବାଣୀଶ୍ରୀ, ଶୁଭମ୍‌ ଓ ଚନ୍ଦନ ଶୌଚ ଓ ସ୍ନାନ କରିବା ପାଇଁ ବନ୍ଧକୁ ଯାଇଥିଲେ। ଜଗା ଶୌଚ କରିବା ପାଇଁ ଦୂର ପଡ଼ିଆକୁ ଚାଲି ଯାଇଥିବା ବେଳେ ବାଣୀଶ୍ରୀ ଓ ଦୁଇ ପୁଅ ଗାଧୋଉଥିଲେ। ଏତିକିବେଳେ ଦୁଇ ପୁଅ ପାଣିରେ ହଠାତ ଲମ୍ଫ ମାରିଥିଲେ । କିନ୍ତୁ, ପାଣି ଗହୀର ଥିବାରୁ ଦୁହିଁଙ୍କୁ ବୁଡ଼ି ଯାଉଥିବା ଦେଖି ପାଖରେ ଥିବା ବାଣୀଶ୍ରୀ ଦୁଇ ପିଲାଙ୍କୁ ରକ୍ଷା କରିବା ପାଇଁ ପାଣି ମଧ୍ୟକୁ ଲମ୍ପ ମାରିଥିଲେ। ହେଲେ, ପିଲାଙ୍କୁ ଉଦ୍ଧାର କରିବାରେ ସଫଳ ହେବା ପରିବର୍ତ୍ତେ ନିଜେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ।

ସମ୍ବନ୍ଧିତ ଖବର