ସହିଦ ଅଜିତଙ୍କ ପରିବାରକୁ ଭେଟିଲେ ସାଂସଦ : ‘ସହିଦଙ୍କ ନାଁରେ ନାମିତ ହେବ ଗାଁ ଖେଳପଡ଼ିଆ’

କାମାକ୍ଷାନଗର : ସହିଦ ଅଜିତଙ୍କ ସ୍ମୃତି ରକ୍ଷା ପାଇଁ ତାଙ୍କ ନାମରେ ଗାଁ ଖେଳପଡ଼ିଆ ନାମିତ ହେବ। ପଡ଼ିଆର ଉନ୍ନତି କରାଯାଇ ସହିଦ ଅଜିତଙ୍କ ପ୍ରତିମୂର୍ତି ସ୍ଥାପନ ବ୍ୟବସ୍ଥା କରାଯିବ ଏବଂ ଏଥିପାଇଁ ସାଂସଦ ପାଣ୍ଠିରୁ ଆବଶ୍ୟକ ଅର୍ଥ ବ୍ୟୟ କରାଯିବ। ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ଆଜି ବଡ଼ସୁଆଁଳ ଗାଁକୁ ଯାଇ ସହିଦ ଅଜିତ ସାହୁଙ୍କ ପରିବାରକୁ ଭେଟିବା ପରେ ଏଭଳି ଘେ‌ାଷଣା କରିଛନ୍ତି। ସେ ତାଙ୍କ ବାପା ସ‌େ‌ନ୍ତାଷ ସାହୁ, ମା’ କୁମୁଦିନୀ, ଭାଇ ଆଲୋକ ସାହୁ ପ୍ରମୁଖଙ୍କୁ ସମବେଦନା ଜଣାଇବା ସହ ଆପଣମାନଙ୍କ ସହ ଆମେ ସବୁବେଳେ ଅଛୁ ବୋଲି କହିଥିଲେ।

ସାଂସଦ ଶ୍ରୀ ସାହୁଙ୍କ ସହିତ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ରାଷ୍ଟ୍ରୀୟ ସମ୍ପର୍କ ଅଧିକାରୀ ମାତୃପ୍ରସାଦ ମିଶ୍ର, ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡ଼ା, ପର୍ଜଙ୍ଗ ପଞ୍ଚାୟତ ସମିିତି ଅଧ୍ୟକ୍ଷ ଅକ୍ଷୟ ବେହେରା, ହିନ୍ଦୋଳ ପଞ୍ଚାୟତ ସମିିତି ଅଧ୍ୟକ୍ଷ ପ୍ରିୟ ରଂଜନ ମାହୁନ୍ତ, ସ୍ଥାନୀୟ ସରପଞ୍ଚ ପଠାଣି ସାମନ୍ତ ଖୁଣ୍ଟିଆ, ସମିତି ସଭ୍ୟ ରଶ୍ମିରଂଜନ ଖୁଣ୍ଟିଆ,ବାରୁଆଁ ସମିତି ସଭ୍ୟ ଦୀପକ ମାହୁନ୍ତ, ଜିଲ୍ଲାପରିଷଦ ସଭ୍ୟ ପ୍ରେମାନନ୍ଦ ସାହୁ, ଲିକୁ ନାୟକ, ମଦନ ବେହେରା, ଅଶୋକ ସାହୁ ପ୍ରମୁଖ ଥିଲେ।

ସମ୍ବନ୍ଧିତ ଖବର