ଓଡ଼ିଶାର ପ୍ରିୟଦର୍ଶିନୀ ପଣ୍ଡା ମିସେସ୍‌ ଇଣ୍ଟର୍‌ନ୍ୟାସନାଲ୍‌ ପ୍ରତିଯୋଗିତାରେ ଜିଣିଲେ ୩ ମୁକୁଟ

ସମ୍ବଲପୁର: ପୁଣି ରାଜ୍ୟର ଗୌରବ ବଢ଼ାଇଛନ୍ତି ଓଡ଼ିଶାର ସୁନାଝିଅ ପ୍ରିୟଦର୍ଶନୀ। ସମ୍ବଲପୁରର ପ୍ରିୟଦର୍ଶନୀ ପଣ୍ଡା ସିଙ୍ଗାପୁରଠାରେ ଆୟୋଜିତ ହୋଇଥିବା ‘ମିସେସ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ ପ୍ରତିଯୋଗିତାରେ ତିନଟି ମୁକୁଟ ଜିଣିବାରେ ସମର୍ଥ ହୋଇଛନ୍ତି। ପୂର୍ବରୁ ଗତ ମେ ମାସରେ ରାଜଧାନୀ ଦିଲ୍ଲୀଠାରେ ଅନୁଷ୍ଠିତ ମିସେସ୍‌ ଏସିଆ ପାସିଫିକ ପ୍ରତିଯୋଗିତାରେ ପ୍ରିୟଦଶନୀ ସଫଳତା ପାଇବା ପରେ ମିସେସ୍‌ ଇଣ୍ଟର୍‌ନ୍ୟାସନାଲ୍‌ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଥିଲେ।

ମିସେସ୍‌ ଇଣ୍ଟର୍‌ନ୍ୟାସନାଲ୍‌ ପ୍ରତିଯୋଗିତାରେ ବିଭିନ୍ନ ଦେଶର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ପ୍ରଥମେ ମାଲେସିଆ, ପରେ ଇଣ୍ଡୋନେସିଆ ଓ ଶେଷରେ ସିଙ୍ଗାପୁରରେ ଆୟୋଜିତ ହୋଇଯାଇଛି। ମହିଳାମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗିତାର ସାମ୍ନା କରି ଅନ୍ତିମ ପର୍ଯ୍ୟାୟ ପାଇଁ ସିଙ୍ଗାପୁରକୁ ମନୋନୀତ ହୋଇଥିଲେ।

ସିଙ୍ଗାପୁରର ଅର୍ଚ୍ଚିଡ୍‌ କଣ୍ଟ୍ରି କ୍ଲବରେ ଆୟୋଜିତ ହୋଇଥିବା ଏହି ଶେଷ ପର୍ଯ୍ୟାୟରେ ପ୍ରିୟଦର୍ଶନୀ ତିନଟି ବିଭାଗରେ ସଫଳତା ପାଇଛନ୍ତି। ସେ ‘ମିସେସ୍‌ ଇଣ୍ଡିଆ ଇଣ୍ଟ୍‌ରନାସ୍‌ନାଲ୍‌ ୨୦୧୮’, ‘ମୋଷ୍ଟ୍‍ ବିୟୁଟିଫୁଲ୍‌ ମମ୍‌ ଇଣ୍ଟର୍‌ନାସନାଲ୍‌ ୨୦୧୮’, ‘ ରୟାଲ ବିୟୁଟି ଇଣ୍ଟର୍‌ନାସ୍‌ନାଲ୍‌ ୨୦୧୮’ ମୁକୁଟ ହାସଲ କରିଛନ୍ତି। ତାଙ୍କୁ ‘ମିସେସ୍‌ ମିସେସ୍‌ ଇଣ୍ଟର୍‌ନ୍ୟାସନାଲ୍‌ ପ୍ରତିଯୋଗିତା ମଞ୍ଚରେ ଏକାଥରରେ ୩ଟି ମୁକୁଟ ପିନ୍ଧାଯାଇଛି।

ସମ୍ବନ୍ଧିତ ଖବର