ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ  ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନି

ମୁମ୍ବାଇ : ଓଡ଼ିଶାକୁ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ମୁମ୍ବଇରେ ରୋଡ ଶୋ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଶର ବିଶିଷ୍ଟ ଶିଳ୍ପପତିମାନଙ୍କୁ ଭେଟିବା ସହ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ତଥା ଦେଶର ୧ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି, ଫ୍ୟୁଚର ଗ୍ରୁପ ମୁଖ୍ୟ କିଶୋର ବିୟାନି, ମହିନ୍ଦ୍ରା ଗ୍ରୁପ ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ଟାଟା ଷ୍ଟିଲ ଏମଡି ଟିଭି ନରେନ୍ଦ୍ରନ ପ୍ରମୁଖ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ବେଳେ ମୁକେଶ ଅମ୍ବାନିଙ୍କ ସହ ତାଙ୍କ ପୁତ୍ର ଆକାଶ ଅମ୍ବାନି ଉପସ୍ଥିତ ଥିଲେ ।

 

ଓଡ଼ିଶାରେ ନିବେଶ ପାଇଁ ଅନୁକୂଳ ବାତାବାରଣ ରହିିଛି ଓ ଶିଳ୍ପ ପାଇଁ ସରକାରଙ୍କ ତରଫରୁ ସବୁପ୍ରକାରର ସହାୟତା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଓଡ଼ିଶାରେ ନାସନାଲ ଇନଭେଷ୍ଟମେଣ୍ଟ ମାନୁଫାକଚରିଂ ଜୋନ, କଳିଙ୍ଗନଗର, ଖୋର୍ଦ୍ଧା ଓ ଛତାବରଠାରେ ଫୁଡ ପ୍ରସୋସିଂ ପାର୍କ, ପାରାଦୀପର ପ୍ଲାଷ୍ଟିକ ପାର୍କ ଓ ଅନୁଗୁଳର ଅଲୁମିନିୟମ ପାର୍କ ରେ ନିବେଶ ପାଇଁ ସେ ଶିଳ୍ପାନୁଷ୍ଠାନମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେକ ଇନ ଓଡ଼ିଶା ସମ୍ମିଳନୀ ପାଇଁ ଶିଳ୍ପପତିମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ସେ ମେକ ଇନ ଓଡ଼ିଶା ୨୦୧୮ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲର ଉନ୍ମୋଚନ କରିଛନ୍ତି ।

ସମ୍ବନ୍ଧିତ ଖବର