କଂସ ଦରବାରରେ ମୁମ୍ବାଇ ଡବାବାଲା ସମ୍ମାନିତ

ମଥୁରାନଗରୀ : ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ତୃତୀୟ ଦିନରେ ମହାରାଜ କଂସ ରଙ୍ଗମହଲଠାରେ ମୁମ୍ବାଇ ଡବାବାଲା ଟିମ୍‌ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ରିତେଶ ଅ‌େନ୍ଦ୍ର ଓ ସୁନୀଲ ସିନ୍ଧେଙ୍କୁ ସମ୍ମାନିତ କରିବା ସହିତ ଆଶୀର୍ବାଦ ଦେଇଛନ୍ତି। ମୁମ୍ବାଇରେ ଅଗଣିତ ଲୋକଙ୍କୁ ସ୍ବାଦିଷ୍ଟ ଖାଦ୍ୟ ଠିକଣା ସମୟରେ ଯୋଗାଇ ଦେଉଥିବାରୁ ମହାରାଜ କଂସ ଡବାବାଲାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏଭଳି ନିଆରା କାର୍ଯ୍ୟ ଦେଶର ଅନ୍ୟ ସହରରେ ମଧ୍ୟ କାର୍ଯ୍ୟକାରୀ ହେଉ ଏବଂ ଏହି ବ୍ୟବସ୍ଥା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟୁ ବୋଲି ମହାରାଜ କଂସ ଆଶାବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର