କେନ୍ଦୁଝରରେ ବର୍ବରତା ସୀମା ଲଙ୍ଘିଲା : ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରଥମ ରାଜନୈତିକ ହିଂସାକାଣ୍ଡ

ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ରଙ୍କୁ ବୀଭତ୍ସ ହତ୍ୟା

ଆନନ୍ଦପୁର: ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଦୁର୍ବଳ ପୁଲିସ ବ୍ୟବସ୍ଥାର ନଗ୍ନ ନମୁନା ଆଜି ପୁଣି ଥରେ କେନ୍ଦୁଝର ଜିଲ୍ଲାରେ େଦଖିବାକୁ ମିଳିଛି। ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରଥମ ରାଜନୈତିକ ହିଂସାକାଣ୍ଡ ଘଟିଛି ଏହି ଜିଲ୍ଲାର ଘଷିପୁରା ଅଞ୍ଚଳରେ। ମଙ୍ଗଳବାର ବିଜେଡି େଯାଗଦେବା ପୂର୍ବରୁ ଘଷିପୁରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା(୬୦)ଙ୍କୁ େସହି ଦଳର ଆଉ େଗାଟିଏ େଗାଷ୍ଠୀ ସୋମବାର ରାତିରେ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ହତ୍ୟାକାରୀ ଏତେ ନୃଶଂସ ଓ ଦୁର୍ଦାନ୍ତ େଯ ରାମଚନ୍ଦ୍ରଙ୍କର ହାତ େଗାଡ଼ କାଟି ଦେଇଥିଲେ। ସେ ରକ୍ତ ଜୁଡୁବୁଡୁ େହାଇ ଛଟପଟ େହଉଥିବା ବେଳେ କଟାହାତ େନଇ ଚାଲିଯାଇଥିଲେ ଦୃର୍ବୃତ୍ତ।

ଏହି ଘଟଣା ଆଜି ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି। େଖାଦ ରାଜ୍ୟର ପୁଲିସ ମହାନିେର୍ଦଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହା ରାଜନୈତିକ ହତ୍ୟାକାଣ୍ଡ ନୁହେଁ, ବରଂ ପୂର୍ବ ଶତ୍ରୁତାରୁ ଅପରାଧୀ ଏଭଳି କାଣ୍ଡ ଭିଆଇଛନ୍ତି େବାଲି କହିଥିଲେ ହେଁ ସତ ପଦାକୁ ଚାଲିଆସିଛି। ପ୍ରାରମ୍ଭିକ ତଦନ୍ତ ପରେ ପୁଲିସ େଯଉଁ ତିନି ଜଣଙ୍କୁ ଗିରଫ କରିଛି, େସମାନଙ୍କ ସହିତ ଶାସକ ବିଜେଡି ନେତାଙ୍କର ସଂପର୍କ ରହିଛି। କେବଳ ସେତିକି ନୁହଁ, ଏମାନେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ େଗାଷ୍ଠୀର େବାଲି ବି ସୂଚନା ମିଳିଲାଣି।ସେପଟେ ରାମଚନ୍ଦ୍ରଙ୍କ ଝିଅ ଅଭିଯୋଗ କରିଛନ୍ତି େଯ ଜିଲ୍ଲା ପରିଷଦ ସଭ୍ୟ ନିବେଦିତା ପୃଷ୍ଟିଙ୍କର ସ୍ବାମୀ ରଂଜିତ ପୃଷ୍ଟି ହିଁ ଘଟଣାର ମୁଖ୍ୟ ଆସାମୀ। ପୁଲିସ କିନ୍ତୁ ଏଯାଏ ରଂଜିତଙ୍କୁ ଗିରଫ କରିପାରିନାହିଁ।

ମିଳିଥିବା ସୂଚନା ଅନୁସାରେ, ରାମଚନ୍ଦ୍ର ବେହେରା ସ୍ଥାନୀୟ ଅଞ୍ଚଳରେ ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ ଥିଲେ। ପୂର୍ବରୁ ଧରଣୀଧର କଲେଜ ଛାତ୍ରସ˚ସଦର ସଭାପତି ଓ ପରେ କ˚ଗ୍ରେସ ସମର୍ଥନରେ ଆନନ୍ଦପୁର ବ୍ଳକର ଅଧୢକ୍ଷ େହାଇଥିଲେ। ୨୦୧୪ ନିର୍ବାଚନରେ ସନାସେନା ସମର୍ଥନରେ ଘଷିପୁରା ବିଧାନସଭା ଆସନ ଲାଗି ପ୍ରାର୍ଥୀ େହାଇଥିଲେ। କିଛିଦିନ ତଳେ କ˚ଗ୍ରେସ ତାଙ୍କୁ ଜିଲ୍ଲା ଉପସଭାପତି ଦାୟିତ୍ବ ଦେଇଥିଲା। ଗତ କିଛି ଦିନ େହଲା ବିଜେଡି ସହିତ ତାଙ୍କର ସଂପର୍କ ବଢୁଥିଲା। ସେ ବିଜେଡ଼ିରେ ମିଶିବାକୁ ଯୋଜନା କରିଥିଲେ। ଏଥିପାଇଁ ସେ ସ୍ଥାନୀୟ ଗ୍ରାମଗୁଡିକରେ ବୈଠକ ଡାକି ନିଜର ସମର୍ଥକମାନଙ୍କ ସହିତ ଆଲୋଚନା କରିଥିଲେ। ସ୍ଥିର େହାଇଥିଲା ଯେ ମଙ୍ଗଳବାର ସେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଉପସ୍ଥିତିରେ ବିଜେଡ଼ିରେ ମିଶିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି େଶଷ େହାଇଥିଲା। ରାମଚନ୍ଦ୍ର ନିଜର ସମର୍ଥକଙ୍କୁ ନେଇ ବିଜେଡିରେ ଯୋଗଦେବା ଲାଗି ୧୮ଟି ଗାଡି ଭଡ଼ାପାଇଁ ମଧ୍ୟ ଅଗ୍ରୀମ ଦେଇଥିଲେ। ହେଲେ ରାମଚନ୍ଦ୍ରଙ୍କ ବିଜେଡି େଯାଗଦାନ ପ୍ରସ୍ତାବକୁ ଶାସକ ଦଳର କ୍ଷମତାଶାଳୀ େନତାମାନେ ଗ୍ରହଣ କରିପାରିନଥିଲେ। ଏପରିକି ଏହାକୁ କେନ୍ଦ୍ରକରି ରାମଚନ୍ଦ୍ରଙ୍କ ସମର୍ଥକ ଓ ସ୍ଥାନୀୟ ବିଜେଡ଼ି ଜିଲା ପରିଷଦ ସଦସ୍ୟାଙ୍କ ସମର୍ଥକଙ୍କ ଭିତରେ ଛକାପଞ୍ଝା ଲାଗି ରହିଥିଲା। ଦୁଇଦିନ ତଳେ ଏକ ଛୋଟ ଗଣ୍ତଗୋଳ ବି ହୋଇଥିଲା। ବିଜେଡ଼ିରେ ଯୋଗଦେଲେ ତାଙ୍କ ପତିଆରା ହ୍ରାସ ପାଇବ, ଏମିତି ଆଶଙ୍କା କରି ମନ୍ତ୍ରୀ ସମର୍ଥକମାନେ ରାମଚନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଛନ୍ତି େବାଲି ଅଭିେଯାଗ େହାଇଛି।

ରାମଚନ୍ଦ୍ରଙ୍କ ଝିଅ ମୀନାରାଣୀ ବେହେରାଙ୍କ କହିବା ଅନୁସାରେ ଗତକାଲି ରାତି ୧୦ଟା୧୫ରେ ବଡ଼ଏକତାଳି ଗ୍ରାମର ନୀର ପୃଷ୍ଟି ଓ ଆଉଜଣେ ଜାତୀୟ ରାଜପଥ କଡରେ ଥିବା ତାଙ୍କ ଘରକୁ ଆସି ବାପାଙ୍କୁ ଡାକିଥିଲେ। କିଛି ସମୟ ଘରେ ବସି କଥାବାର୍ତ୍ତା କରିବାପରେ ବାହାରେ ଅପେକ୍ଷା କରିଥିବା ଲୋକମାନଙ୍କୁ ଭେଟିବାକୁ େସମାେନ ଡାକି ନେଇଥିଲେ। ବାହାରେ ପୂର୍ବରୁ ପ୍ରସ୍ତୁତ ରହିଥିବା ୧୫ରୁ ଅଧିକ ସମର୍ଥକ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଖଣ୍ତା ଓ ଭୁଜାଲିରେ ଦୁଇହାତ ଓ ଗୋଡକୁ ହାଣିଦେବା ସହିତ ବାମହାତକୁ କାଟି ନେଇ ପଳାଇଥିଲେ।

ହାତ କାଟି ନେଇଗଲେ ଦୁର୍ବୃତ୍ତ, ରାଜ୍ୟରେ ହଇଚଇ
ମଙ୍ଗଳବାର ବିଜେଡିରେ ଯୋଗ ଦେଇଥାନ୍ତ
୩ ମନ୍ତ୍ରୀ ସମର୍ଥକ ଗିରଫ, ଉତ୍ତେଜନା; ରାଜପଥ ଅବରୋଧ

ବାପାଙ୍କ ପଛେପଛେ ଆସିଥିବା ମୀନାରାଣୀ ଏହି ବୀଭତ୍ସ ଦୃଶ୍ୟ ଦେଖିଥିଲେ ମଧ୍ୟ ଭୟରେ ପାଟି ଫିଟାଇ ପାରିନଥିଲେ। ଦୁର୍ବୃତ୍ତମାେନ ହାଣିଦେଇ ସେଠାରୁ ଫେରାର ହୋଇଯାଇଥିବା ବେଳେ ରାମଚନ୍ଦ୍ରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାରମ୍ଭିକ ଚିକିତ୍ସା ସହିତ ତୁରନ୍ତ କଟକ ନିଆଯାଉଥିବା ବେଳେ ଯାଜପୁରରୋଡ ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା। ସେଠାରୁ ତାଙ୍କୁ ପୁଣି ଆନନ୍ଦପୁରକୁ ଫେରାଇ ଅଣାଯାଇଥିଲା। ଖବର ପାଇ ଘଷିପୁରା ପୁଲିସ୍‌ ସୋମବାର ରାତିରେ ଚଢଉ କରି ବଡଏକତାଳି ଗ୍ରାମ ନିକଟ ଜଙ୍ଗଲରେ ଆତ୍ମଗୋପନ କରିଥିବା ସ˚ଜୀବ ପୃଷ୍ଟି, ନୀର ପୃଷ୍ଟି, ପୂର୍ଣ୍ଣଚନ୍ଦ୍ର ବୋଇତେଇଙ୍କୁ ଗିରଫ କରିଥିଲା। ସଂଜୀବ ପୃଷ୍ଟି ବିଜୁ ଯୁବ ବାହିନୀର ଧକୋଠା ପଞ୍ଚାୟତ ସଭାପତି ଅଛନ୍ତି। ଝିଅ ମୀନାରାଣୀଙ୍କ ଏତଲାକ୍ରମେ ଘଷିପୁରା ପୁଲିସ୍‌ ଏକ ମାମଲା ରୁଜୁ କରି ମୃତଦେହକୁ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି। ଏପଟେ ରାମଚନ୍ଦ୍ରଙ୍କ ହତ୍ୟା ଘଟଣା ସମ୍ପର୍କରେ ଖବର ମିଳିବାପରେ ଧକୋଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ମଙ୍ଗଳବାର ସକାଳ ସାଢେ ୭ଟାରୁ ଶହ ଶହ ସ୍ଥାନୀୟ ଲୋକ ଟାୟାର ଜାଳି ୨୦ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହି କାରଣରୁ ରାସ୍ତା ଉପରେ ଶହଶହ ଗାଡି ଅଟକି ରହିଥିଲା ଓ ଯାତ୍ରୀ ନାହିଁନଥିବା ଦୁର୍ଦଶାର ସମ୍ମୁଖୀନ େହାଇଥିଲେ। ଉତ୍ତ୍ୟକ୍ତ େଲାକେ ରାମଚନ୍ଦ୍ରଙ୍କ କଟା ପାପୁଲିକୁ ଫେରାଇବା ଓ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କରିଥିଲେ। ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିବାପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।

ଅନ୍ୟପକ୍ଷରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଗିରଫ ଉଦ୍ୟମ ଚାଲିଛି େବାଲି ଏସଡିପିଓ କହିଛନ୍ତି। ତେବେ ଗିରଫ ତିନିଜଣଙ୍କର ଶାସକ ବିଜେଡ଼ିର କ୍ଷମତାଶାଳୀ ଗୋଷ୍ଠୀ ସହିତ ନିବିଡତା କାରଣରୁ ମନ୍ତ୍ରୀ ବଦ୍ରି ପାତ୍ର ପୁଣି ଅଡୁଆରେ ପଡିଛନ୍ତି। ରାମଚନ୍ଦ୍ରଙ୍କୁ ହତ୍ୟା କରିବା ପଛରେ କ୍ଷମତାଶାଳୀ େଗାଷ୍ଠୀର ହାତ ନାହିଁ ତ? ଏମିତି ପ୍ରଶ୍ନ ଏବେ ସମଗ୍ର ଜିଲ୍ଲାରେ ଆେଲାଚନାର ବିଷୟ େହାଇଛି। ଏହି େଗାଷ୍ଠୀକୁ ବାରମ୍ବାର ରାଜ୍ୟ ସରକାର ସୁରକ୍ଷା େଯାଗାଇ େଦଉଥିବା କାରଣରୁ େଲାକେ ନାପସନ୍ଦ କରୁଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ ପୃଥିରାଜ କୁଅଁର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଏହି ହତ୍ୟାକାଣ୍ଡ ଶାସକ ଦଳର ଗୁଣ୍ଡାରାଜର ଏକ ନମୁନା। ଏହି ହତ୍ୟାକାଣ୍ଡରେ ବିଜେଡ଼ିର ଗୁଣ୍ଡାମାନେ ସମୃକ୍ତ। ଏଠାକାର ନେତା ଓ ମନ୍ତ୍ରୀଙ୍କର ବିନା ସମର୍ଥନରେ ଏଭଳି ହତ୍ୟାକାଣ୍ଡ ସମ୍ଭବ ନୁ‌ହେଁ। ତେବେ ଗତକାଲି ସନ୍ଧ୍ୟାବେଳେ ମନ୍ତ୍ରୀଙ୍କର ପୁଅ ଦେବାଶିଷ ପାତ୍ର ଧକୋଠା ଅଂଚଳରେ ଥିବାରୁ ତାଙ୍କର ଟେଲିଫୋନ କଲ ରେକର୍ଡ ଯାଞ୍ଚ କରାଯିବା ଉଚିତ ବୋଲି ସେ ଦାବି କରିଛନ୍ତି । ସେହିପରି କେଂଗ୍ରସର ସାଧାରଣ ସଂପାଦକ ଆଲୋକ ମିଶ୍ର କହିଛନ୍ତି, ରାଜନୈତିକ ଦୃଷ୍ଟିରୁ ରାମଚନ୍ଦ୍ର କଂଗ୍ରେସରେ ଥିଲେ। ପ୍ରତିଦ୍ବନ୍ଦ୍ବୀ ବିଜେଡ଼ି ଏଭଳି ହତ୍ୟାକାଣ୍ଡ ଭିଆଇଛି। ଏହାର ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କୁ ଗିରଫ କରାଯାଉ। ସେଠାରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସମର୍ଥକମାନେ ସବୁବେଳେ ଗୁଣ୍ଡାରାଜ ଚଳାଇ ଆସୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ଦିଗରେ ବି ଗୁରୁତ୍ବ ଦିଆଯିବା ଉଚିତ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର