କେନ୍ଦୁଝର : ମଦ ପାଇଁ ସାଙ୍ଗକୁ ହତ୍ୟା

କେନ୍ଦୁଝର : ମଦ ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୁର୍ଗାପୁର ଗାଁର ବିରଞ୍ଚି ମୁଣ୍ଡା ଓ ମାଟିଆଳ ସାହିର ସୁକୁଲାଲ୍ ମୁଣ୍ଡା ଦୁର୍ଗାପୁରର ଏକ ଦେଶୀ ମଦ ଭାଟିରେ ବସି ଏକାସଙ୍ଗେ ମଦ ପିଉଥିଲେ। ଏହି ସମୟରେ କିଛି କଥାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା। ଦୁହେଁ ହାତାହାତି ହୋଇଥିଲେ ଏବଂ ବିରଞ୍ଚି ମୁଣ୍ଡାର ମାଡ଼ରେ ସୁକୁଲାଲ୍ ମୁଣ୍ଡାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡ ପରେ ବିରଞ୍ଚି ମୁଣ୍ଡା ଯାଇ ଝୁମ୍ପୁରା ଥାନାରେ ଆତ୍ମସମର୍ପଣ କରିଥିଲା। ଆଜି ସକାଳେ ଝୁମ୍ପୁରା ଥାନା ଅଧିକାରୀ ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍ ଟିମ୍‌ଙ୍କ ଉପସ୍ଥିତରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛନ୍ତି। ଝୁମ୍ପୁରା ଥାନାରେ ଏ ସଂକ୍ରାନ୍ତରେ ନମ୍ବର ୧୧୯/୨୦୧୯ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର