ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରର ସୁବଳୟା ଥାନା ଅନ୍ତର୍ଗତ କୁଇପାଣି ଗ୍ରାମର ପ୍ରଦୀପ ବିଶ୍ବାଳଙ୍କୁ ଗତକାଲି ରାତିରେ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କର ବଡ଼ଭାଇ ଦିଲୀପ ବିଶ୍ବାଳ। ପ୍ରଦୀପ ବିଶ୍ବାଳଙ୍କୁ ୪୫ ବର୍ଷ ହୋଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ଗାଁରୁ ୫ କିଲୋମିଟର ଦୂରସ୍ଥ ଖଣ୍ଡାହତାରେ ଏକ ଔଷଧ ଦୋକାନ ରହିଛି। ସବୁଦିନଭଳି ଗତକାଲି ବି ପ୍ରଦୀପ ବିଶ୍ବାଳ ନିଜ ଦୋକାନ ବନ୍ଦ କରି ରାତି ୯ଟା ସମୟରେ ନିଜ ବାଇକ ନଂ ଓଆର -୦୫ କ୍ୟୁ ୩୨୫୯ରେ ଘରକୁ ଯାଉଥିଲେ। ରାସ୍ତାରେ ଏକ ଜଙ୍ଗଲ ପଡ଼େ। ସେହି ଜଙ୍ଗଲରେ କେହି ତାଙ୍କ ପଛ ପଟୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ପ୍ରଦୀପ ବିଶ୍ବାଳଙ୍କ ପ୍ରାଣହାନି ଘଟିଥିଲା। ତାଙ୍କ ନାକରୁ ରକ୍ତ ବାହାରୁଥିଲା। ସାଢ଼େ ୯ଟା ବେଳକୁ ଘରେ ନ ପହଞ୍ଚିବାରୁ ପ୍ରଦୀପ ବିଶ୍ବାଳଙ୍କ ଘର ଲୋକେ ତାଙ୍କୁ ଖୋଜିବାକୁ ଆସିଥିଲେ। ଜଙ୍ଗଲରେ ପ୍ରଦୀପ ବିଶ୍ବାଳ ପଡ଼ିଥିବାର ଦେଖିଥିଲେ।
/sambad/media/post_attachments/wp-content/uploads/2019/09/virmaharajpur1-300x169.jpg)
ସେମାନେ ତାଙ୍କୁ ନେଇ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏସଂପର୍କରେ ଖବର ପାଇବାପରେ ସୁବଳୟା ଥାନା ଅଧିକାରୀ ପ୍ରଦୀପ ପ୍ରଧାନ ଏବଂ ଏସଡିପିଓ ଧୀରଜ ଚୋକଦାର ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/medicine-shopkeeper-300x169-1.jpg)