ନବୀନଙ୍କୁ ଭେଟିଲେ ୪ ଜିଲ୍ଲାର ମୁସଲିମ ସଂଗଠନ : ରାଜ୍ୟରେ ଏନଆରସି ଲାଗୁ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ବର:  ଓଡ଼ିଶାରେ ଲାଗୁ ହେବନି  ଜାତୀୟ ନାଗରିକତା ରେଜିଷ୍ଟ୍ରାର (ଏନଆରସି) । ନାଗରିକତା ସଂଶୋଧନ ବିଲ(ସିଏବି)କୁ ସମର୍ଥନ କରିବା ପରେ ମୁସଲିମ୍ ସଂପ୍ରଦାୟଙ୍କ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସିଏବିକୁ ସମର୍ଥନ କରି ବିଜେଡ଼ି ସ୍ପଷ୍ଟ କରିଥିଲା ଯେ ନାଗରିକତା ସଂଶୋଧନ(ସିଏବି) ବିଲ ସହ ଏନଆସିର କୌଣସି ସମ୍ପର୍କ ନାହିଁ । ନାଗରିକତା ସଂଶୋଧନ ବିଲକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଥିବା ବେଳେ ରାଜ୍ୟରେ ମୁସଲମାନଙ୍କୁ ଏନଆରସି ଭୟରୁ ରକ୍ଷାକରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଏନଆରସି ଲାଗୁ ହେବ ନାହିଁ ବୋଲି ଅଭୟ ବାଣୀ ଶୁଣାଇଛନ୍ତି ନବୀନ ।

ନାଗରିକତା ସଂଶୋଧନ ବିଲ(ସିଏବି) ଆଇନରେ ପରିଣତ ହେବାପରେ ଆଜି ଆଜି  ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରାଜ୍ୟର ସଂଖ୍ୟାଲଘୁ ସଂପ୍ରଦାୟର ନେତା । ନୂଆ ଆଇନକୁ ନେଇ ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟରେ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି ।  ଏ ନେଇ ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ମୁସଲମାନ ସଙ୍ଗଠନର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ଭାବ୍ୟ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ନୂଆ ଆଇନ ଯୋଗୁଁ  ଆମେ ସୁରକ୍ଷିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଛନ୍ତି ।

ତେବେ ସବୁଠାରୁ ବଡ଼ କଥା ହେଲେ ସିଏବି ଓ ଏନଆରସି ଉଭୟ ବିଲକୁ ନେଇ ଏହି ଆଲୋଚନା ହୋଇଥିଲା ।  ରାଜ୍ୟରେ  ମୁସଲମାନ ସମ୍ପଦ୍ରାୟର କୌଣସି  ଅସୁବିଧା  ହେବନାହିଁ । ସରକାର ସେମାନଙ୍କର ସମସ୍ତଙ୍କର ଦାୟିତ୍ୱ ନେବେ । ତାଙ୍କର ସମସ୍ତ ହାନିଲାଭରେ ସେ ଛିଡ଼ାହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନଆରସି ରାଜ୍ୟରେ ଲାଗୁ ନ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୃତି ଦେଇଥିବା କହିଛନ୍ତି ମୁସଲମାନ ସଙ୍ଗଠନ ନେତା ।

ସମ୍ବନ୍ଧିତ ଖବର