ନିର୍ବନ୍ଧ ହୋଇଥାନ୍ତା,କେମିତି ମିଳିଲା ନିହାରୀକାଙ୍କ ମୃତଦେହ ?

କଟକ: କିଛି ଦିନ ପରେ ହୋଇଥାନ୍ତା ନିହାରୀକାଙ୍କ ନିର୍ବନ୍ଧ | କିନ୍ତୁ କେମିତି ମିଳିଲା ଜଗତସିଂହପୁର ବିଲୁଆଖାଇ ନଦୀରୁ ମୃତଦେହ | ଏବେ ଏହାର ତଦନ୍ତ କରୁଛି ପୁଲିସ | ମିଳିଥିବା ସୂଚନା ମୁତାବକ ରାଜା ଓ ନିହାରିକାର ବିବାହ ହୋଇଥାନ୍ତା । ଏଥିପାଇଁ ନିର୍ବନ୍ଧ ମଧ୍ୟ ହୋଇଥାନ୍ତା । ନୂଆ ଘର ତିଆରି ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିଲା । ନିହାରୀକା ନିଖୋଜ ହେବା ପରେ ୯ ତାରିଖ ଦିନ ରାଜା ହସ୍ପିଟାଲ ଯାଇଥିଲେ । ହେଲେ ୧୩ ତାରିଖରୁ ରାଜା ଘରେ ଫୋନ ଛାଡିଦେଇ ନିଖୋଜ ହୋଇଯାଇଥିବା ଅଭିଯୋଗ ବିରିଡି ଥାନାରେ ତାଙ୍କ ମା କରିଥିଲେ ।

ଏବେ ସାମ୍ନାକୁ ନିହାରୀକାଙ୍କ ଶେଷ ସିସିଟିଭି ଭିଡିଓ ଫୁଟେଜ ସାମ୍ନାକୁ ଆସିଛି | ଏହି ଫୁଟେଜଟି ନିହାରୀକା ଚାକିରି କରୁଥିବା ନର୍ସିଂହୋମର ବୋଲି ଜଣାପଡିଛି । ଭିଡିଓଟି ଗତ ୮ ତାରିଖର ସନ୍ଧ୍ୟା ସମୟର ବୋଲି ଜଣାପଡିଛି | ଏହି ଦିନ ହିଁ ନିଖୋଜ ହୋଇଯାଇଥିଲେ ନିହାରୀକା ।

ସେପଟେ ଏହି ହତ୍ୟାକାଣ୍ଡ ମାମଲାରେ ବିରିଡି ଥାନା ପୁଲିସ ହାଜିପୁର ଅଂଚଳରୁ ଗତକାଲି ୬ ଜଣଙ୍କୁ ଉଠାଇ ଆଣିଛି । ହତ୍ୟାକାଣ୍ଡ ପଛରେ ପ୍ରେମିକର ଭୂମିକା ଥିବା ସନ୍ଦେହ କରାଯାଉଛି। ପ୍ରେମିକ ରାଜା ଫେରାର ହୋଇଯାଇଥିବା ବେଳେ ରାଜାର ବାପା, ତା’ ଭାଇ, ତାର ସାଙ୍ଗ ଓ ସଂପର୍କୀୟଙ୍କୁ ସନ୍ଦେହରେ ଉଠାଇ ଆଣି ପୁଲିସ ଜେରା କରୁଛି । ବିରିଡି ଥାନାରେ ଅଟକ ରଖି ୬ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛି ପୁଲିସ । ସନ୍ଦିଗ୍ଧଙ୍କୁ ଜେରା କରିବା ପରେ ହତ୍ୟାକାଣ୍ଡର କାରଣ ଓ କିଏ କାହିଁକି ଷ୍ଟାଫ ନର୍ସ ନିହାରୀକାଙ୍କୁ ହତ୍ୟାକଲା ତାହା ଜଣାପଡିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର