୨ରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୨ତାରିଖରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜଧାନୀରେ ଅନୁଷ୍ଠିତ ହେବ। ରାଜ୍ୟରେ ସଂଗଠନକୁ ମଜବୁତ କରିବା ଓ ଅଧିକରୁ ଅଧିକ ଚାଷୀଙ୍କୁ ଆନ୍ଦୋଳନରେ ସାମିଲ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ।

ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ, ସମ୍ମାନ ଓ ପେନସନ ଦାବି ନେଇ ୨୦୧୦ ମସିହାରୁ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ କରି ଆସୁଛି। ବିଭିନ୍ନ ସମୟରେ ବିକ୍ଷୋଭ ଓ ଆନ୍ଦୋଳନ ଜରିଆରେ ସଂଗଠନ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛି। ଗତ ୧୧ତାରିଖରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀରେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାରୁ ହଜାରରୁ ଅଧିକ ଚାଷୀ ଯୋଗ ଦେଇଥିଲେ। ୨୦୧୪ ନିର୍ବାଚନରେ ମୋଦି ସ୍ୱାମୀନାଥନ କମିସନକୁ ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ମାତ୍ର ତାହା ଆଜି ପର୍ଯ୍ୟନ୍ତ ଲାଗୁ ହୋଇପାରି ନାହିଁ। ସେହିପରି ରାଜ୍ୟ ସରକାର ଚାଷୀଙ୍କୁ ପେନସନ ପ୍ରଦାନ କରିବା ସଂଗଠନ ଦାବି କରି ଆସୁଛି। ତେଣୁ ଆସନ୍ତା କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ଦିନରେ କାର୍ଯ୍ୟପନ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ତେଣୁ ବୈଠକରେ ସାମିଲ ହେବା ପାଇଁ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ଓ ସହ ସଂଯୋଜକ ଶେଷଦେବ ନନ୍ଦ ଆହ୍ଵାନ କରିଛନ୍ତି।

ସମ୍ବନ୍ଧିତ ଖବର