ନବନିର୍ମାଣ କୃଷକ ସଂଗଠନର ବୈଠକ : ମାର୍ଚ୍ଚ ୧୨ରେ ବିଶାଳ ଚାଷୀ ସମାବେଶ

ଜଗତସିଂହପୁରଟାଉନ୍‌ : ଜଗତ୍‌ସିଂହପୁର ଜିଲ୍ଳାରେ ଅଦିନିଆ ବର୍ଷା ହଜାର ହଜାର ଏକର ଧାନ ଜମି ନଷ୍ଟ ହୋଇଥିଲେ ହେଁ ସରକାର ଉପରଠାଉରିଆ ଭାବେ ତଦନ୍ତ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ସରକାର ପଦକ୍ଷେପ ନେଉନାହାନ୍ତି। ସରକାରଙ୍କ ଚାଷୀ ମାରଣା ନୀତି ବିରୁଦ୍ଧରେ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ରାଜ୍ୟସ୍ତରୀୟ ବିରାଟ ଚାଷୀ ସମାବେଶ ହେବ। ଏଥିରେ ଚାଷୀ ସରକାରଙ୍କୁ ନିଜର ହକ୍‌ ମାଗିବେ। ଏନେଇ ଆଜି ନବନିର୍ମାଣ କୃଷକ ସଂଗଠନର ଜିଲ୍ଲାସ୍ତରୀୟ ବୈଠକ ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଉପଦେଷ୍ଟା ବଂଶୀଧର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଜିଲ୍ଲା ସଂଯୋଜକ ରଶ୍ମିରଂଜନ ସ୍ୱାଇଁ, ଅନ୍ୟତମ ରାଜ୍ୟ ସହସଂଯୋଜକ ଉମାକାନ୍ତ ଭଗତ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର