ନବନିର୍ମାଣ କୃଷକ ସଂଗଠନର ଧାରଣା

ଭୁବନେଶ୍ବର : ବିଧାନସଭାର ସର୍ବସମ୍ମତ ପ୍ରସ୍ତାବ ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଓ ୨୦ ବର୍ଷ ବୟସରୁ ପ୍ରତ୍ୟେକ ଚାଷୀଙ୍କୁ ମାସିକ ୫ ହଜାର ଟଙ୍କା ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି।

ପାଖାପାଖି ୪ ଘଣ୍ଟା ଧାରଣା ପରେ ରାଷ୍ଟ୍ରୀୟ ସ˚ଯୋଜକ ଅକ୍ଷୟ କୁମାର, ସଂଗଠନର ଉପଦେଷ୍ଟା ରବି ଦାସ, ରାଜ୍ୟ ସ˚ଯୋଜକ ଶେଷଦେବ ନନ୍ଦ ପ୍ରମୁଖଙ୍କ ନେତୃ୍ତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଲୋଚନା ପରେ ସଂଗଠନ ଧାରଣାରୁ ଉଠିଥିଲା। ଆଜିର ଏହି ଆନ୍ଦୋଳନରେ ସଙ୍ଗଠନ ରାଜ୍ୟ ସହସ˚ଯୋଜକ ନିମାଇଁ ରାୟ, ଉମାକାନ୍ତ ଭାରତ, ରାଜ୍ୟ ସହ-ସ˚ଯୋଜକ ରଶ୍ମିରଞ୍ଜନ ସ୍ବାଇଁ, ଙ୍କ ସମେତ ବହୁ ଯୁବ ଓ ଛାତ୍ର ଯୋଗଦେଇ ସମର୍ଥନ ଜଣାଇଥିଲେ। ସରକାର ସୁରକ୍ଷା ଭତ୍ତା ନ ଦେବାପାଇଁ ‘କାଳିଆ’ ଯୋଜନା କରି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ଯଦି ଖଣି ମାଫିଆଙ୍କୁ ସରକାର ୫୦ ହଜାର କୋଟି ଟଙ୍କା ଛାଡ଼ କରିପାରୁଛନ୍ତି, ତେବେ କାହା ସ୍ବାର୍ଥରେ ଦେଶର ମେରୁଦଣ୍ଡ ଅନ୍ନଦାତା ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସୁରକ୍ଷା ଭତ୍ତା ଦେବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି ବୋଲି ସଂଗଠନର ନେତା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର