ନବନିର୍ମାଣ କୃଷକ ସ˚ଗଠନର ପଦଯାତ୍ରା ଆରମ୍ଭ

କଟକ/ଯାଜପୁର/ବାଲୁଗାଁ/ଜଟଣୀ/ବଗେୁନିଆ : ନବ ନିର୍ମାଣ କୃଷକ ସ˚ଗଠନର ଭୁବନେଶ୍ବର ଚାଲ ପଦଯାତ୍ରା ଆଜି ବଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି। ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପଦଯାତ୍ରା ଭୁବନେଶ୍ବରରେ ଶେଷ ହେବ ବୋଲି ସ୍ଥିର ହୋଇଛି।

ଆଜିର ପଦଯାତ୍ରା କୁଆଖିଆରୁ ଆରମ୍ଭ ହୋଇ ଜାରକା ନିକଟ ନେଉଳପୁର ଠାରେ ସମାପ୍ତ ହୋଇଛି। ଉତ୍ତର-ପୂର୍ବ ଉପକୂଳ ୧୦ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ଢେଙ୍କାଳନ, ଅନୁଗୁଳର ଚାଷୀ ସାମିଲ ହୋଇଥିବା ଜଣାପଡ଼ିଛି। ୫ ହଜାର ଟଙ୍କା ହିସାବରେ ୩୬ ଲକ୍ଷ ଚାଷୀ ପରିବାରଙ୍କୁ ୨୧ହଜାର ୬୦୦ କୋଟି ଟଙ୍କା ପେନସନ୍ ବଜେଟରେ ବ୍ୟବସ୍ଥା କରିବା ସହିତ ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଯୋଗାଇ ଦେବା ଏବ˚ ଚାଷୀଙ୍କୁ ପ୍ରତ୍ୟେକ ସ୍ତରରେ ସମ୍ମାନ ଦେବା ପାଇଁ ସଂଗଠନ ଦାବି କରିଆସୁଛି।

ପଦଯାତ୍ରା ବାରବାଟୀରେ ପହଞ୍ଚିବା ପରେ ତାରିଣୀ ମନ୍ଦିର ପରିସରରେ ଚାଷୀମାନେ ମଧୢାହ୍ନ ଭୋଜନ କରିଥିଲେ। ପରେ ଗଣେଶ ବଜାର ପରିବା ମାର୍କେଟ ନିକଟ ୧୬ନ˚ ଜାତୀୟ ରାଜପଥ ବ୍ରାହ୍ମଣୀ ନଦୀ ପାର୍ଶ୍ବ ରାସ୍ତାକୁ ଅବରୋଧ କରିଥିଲେ। କେନ୍ଦ୍ର ସ˚ଯୋଜକ ଅକ୍ଷୟ କୁମାର, ରାଜ୍ୟ ସହ ସ˚ଯୋଜକ ନିମାଇଁ ରାୟ, ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସେହିପରି ସଂଗଠନ ପକ୍ଷରୁ ଆଜି ବାଲୁଗାଁ ରେଳ ଷ୍ଟେସନ ଠାରୁ ପଦଯାତ୍ରା ଆରମ୍ଭ ହୋଇଛି। ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରାରେ କୃଷକଙ୍କ ସମେତ ଯୁବକ, ବୃଦ୍ଧ ଏବଂ ମହିଳାମାନେ ମଧ୍ୟ ସାମିଲ ହୋଇଥିବା ଦେଖାଯାଇଛି। କେତେକ କର୍ମକର୍ତାଙ୍କ ଗିରଫ ପ୍ରତିବାଦରେ କୃଷକ ଯୁବ ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ପୁରୀ-ଗୁଣପୁର ଯାତ୍ରୀବାହୀ ରେଳଗାଡ଼ିକୁ ଅଟକାଇବା ସହ ରେଳ ଧାରଣାରେ ବସି ରହି ରୋଳରୋକ ଆନ୍ଦୋଳନ କରିଥିଲେ। ସଂଗଠନ ତରଫରୁ ବାଲୁଗାଁ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଆୟୋଜିତ ପଦଯାତ୍ରାରେ ଯୋଗଦେବା ପାଇଁ ଯାଉଥିବା କିଛି କର୍ମୀଙ୍କୁ ପୁଲିସ ଆଜି ସକାଳେ ରେଳ ଷ୍ଟେସନରୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। ପରେ ପୁଲିସ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଦେଇଛି। ସଂଗଠନର ସଦସ୍ୟ ଓ କର୍ମକର୍ତ୍ତାଙ୍କ ଉପରେ ପୁଲିସ ଜୁଲମ ପ୍ରତିବାଦରେ କଟକ ରେଳ ଷ୍ଟେସନରେ ସଂଗଠନ ପକ୍ଷରୁ ରେଳ ରୋକ କରାଯାଇଥିଲା। ଏଥିରେ ସାମିଲ ହୋଇଥିବା ସଂଗଠନର ଶତାଧିକ କର୍ମୀଙ୍କୁ ପୁଲିସ ଗିରଫ କରି ପରେ ଛାଡି ଦେଇଥିଲା। ଏହି ସମୟରେ ଷ୍ଟେସନରେ ଏକ ମାଲଗାଡ଼ି ଅଟକି ରହିଥିଲା।

ସମ୍ବନ୍ଧିତ ଖବର