ନବରଙ୍ଗପୁର: ମୋରମ ଖାତ ପାଣିରେ ବୁଡ଼ି ୨ ପିଲା ମୃତ; ଅନ୍ୟ ଜଣକ ଅବସ୍ଥା ସଙ୍କଟାପନ୍ନ

ନବରଙ୍ଗପୁର: ରବିବାର ପୂର୍ବାହ୍ନରେ କଷାଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଚିର୍‌ମା ଗାଁ’ରେ ମୋରମ ଖାତରେ ଥିବା ପାଣିରେ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଇ ଜଣ ପିଲାଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ପିଲାର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି।

ମୃତ ପିଲା ଦୁହେଁ ହେଉଛନ୍ତି ୬ ବର୍ଷିୟ ନୀତେଶ ବିଶୋୟୀ ଏବଂ ୧୪ ବର୍ଷିୟ ତୁଷାର ବିଶୋୟୀ। ଆଠ ବର୍ଷିୟ ଶିବା ବିଶୋୟୀ ଅତି ସାଙ୍ଘାତିକ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି।

ତିନି ପିଲା ଦାଦିପୁଅ ଓ ପିଉସୀ ପୁଅ ଭାଇ। ଆଜି ରବିବାର ଥିବାରୁ ଗାଧୋଇବା ପାଇଁ ତିନିହେଁ ସାଥିହୋଇ ରାସ୍ତାକଡ଼ ମୋରମ ଖାତରେ ଥିବା ପାଣିରେ ପଶିଥିଲେ। ଗାଧୋଇବା ସମୟରେ କୌଣସି କାରଣରୁ ନୀତେଶ ଓ ତୁଷାର ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲେ। ଗାଁ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ସାନମଶିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯିବା ପରେ ଡାକ୍ତରମାନେ ନୀତେଶ ଓ ତୁଷାରଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଶିବାର ଚିକିତ୍ସା ଚାଲିଛି।

ଖବର ପାଇ କଚଡ଼ିଗାଁ ଥାନା ପୁଲିସ ତଦନ୍ତ ପାଇଁ ପହଞ୍ଚୁଛି।

ସମ୍ବନ୍ଧିତ ଖବର