୫ ବର୍ଷରେ ମଲେଣି ସାଢେ ୩ ହଜାର ଶିଶୁ!

କନ୍ଧମାଳରେ ନଗଡ଼ା ଭଳି ଅପପୁଷ୍ଟି

ଫୁଲବାଣୀ(ବଟକୃଷ୍ଣ ବିହାରୀ): ସଚେତନତାର ଘୋର ଅଭାବ। ଯୋଜନା ବି ତୃଣମୃଳସ୍ତରରେ ପହଞ୍ଚୁ ନାହିଁ। ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ବି ଅଭାବ ରହିଛି। ଏସବୁ କାରଣରୁ ଆଦିବାସୀ ବହୁଳ କନ୍ଧମାଳରେ ଏବେ ବଢୁଛି ଅପପୃଷ୍ଟି। ଏଥିସହିତ ଶିଶୁ ମୃତ୍ୟୁହାର ବଢି ଚାଲିଛି। ସୂଚନା ମୁତାବକ ୫ ବର୍ଷରେ ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ୩ ହଜାର ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ହିଁ ଏତେ ସଂଖ୍ୟକ ଶିଶୁ ପ୍ରାଣ ହରାଇବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ୨୦୧୩-୧୪ ମସିହାରେ ୫୫୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୧୪-୧୫ ମସିହାରେ ୭୦୨, ୨୦୧୫-୧୬ ମସିହାରେ ୬୭୩, ୨୦୧୬-୧୭ ମସିହାରେ ୫୧୬ ଜଣ ଶିଶୁଙ୍କର ପ୍ରାଣହାନି ଘଟିଛି। ସେହିଭଳି, ୨୦୧୭-୧୮ ମସିହା ଏପ୍ରିଲ୍‌ ମାସ ସୁଦ୍ଧା ଏହି ସଂଖ୍ୟା ହେଉଛି ୭୫୬। ଫିରିଙ୍ଗିଆ ବ୍ଲକରେ ୫ବର୍ଷ ମଧ୍ୟରେ ସର୍ବାଧିକ ୪୮୦ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ତାପଛକୁ ଦାରିଙ୍ଗବାଡିରେ ୪୩୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଜି.ଉଦୟଗିରିରେ ସର୍ବନିମ୍ନ ୮୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି।

ଏଭଳି ସରକାରୀ ରିପୋର୍ଟରେ ୩ ହଜାର ଶିଶୁ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିବା ବେଳେ ବେସରକାରୀ ଭାବେ ଏହାର ସଂଖ୍ୟା ସାଢେ ସାଢେ ୪ ହଜାରରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ଏତେ ସଂଖ୍ୟକ ଶିଶୁ ମୃତ୍ୟୁକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି, ଯାହାକି ଜିଲ୍ଲାରେ ନଗଡ଼ା ଭଳି ପରିସ୍ଥିତି ସୃଷ୍ଟି କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର