ନାଲ୍‌କୋ ମୁଖ୍ୟ ପ୍ରବନ୍ଧକ ଡ. ଟି.କେ. ଚାନ୍ଦଙ୍କଦ୍ୱାରା କର୍ମଚାରୀମାନଙ୍କ ଷଷ୍ଠ ଦୀର୍ଘ ମିଆଦି ମଜୁରୀ ବନ୍ଦୋବସ୍ତ ସଂସ୍ଥାପନା

ଭୁବନେଶ୍ୱର : ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)ର ସାରା ଦେଶରେ ଥିବା ୫୦୦୦ରୁ ଅଧିକ କର୍ମଚାରୀମାନଙ୍କୁ ଲାଭ ପ୍ରଦାନ ଦିଗରେଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ସ୍ୱରୂପ ମୂଖ୍ୟ ପ୍ରବନ୍ଧକ ଡ. ତପନ କୁମାର ଚାନ୍ଦ ଆଜି 6ଷ୍ଟ ଦୀର୍ଘ ମିଆଦି ପାରିଶ୍ରମିକ ନିର୍ଦ୍ଧାରଣ ଭୁବନେଶ୍ୱରସ୍ଥିତ କର୍ପୋରେଟ୍‌ କାଯର୍‌ୟାଳୟଠାରେ ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ଉତ୍ସବ ଏଚ୍‌ଆରଏ, ଇନ୍‌ସେନ୍‌ଟିଭ୍‌ ଏବଂ ଅନ୍ୟାନ୍ୟ ଲାଭ କର୍ମଚାରୀଙ୍କ ପାରିଶ୍ରମିକର ସଂଶୋଧନ ପାଇଁ ଉଦ୍ଦିଷ୍ଟ ମଜୁରୀ ବନ୍ଦୋବସ୍ତ ପ୍ରକ୍ରିୟାକୁ ଗତିଶୀଳ କରିବ । ଏକ ମାସ ଅବଧି ମଧ୍ୟରେ ମଜୁରୀ ବନ୍ଦୋବସ୍ତ ପାଇଁ ଆଲୋଚନା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଅନୁମୋଦିତ ସଂଗଠନ ଏବଂ ପରିଚାଳନା ମଣ୍ଡଳୀଙ୍କ ବୈଠକ ପାଇଁ ଡ. ଚାନ୍ଦ ଆହ୍ଵାନ ଦେଇଛନ୍ତି ।
କର୍ମଚାରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରି ଡ. ଚାନ୍ଦ କହିଲେ ଯେ ‘ନାଲ୍‌କୋ ଆଜି ଯେଉଁ ସ୍ଥାନରେ ଅଛି ସେଥିରେ କର୍ମଚାରୀମାନେ ଅତ୍ୟ‘ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛ‘ି । ସେମାନଙ୍କର ପ୍ରତିବଦ୍ଧତା ନାଲ୍‌କୋକୁ ଏକ ନବରତ୍ନ କମ୍ପାନୀରୁ ମହାରତ୍ନ କମ୍ପାନୀ ଭାବରେ ପ୍ରତିଷ୍ଠିତ ହେବା ସ୍ୱପ୍ନ ସାକାର କରିବାରେ ସହାୟକ ହେବ । ଷଷ୍ଠ ଦୀର୍ଘମିଆଦି ମଜୁରୀ ବନ୍ଦୋବସ୍ତ କାଯର୍‌ୟକାରୀ କରିବାର ନିଷ୍ପତି କର୍ମଚାରୀଙ୍କ ମନୋବଳ ବଢ଼ାଇବା ସହିତ ଅନୁଷ୍ଠାନର ବ୍ୟାବସାୟିକ ସଂସ୍କୃତିର ବିକାଶ କ୍ଷେତ୍ରରେ ଅଗ୍ରଗତି କରିବାକୁ ପ୍ରେରିତ କରିବ । ଉଲ୍ଲେଖଯୋଗ୍ୟ ଯେ ନାଲ୍‌କୋ ଦେଶରେ ଖନନ ଏବଂ ଧାତୁ କ୍ଷେତ୍ରରେ କାଯର୍‌ୟରତ ଅନ୍ୟତମ ଲୋକଉଦ୍ୟୋଗ ଯାହା ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଷଷ୍ଠ ଦୀର୍ଘ ମିଆଦି ମଜୁରୀ ଆଲୋଚନା ପ୍ରକ୍ରିୟାକୁ କାଯର୍‌ୟକାରୀ କରିବା ପାଇଁ ପଦକ୍ଷେପ ନେବାରେ ଅଗ୍ରଣୀ ଅନୁଷ୍ଠାନ ହୋଇଛି ।
ନାଲ୍‌କୋ ମାଇନ୍ସ ଏମ୍ପ୍ଲଇଜ୍‌ ୟୁନିଅନ୍‌, (ମାଇନ୍ସ, ଦାମନଯୋଡ଼ି), ନାଲ୍‌କୋ ଏମ୍ପ୍ଲଇସ୍‌ ୟୁନିଅନ୍‌ (ଆଲୁମିନା ରିଫାଇନେରୀ, ଦାମନଯୋଡ଼ି), ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିଅନ୍‌ (ସିପିପି, ଅନୁଗୋଳ), ଆଲୁମିନିୟମ୍‌ ମଜଦୂର ସଙ୍ଘ (ସ୍ମେଲ୍ଟର ପ୍ଲାଂଟ୍‌, ଅନୁଗୋଳ) ଏବଂ ନାଲ୍‌କୋ ଏମ୍ପ୍ଲଇଜ୍‌ ଫୋରମ୍‌ (କର୍ପୋରେଟ୍‌ ଏବଂ ଆଂଚଳିକ କାଯର୍‌ୟାଳୟକୁ ପ୍ରତିନିଧିତ୍ୱ କରୁଥିବା ସଂଗଠନ) ପରି ପାଂଚଟି ଅନୁମୋଦିତ ସଂଗଠନ ଏହି ସମାରୋହରେ ଭାଗନେଇଥିଲେ ଏବଂ ସାଙ୍ଗଠନିକ ଉନ୍ନତି ଏବଂ ଉତ୍କର୍ଷତା ପାଇଁ ସକାରାତ୍ମକ ଯୋଗଦାନ ଦେବାକୁ ପ୍ରତିବଦ୍ଧ ହୋଇଥିଲେ ।

ସମ୍ବନ୍ଧିତ ଖବର