ନନ୍ଦନକାନନରେ ଫିଜାଣ୍ଟ ପକ୍ଷୀର ମୃତ୍ୟୁ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୧ ନମ୍ବର ଖୁଆଡ଼ରେ ରହୁଥିବା ଦୁଇ ବର୍ଷୀୟ ଅଣ୍ଡିରା ଫିଜାଣ୍ଟ ପକ୍ଷୀର ଗତ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଏହାର ମୃତ୍ୟୁ ଫଳରେ ଏହି ପ୍ରଜାତିର ସଂଖ୍ୟା ୬କୁ ଖସି ଆସିଛି। ସୂଚନାଯୋଗ୍ୟ, ପକ୍ଷୀଟି କିଛି ଦିନ ହେବ ଅସୁସ୍ଥ ଥିବାରୁ ଚଲାବୁଲା ଓ ଖାଦ୍ୟ ଗ୍ରହଣ ଠିକ୍‌ ଭାବରେ କରିପାରୁ ନଥିଲା। ଫଳରେ ଖୁଆଡ଼ର ଗୋଟିଏ ସ୍ଥାନରେ ବସି ରହୁଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡାକ୍ତର ମାନେ ପରୀକ୍ଷା ନିରୀକ୍ଷା କରି ଔଷଧ ଦେଇଥିଲେ ମଧ୍ୟ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ଲିଭର ଜନିତ ସଂକ୍ରମଣରେ ପକ୍ଷୀର ମୃତ୍ୟୁ ଘଟିଥିବା ଡକ୍ତର ମାନେ ଅନୁମାନ କରୁଛନ୍ତି।

ସମ୍ବନ୍ଧିତ ଖବର