ସିଙ୍ଗାପୁରରୁ ନନ୍ଦନକାନନକୁ ଆସିବ ଧଳା ଗଣ୍ଡା

ଭୁବନେଶ୍ବର: ସିଙ୍ଗାପୁରରୁ ନନ୍ଦନକାନନକୁ ଆସିବ ଧଳା ଗଣ୍ଡା।  ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଚାଳନା କମିଟି ବୈଠକରେ ଏ ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଶଶୀ ପଟେଲ୍। ସେ କହିଛନ୍ତି କି, ଖୁବ୍ ଶୀଘ୍ର ନନ୍ଦନକାନନକୁ ନୂଆ ଅତିଥି ଆସିବେ। ସିଙ୍ଗାପୁରରୁ ଧଳା ଗଣ୍ଡା ଅଣାଯିବା ସହ ଶ୍ରୀଲଙ୍କାରୁ ଆଫ୍ରିକୀୟ ସିଂହ ଓ ଅନ୍ୟ ଜନ୍ତୁ ଅଣାଯିବ। ଏହା ସହ ରୋପ୍ ୱେ ପଏଣ୍ଟକୁ ଯିବା ପାଇଁ ଟଏ ଟ୍ରେନ୍ ରାସ୍ତାରେ ଓଭର ବ୍ରିଜ୍ ନିର୍ମାଣ ହେବ। ଆଜି ବୈଠକ ଶେଷ ହେବା ପରେ ନିର୍ଦ୍ଦେଶକ ଶଶୀ ପଟେଲ୍ ଏହି ସୂଚନା ଦେଇଛନ୍ତି ।

Image result for white Rhinoceros
Flickr

ଜାନୁଆରି ୯ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ସ୍ନେହା ଗୁରୁବାର ୨ଟି ଛୁଆଙ୍କୁ ଜନ୍ମ ଦେଇଥିଲା । ପ୍ରଥମ ଛୁଆଟି ଭୋର୍‌ ୩ଟା ୩୮ ମିନିଟ୍‌ରେ ଓ ଦ୍ବିତୀୟଟି ୫ଟା ୪୪ ମିନିଟ୍‌ରେ ଜନ୍ମ ହୋଇଥିବା ସିସିଟିଭିରୁ ଜଣାପଡ଼ିଥିଲା । ଜୀବଜନ୍ତୁ ପ୍ରତି ବଦଳରେ ହାଇଦ୍ରାବାଦ ଚିଡ଼ିଆଖାନାରୁ ଅଣାଯାଇଥିବା ସାଧାରଣ ନାଲି ରଙ୍ଗର ମହାବଳ ବାଘ ‘ସୈଫ୍’ ମିଳନରୁ ସ୍ନେହା ଗର୍ଭରୁ ଛୁଆ ଦୁଇଟି ଜନ୍ମ ନେଇଛନ୍ତି।  ଏଥର ଛୁଆ ୨ଟି ମଧ୍ୟରେ ଗୋଟିଏ ଧଳା ଓ ଗୋଟିଏ ସାଧାରଣ ନାଲି ରଙ୍ଗ ଭଳି ହୋଇଥିବା ସିସିଟିଭି ଦୃଶ୍ୟରୁ ଜଣାପଡ଼ିଥିଲା।

ଏହା ପୂର୍ବରୁ ଅକ୍ଟେବାର ୨୨, ୨୦୧୯ରେ ୮ଟି ଆନାକୋଣ୍ଡା ସାପ ଓ ୩ଟି ନୀଳ ନଦୀ କୁମ୍ଭୀର ଅଣାଯାଇଥିଲା। ସରୀସୃପଗୁଡ଼ିକ ଚେନ୍ନାଇର ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଟି ଅଣ୍ଡିରା ଓ ଅନ୍ୟ ୪ଟି ମାଈ ଆନାକୋଣ୍ଡା ସାପ ଥିଲେ।

 

ସମ୍ବନ୍ଧିତ ଖବର