ବିଧାନସଭାରେ ଅଣସଭ୍ୟଙ୍କ ସାମ୍ବାଦିକ ସମ୍ମିଳନୀ ନେଇ ନରସିଂହଙ୍କ ଆପତ୍ତି

ଅନ୍ୟ ରାଜ୍ୟଗୁଡ଼ିକର ଆଇନ ତର୍ଜମା ପରେ ରୁଲିଂ ଦେବେ ବାଚସ୍ପତି

ଭୁବନେଶ୍ୱର : ବିଧାନସଭା ପରିସରରେ କିଛି ଅଣସଭ୍ୟ ଉଭୟ ବୈଦ୍ୟୁତିକ ଏବଂ ଛାପା ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟା ବ୍ୟକ୍ତ କରିବା ସହିତ ସାମ୍ବାଦିକମାନଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ସମ୍ବୋଧନ କରୁଛନ୍ତିି। ବିଧାନସଭାକୁ ସେମାନେ ଏଭଳି ଭାବେ ବ୍ୟବହାର କରିପାରିବେ ନାହିଁ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତିି।

ଏ ନେଇ ବାଚସ୍ପତିଙ୍କୁ ଶ୍ରୀ ମିଶ୍ର କହିଲେ ଯେ ଅଣସଭ୍ୟମାନେ କେବଳ ମନ୍ତ୍ରୀ, ବିଧାୟକମାନଙ୍କୁ ସାକ୍ଷାତ କରିବା ପାଇଁ ବିଧାନସଭା ଆସିପାରିବେ। କିନ୍ତୁ ବିଧାନସଭା ପରିସର ଗୃହ ବାହାରେ ସେମାନେ ସାମ୍ବାଦିକମାନଙ୍କୁ ନିଜ ପ୍ରତିକ୍ରିୟା ଦେବା କିମ୍ବା କୌଣସି ସାମ୍ବାଦିକଙ୍କୁ ଖବର ପରିବେଷଣ କରିବା ନିମନ୍ତେ କୌଣସି ବ୍ୟବସ୍ଥା ନାହିଁ। ଏ ନେଇ ନିର୍ଦିଷ୍ଟ ନିୟମାବଳୀ ଜାରି ହେବା ଉଚିତ। ଏ ସଂପର୍କରେ ରୁଲିଂ ଦେବା ପାଇଁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ବାଚସ୍ପତି ପ୍ରଦୀପ କୁମାର ଅମାତ ତୁରନ୍ତ କହିଲେ, ଗୃହକାର୍ଯ୍ୟ ଶେଷ ହେବା ପୂର୍ବରୁ ସେ ରୁଲିଂ ଦେବେ। ତଦନୁଯାୟୀ ଗୃହକାର୍ଯ୍ୟ ସରିବା ବେଳକୁ ବାଚସ୍ପତି କହିଲେ, ବିରୋଧୀ ଦଳ ନେତାଙ୍କ ପ୍ରସ୍ତାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ସେ ଅନ୍ୟ ରାଜ୍ୟଗୁଡ଼ିକରେ କେଉଁ ଆଇନ ବା କାର୍ଯ୍ୟବିଧି ରହିଛି ସେ ସଂପର୍କରେ ତର୍ଜମା କରିବା ପରେ ରୁଲିଂ ଦେବେ।

ସମ୍ବନ୍ଧିତ ଖବର