ପ୍ରସନ୍ନଙ୍କ ବିୟୋଗ ମୋର ବ୍ୟକ୍ତିଗତ କ୍ଷତି: ନରସିଂହ

ବଲାଙ୍ଗୀର : କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ପ୍ରସନ୍ନ ପାଳଙ୍କ ବିୟୋଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ସେ କହିଛନ୍ତି, ‘ପ୍ରସନ୍ନ ବାବୁ ସାରା ଜୀବନ ମୋର ଜଣେ ଘନିଷ୍ଠ ସହଯୋଗୀ ଭାବେ ରହି ଆସିଥିଲେ। ଯୁବାବସ୍ଥାରୁ କଂଗ୍ରେସ ରାଜନୀତିରେ ରହି ଅନେକ ସାଂଗଠନିକ କାର୍ଯ୍ୟ କରିଥିଲେ। ୧୯୭୭ରେ ସାରା ଭାରତରେ କଂଗ୍ରେସ ବିରୋଧୀ ହାଓ୍ଵା ବହୁଥିବା ବେଳେ ପ୍ରସନ୍ନ କଣ୍ଟାବାଞ୍ଜିରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ୧୯୯୦ରେ ଆମେ ଏକ ସଂଗେ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲୁ। ପରବର୍ତ୍ତୀ ସମୟରେ ମୋ ସହ ସେ ଓଜିପିରେ ରହିଥିଲେ। ତାଙ୍କ ଭଳି ଜଣେ ଘନିଷ୍ଠ ସହଯୋଗୀଙ୍କ ବିୟୋଗ ମୋର ଅପୂରଣୀୟ କ୍ଷତି କରିଛି। ବଲାଙ୍ଗୀରର ରଜନୈତିକ ଇତିହାସ ପ୍ରସନ୍ନଙ୍କୁ ବାଦ ଦେଇ ଲେଖାଯାଇ ପାରିବ ନାହିଁ।’

ସମ୍ବନ୍ଧିତ ଖବର