ଇତିହାସ ମନେ ପକାଇଲେ ନରସିଂହ

ଭୁବନେଶ୍ବର : ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ ପାଇଁ ହେଉଥିବା ଦାବି ଉପରେ ଭିନ୍ନ କଥା କହିଥିଲେ ନରସିଂହ। ‘ପୁନଃସ୍ଥାପନ’ ଶବ୍ଦ ଠିକ୍ ନୁହେଁ ବୋଲି କହିଥିଲେ। ନିଜ ଭାଷଣରେ ଇତିହାସ ମନେ ପକାଇ ଦେଇଥିଲେ। କହିଥିଲେ ଅତୀତରେ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ନଥିଲା। ସଂପୂର୍ଣ୍ଣ ହାଇକୋର୍ଟ ଥିଲା। ରାଜ୍ୟ ଗଠନ ଓ ସ୍ବାଧୀନତା ପରେ ଗୋଟିଏ ରାଜ୍ୟରେ ଗୋଟିଏ ହାଇକୋର୍ଟ ରହିବାର ବ୍ୟବସ୍ଥା ହେବା ପରେ କଟକରେ ହାଇକୋର୍ଟ ହେଲା। ତେବେ ୧୯୫୦ ମସିହା ଠାରୁ ବଲାଙ୍ଗୀରରେ ହାଇକୋର୍ଟର ସର୍କିଟ୍ ବେଞ୍ଚ୍‌ ପାଇଁ ଦାବି ଉଠିଲା। ପ୍ରଥମାବସ୍ଥାରେ ହାଇକୋର୍ଟ ଏଥିଲାଗି ସମ୍ମତି ଦେଇଥିଲେ। ତେବେ ସର୍କିଟ୍ ବେଞ୍ଚ ଯୋଗୁଁ ଲୋକଙ୍କର କିଛି ବିଶେଷ ଫାଇଦା ନଥିବାରୁ ସ୍ଥାୟୀ ବେଞ୍ଚ ଦାବି ଉଠିଲା। ଏହାକୁ ମଧ୍ୟ ପ୍ରଥମେ ସମର୍ଥନ ମିଳିଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ କାରଣ ପାଇଁ ଏହା ହୋଇପାରିଲା ନାହିଁ। ଏବେ ସମ୍ବଲପୁର, କଳାହାଣ୍ଡି, ସୁନ୍ଦରଗଡ଼ ଏମିତିକି ବରଗଡ଼ରେ ବି ସ୍ଥାୟୀ ବେଞ୍ଚ ପାଇଁ ଦାବି ଉଠିଲାଣି। ତେଣୁ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ କେବଳ ଦାବି କଲେ ଚଳିବନି। ଏଥିଲାଗି ସମ୍ମିଳିତ ଉଦ୍ୟମ ବି କରିବାକୁ ପଡ଼ିବ ବୋଲି ନରସିଂହ କହିଥିଲେ।

ସମ୍ବନ୍ଧିତ ଖବର