ବିଜେପି ଉପରେ ବର୍ଷିଲେ ନରସିଂହ, ‘କାଚ ଘରେ ରହି ଟେକା ମାରନି’

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କଣ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ସହାୟତା ମାଗିନାହାନ୍ତି? କଂଗ୍ରେସ ସଭାପତି କେବେ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ସହାୟତା ମାଗିଛନ୍ତି କି? କାଚଘରେ ରହି ଟେକା ମାରନି । ଏପରି କଲେ ଆତ୍ମଘାତୀ ସଦୃଶ ହେବ। ଆଜି ଅପରାହ୍ନରେ ଏମିତି ଭାଷାରେ ବିେରାଧୀ ଦଳ େନତା ନରସିଂହ ମିଶ୍ର ବିେଜପି ଉପରେ ବର୍ଷିଛନ୍ତି। କିଏ କାହା ସହ ସଂପର୍କ ରଖିଛି, କିଏ କାହାର ସହାୟତା େନଇଛି, କିଏ କାହାକୁ ସୁରକ୍ଷା େଦଉଛି, ତାର ତାଲିକା ରଖି ବିେଜଡି-ବିେଜପି ନିବିଡତାର ପ୍ରମାଣ େଦଇଛନ୍ତି। େକବଳ େସତିକି ନୁେହଁ, କୌଣସି କାରଣ ନ ଥାଇ ଗୃହରେ େଯଭଳି ବିଶୃଙ୍ଖଳା ସୃଷ୍ଟି େହଲା ତାହାକୁ ନାପସନ୍ଦ କରିଛନ୍ତି ଶ୍ରୀ ମିଶ୍ର। ଆଜି ପୂର୍ବାହ୍ନରେ ବିେରାଧୀ ଦଳ େନତାଙ୍କୁ କହିବା ଲାଗି ବାଚସ୍ପତି ସୁେଯାଗ େଦଇଥିଲେ। େହଲେ ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ଲାଗି ରହିବାରୁ ବିେରାଧୀ ଦଳ େନତା କହିପାରିନଥିେଲ।

ଅପରାହ୍ନରେ କିନ୍ତୁ ବିେରାଧୀ ଦଳ େନତାଙ୍କ ବକ୍ତବ୍ୟରୁ ଗୃହ ଆରମ୍ଭ େହାଇଥିଲା। ଶ୍ରୀ ମିଶ୍ର କହିଥିଲେ, ଆଜି ବିଧାନସଭାରେ ବିଜେପି ବିଧାୟକମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଶୃଙ୍ଖଳା କରିଥିଲେ। ଯାହାକୁ ନେଇ ଗୃହକାର୍ଯ୍ୟ ମୁଲତବୀ ରହିଥିଲା। ଗୃହର ବହୁ ମୂଲ୍ୟବାନ ସମୟ ନଷ୍ଟ ହେଲା। େସ ଏକଥା କହୁନାହାନ୍ତି େଯ ଗୃହରେ ପ୍ରତିବାଦ କରିବାର ଅଧିକାର ନାହିଁ କିମ୍ବା ସ୍ୱର ଉଠାଇ ପାରିେବ ନାହିଁ। କିନ୍ତୁ ଏହା ପ୍ରସଙ୍ଗ ଭିତ୍ତିକ େହବା ଦରକାର। ଆଜି ବିଜେପିର ଦାବି କଣ ଥିଲା? କିଛି କାରଣ ନ ଥାଇ ଗୃହରେ ବିଶୃଙ୍ଖଳା କରାଯିବା ଉଚିତ ନୁେହଁ। ଜଣେ ବ୍ୟକ୍ତି ବା ଦଳକୁ ନିନ୍ଦିତ କରିବା ପାଇଁ ଗୃହରେ ବିଶୃଙ୍ଖଳା କରିବା ଠିକ ନୁହେଁ। ଏକଥା ଆଗରୁ େକବେ ଘଟିନଥିଲା। ବିଧାନସଭା ଇତିହାସରେ ଏଭଳି ଘଟଣା ଶୁଣାଯାଇନାହିଁ। ଶ୍ରୀ ମିଶ୍ର କହିଥିଲେ, ମୁଁ ନିଶ୍ଚିନ୍ତ, ବିଜେପି ବିଧାୟକମାନେ ନିଜ ପକ୍ଷରୁ ଏପରି କରି ନ ଥିବେ। ଯଦି ତାଙ୍କ ଦଳର ନିଷ୍ପତ୍ତି, େତବେ ଭିନ୍ନ କଥା। ବିଜେଡିକୁ କିଏ ସମର୍ଥନ କରୁଛି, କଂଗ୍ରେସ ନା ବିଜେପି? ରାଷ୍ଟ୍ରପତି ନିର୍ବାଚନ ଆଦି ସୂଚାଉଛି କିଏ କାହା ସହିତ ହାତ ମିଳାଇଛି ଓ ଭିତିରି ସମ୍ପର୍କ ରଖିଛି? ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସଦସ୍ୟମାନେ ଦୁର୍ନୀତି ଅଭିଯୋଗ ଆଣିଥିଲେ, ସେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ସଚ୍ଚୋଟ। ବିଜେପିର ବରିଷ୍ଠ ନେତାମାନେ ବିଜେଡି ନେତାଙ୍କ ସହ ସମ୍ପର୍କ ରଖିଛନ୍ତି। ଏହା କଂଗ୍ରେସ ନେତାମାନେ କରିନାହାନ୍ତ୍ି।

ଶ୍ରୀ ମିଶ୍ର କହିଥିଲେ, ବିଜେପି କହୁଛି, ମୁଖ୍ୟମନ୍ତ୍ରୀଙ୍କ ସହ ମୋର ବହୁତ ଭଲ ସମ୍ପର୍କ ରହିଛି ଓ ଉତ୍ତମ ସମ୍ପର୍କ ଅଛି। କଣ ବିଜେପି ସଦସ୍ୟମାନେ ମନା କରିପାରିବେ ସେମାନଙ୍କ ସହ େମାର ଉତ୍ତମ ସମ୍ପର୍କ ନାହିଁ? ମୁଁ ସେମାନଙ୍କୁ ବହୁତ ଭଲ ପାଏ। ଏହା ବ୍ୟକ୍ତିଗତସ୍ତରର ସମ୍ପର୍କ। ବିଜେପିର ପଦ୍ମପୁର ବିଧାୟକ ବହୁ ସଭାସମିତିରେ ମୋତେ ପ୍ରଶଂସା କରିଛନ୍ତି। ବିଜେପିର ବ୍ରଜରାଜନଗରର ବିଧାୟିକାଙ୍କୁ ଯେତେବେଳେ ଶାସକଦଳର ଜଣେ ମନ୍ତ୍ରୀ ଅପମାନିତ କଲେ ସେତେବେଳେ ଆମେ କଣ ତାଙ୍କ ପଛରେ ଛିଡ଼ା ହୋଇ ନଥିଲୁ? ଆମେ କଣ କହିଥିଲୁ ସେ ବିଜେପିର ବୋଲି ଚୁପ ରହିବୁ?
ଶ୍ରୀ ମିଶ୍ର କହିଥିଲେ ଏ ଗୃହରେ ଆଉ ଏକ ପ୍ରସଙ୍ଗ ଇତିହାସରେ ଲିପିବଦ୍ଧ େହାଇ ରହିବ। ପ୍ରଥମଥର ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏମିତି ଘଟିଥିଲା। ସରକାର ବିରୋଧୀ ଦଳ ନେତାଙ୍କ ଇସ୍ତଫା ଦାବି କରିଥିେଲ। ବିରୋଧୀ ଦଳ ସରକାରଙ୍କ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରେ। ଏଠି ବିରୋଧୀଦଳ ନେତାଙ୍କୁ ଶାସକ ଦଳ କୁହାଇ ଦେଇ ନଥିଲେ। ଚିଟଫଣ୍ଡ ଦୁର୍ନୀତି କଥା ଉଠାଇବାରୁ ରାସ୍ତାରେ ବିଜେଡି ଦଳ ତାଙ୍କର କୁଶପୁତ୍ତଳିକା ଦାହ କରିଛି। ସେତେବେଳେ କିନ୍ତୁ ବିଜେପି ଦଳ କେଉଁଠି ଥିଲା? ଏହା କଣ ସୂଚାଉଛି, ବିେଜଡି ସହ ମୋର ରାଜନୈତିକ ସମ୍ପର୍କ ରହିଛି?
ବହୁତ ଥର ବିଜେପି ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛି େବାଲି ସୂଚାଇ ଶ୍ରୀ ମିଶ୍ର କହିଥିଲେ, ମହାନଦୀ ପ୍ରସଙ୍ଗରେ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି େକ୍ଷତ୍ରରେ ସେମାନେ କେଂଗ୍ରସର ପ୍ରସ୍ତାବକୁ ସମର୍ଥନ କରି ନଥିଲେ? ଏହାକୁ କଣ କୁହାଯିବ େଯ କଂଗ୍ରେସ, ବିଜେପି, ବିଜେଡି ହାତ ମିଳାଇଛନ୍ତି? ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ବିରୋଧରେ ବିଜେପି ଓ କଂଗ୍ରେସ ପ୍ରସ୍ତାବ ଗ୍ରହଣ କରିଛନ୍ତି? ଏହାକୁ କଣ କୁହାଯିବ କଂଗ୍ରେସ ଆଉ ବିଜେପି ହାତ ମିଳାଇଛନ୍ତି?

ଶ୍ରୀ ମିଶ୍ର କହିଥିଲେ, ଏକଥା ବି କୁହାଗଲାଣି େଯ ମୁଁ କଂଗ୍ରେସରୁ ଇସ୍ତଫା ଦେଉଛି। ଯେଉଁମାନେ ଏଭଳି ଭାବୁଛନ୍ତି ସେମାନେ ହତାଶ ହେବେ। ମୁଁ କଂଗ୍ରେସ ଦଳରେ ଅଛି ଓ ବଞ୍ଚିଥିବା ଯାଏଁ କଂଗ୍ରେସରେ ରହି କାର୍ଯ୍ୟ କରିବି। ଏହା ହେଉଛି ମୋର ରାଜନୈତିକ ପ୍ରତିବଦ୍ଧତା। ଓଡ଼ିଶା ଲୋକେ ଜାଣିଛନ୍ତି ନରସିଂହ ମିଶ୍ର କଣ, ତାଙ୍କ କାର୍ଯ୍ୟଧାରା କଣ, ତାଙ୍କର ଚରିତ୍ର କଣ ଓ ତାଙ୍କର ରାଜନୈତିକ ଚିନ୍ତାଧାରା କଣ। କିନ୍ତୁ ଆଦର୍ଶଗତ ଭାବେ ମୁଁ ବିଜେପିକୁ ଘୃଣା କରେ।

ସମ୍ବନ୍ଧିତ ଖବର