ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ

୨୪ରେ ମୋଦୀଙ୍କ ପ୍ରଥମ ସମାବେଶ ଖୋର୍ଧାରେ, ଉପକୂଳ, ଦକ୍ଷିଣ, ପଶ୍ଚିମ ଓଡ଼ିଶା ବୁଲିବେ ରାହୁଲ

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ନିଜ ତାକତ ଦେଖାଇବା ପାଇଁ ଦୁଇ ବିରୋଧୀ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ରଣନୀତି ପ୍ରସ୍ତୁତ କରିଛନ୍ତି। ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଓ ପୂର୍ବଭଳି ତା ସହିତ ଦଳୀୟ କାର୍ଯ୍ୟକ୍ରମରେ ବି । ଏମିତି ଥରେ ନୁେହଁ, ବିଭିନ୍ନ ଆଳରେ ମୋଦୀ ନିର୍ବାଚନ ପୂର୍ବରୁ ତିନି ଥର ଓଡ଼ିଶା ଆସିବା ଲାଗି ଯୋଜନା ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ କେଂଗ୍ରସ ହାଇକମାଣ୍ଡ ରାହୁଲ ଗାନ୍ଧୀ ବି ଓଡ଼ିଶାକୁ ଗୁରୁତ୍ବ ଦେଉଛନ୍ତି, ଏମିତି ଏକ ସଙ୍କେତ ମିଳିଛି। ପୂର୍ବରୁ ଓଡ଼ିଶା ପ୍ରଦେଶ କେଂଗ୍ରସର ନବ କଳେବର ହୋଇଥିଲା ତା ନୁହେଁ, ଏକାଧିକ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ବ ଦେଇ ଘର ସଜଡା କାର୍ଯ୍ୟକ୍ରମର ତତ୍ତ୍ବାବଧାନ ଲାଗି ନିେର୍ଦଶ ଦେଇଥିଲେ। କାମ ଏ ମଧ୍ୟରେ କେତେ ବାଟ ଆଗେଇଛି, ତାହା ପରଖିବା ଲାଗି ତିନି ଦିନିଆ ଗସ୍ତରେ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ଗାନ୍ଧୀ ଏକାଧିକ କାର୍ଯ୍ୟକ୍ରମରେ େଯାଗ ଦେବେ।

ପ୍ରଧ‌ାନମନ୍ତ୍ରୀଙ୍କ ଗସ୍ତ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୋଦୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ପ୍ରଥମେ ସରକାରୀ କାର୍ଯ୍ୟକ୍ରମ ଭାବେ ଆ‌ଇଆଇଟିର ପୂର୍ଣ୍ଣାଙ୍ଗ କ୍ୟାମ୍ପସ୍‌କୁ ଲୋକାର୍ପିତ କରିବେ। ତାହା ପରେ ଖୋର୍ଦ୍ଧାରେ ଏକ ବିଶାଳ ସମାବେଶରେ ସେ ଯୋଗ ଦେବେ। ଏହି ସମାବେଶ ମାଧ୍ୟମରେ ବିଜେପି ଏକପ୍ରକାର ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯୋଜନା କରିଛି। ତେଣୁ ସମାବେଶକୁ ପ୍ରଭାବୀ ଢଙ୍ଗରେ ଆ‌ୟୋଜନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ଦ୍ଦିଷ୍ଟ ଭାବେ କେଉଁ ଜାଗାରେ ସମାବେଶ ହେବ, ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଦଳ ପକ୍ଷରୁ ପୂରା ଦମ୍‌ରେ ଆୟୋଜନ ଚା‌ଲିଛି। ସାଧାରଣ ନିର୍ବାଚନ ଲାଗି ଆସନ୍ତା ଫେବ୍ରୁଆରି େଶଷ ସପ୍ତାହରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇପାରେ। ଏହା ପୂର୍ବରୁ କେଉଁ କେଉଁ କେନ୍ଦ୍ରୀୟ ପ୍ରକଳ୍ପ ଉଦଘାଟନ ହୋଇପାରିବ, ସେ ନେଇ କସରତ ଚାଲିଛି। କିଛି ନୂଆ ପ୍ରକଳ୍ପର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ହାତରେ କରିବା ଲାଗି ମଧ୍ୟ ଯୋଜନା ଚାଲିଛି।

ଏପଟେ ରାହୁଲ ଗାନ୍ଧୀଙ୍କ ଗସ୍ତ ‌ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀ ଚଳିତ ମାସରେ ତିନି ଦିନିଆ ଗସ୍ତରେ ଓଡ଼ିଶା ଆସିବାକୁ ସ୍ଥିର ହୋଇଛି। ଆସନ୍ତା ୭ ତାରିଖ ପରେ ତାରିଖ ଚୂଡ଼ାନ୍ତ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ଗସ୍ତ ସମୟରେ ରାହୁଲ ଭୁବନେଶ୍ବର, ସମ୍ବଲପୁର ଓ କଳାହାଣ୍ଡିରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ସହ କର୍ମୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଦଳ ଏମିତି ପ୍ରସ୍ତାବ େଦଇ ରାହୁଲଙ୍କୁ ଓଡ଼ିଶା ଡାକିଛି।

ସମ୍ବନ୍ଧିତ ଖବର