ହାଇକୋର୍ଟରେ ଶ୍ରୀମନ୍ଦିର ମାମଲା : ନାଟ ମଣ୍ତପ ମରାମତି ପ୍ରସଙ୍ଗରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ, ଜାନୁଆରି ୭ରେ ପରବର୍ତ୍ତୀ ଶୁଣାଣି

କଟକ : ପୁରୀ ଶ୍ରୀ ମନ୍ଦିର ନାଟ ମଣ୍ତପର ମରାମତି ପ୍ରସ˚ଗରେ ୨୦୧୯, ଜାନୁଆରି ୭ରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ତପୀଠ ଶ୍ରୀଜଗନ୍ନାଥ ମନ୍ଦିର ସ˚ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ନାଟ ମଣ୍ତପର ସ˚ରକ୍ଷଣ ତଥା ମରାମତି ପାଇଁ ଗ୍ରହଣ ଗ୍ରହଣ କରାଯାଇଥିବା ପଦକ୍ଷେପ ସ˚ପର୍କରେ ବିସ୍ତୃତ ବିବରଣୀ ଦାଖଲ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ନାଟ ମଣ୍ତପ ଯାଞ୍ଚ ପ୍ରସ˚ଗରେ ଏଏସଆଇ ପକ୍ଷରୁ ଦର୍ଶାଯାଇଛି ଯେ ଅଗଷ୍ଟ ୨୦, ୨୧ ଓ ୨୨ ତାରିଖ ଦିନ ଏଏସଆଇ କୋର‌୍‌ କମିଟି ବିଶେଷଜ୍ଞଙ୍କ ସହିତ ଆଇଆଇଟି ମାଡ୍ରାସ ଓ ଖଡଗପୁର ବିଶେଷଜ୍ଞମାନେ ଶ୍ରୀମନ୍ଦିର ପ୍ରଶାସନର ସହାୟତାରେ ନାଟ ମଣ୍ତପର ଭିତର ଓ ବାହାର ଯାଞ୍ଚ କରିଥିଲେ। ଦୁର୍ବଳ ହୋଇ ପଡିଥିବା ବିମ୍‌ରେ ଏକ ମନିଟରି˚ ସିଷ୍ଟମ ଲଗାଇବା ପାଇଁ ଆଇଆଇଟି ମାଡ୍ରାସ ପରମର୍ଶ ଦେଇଥିବା ବେଳେ ନାଟ ମଣ୍ତପ ଛାତରେ କେତେକ ସ୍ଥାନରେ ଫାଟ ଦେଖାଯାଇଛି। ଆଇଆଇଟି ଖଡଗପୁର ଉପ ନିର୍ଦ୍ଦେଶକଙ୍କ ପରାମର୍ଶ ଏହି ମରାମତି ପାଇଁ ନିଆଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଏଏସ୍‌ଆଇ ପକ୍ଷରୁ ଦର୍ଶାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ, ସରକାରଙ୍କ ତରଫରୁ ଜିଏ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର