ଆଜି ଆରମ୍ଭ ହେବ ନାଟମଣ୍ଡପ ମରାମତି

ଲାଗିବ ଷ୍ଟ୍ରକ୍‌ଚରାଲ ହେଲ୍‌ଥ ମନିଟରିଂ ସିଷ୍ଟମ୍‌

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆରମ୍ଭ ହେବ। ଆସନ୍ତାକାଲି ଏଥିପାଇଁ ଭା‌ରା ବନ୍ଧା ହେବ। ଭାରାବନ୍ଧା ସରିବା ପ‌‌ରେ ନାଟମଣ୍ଡପର ସ୍ଥିତି ଯାଞ୍ଚ ପାଇଁ ଏଠାରେ ଷ୍ଟ୍ରକ୍‌ଚରାଲ ହେଲଥ୍ ମନିଟିରିଂ ସିଷ୍ଟମ ଲାଗିବ। ଏହାଦ୍ବାରା ନାଟମଣ୍ଡପର ସ୍ଥିତି କଣ ରହିଛି ତାହା ସ୍ପଷ୍ଟ ହୋଇଯିବ। ସେହିଭଳି ବିମ୍ ଦୁର୍ବଳ ରହିଥିବାରୁ ଏହାର ଯାଞ୍ଚ ପାଇଁ ଏକ କ୍ରାକ୍ ମିଟର ମଧ୍ୟ ଲାଗିବ। ନାଟମଣ୍ଡପ ଛାତ ଦୁର୍ବଳ ଥିବା କାରଣରୁ ଛାତ ମରାମିତ କାମ ମଧ୍ୟ ହେବ। ଖଡଗପୁର ଆଇଆଇଟି ପକ୍ଷରୁ ଏହା ତଦାରଖ କରାଯିବ। ଛାତରୁ କିଭଳି ପାଣି ନ ଗଳିବ ସେଥିପାଇଁ କେମିକାଲ ପ୍ରଲେପ ଦିଆଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର