ନଟବର ଶତପଥୀ ପାଇବେ ‘ସାରଳା ସମ୍ମାନ’

କଟକ :ବିଶିଷ୍ଟ ଭାଷାବିତ ତଥା ଗବେଷକ ଡକ୍ଟର ନଟବର ଶତପଥୀ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସାରଳା ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ୧୭ତାରିଖ ସଂଧ୍ୟା ୬ଟାରେ ସାରଳାଭବନରେ ଅନୁଷ୍ଠିତ ସଂସଦର ୩୬ତମ ବାର୍ଷିକ ଉତ୍ସବରେ ଡକ୍ଟର ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସଂସଦର ପ୍ରତିିଷ୍ଠାତା ଓ ସଭାପତି ଇଞ୍ଜିନିୟର ପ୍ରଭାକର ସ୍ୱାଇଁ ଓ ସଂପାଦକ ଡାକ୍ତର ନିରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ପୁରସ୍କାର ସ୍ୱରୂପ ଡକ୍ଟର ଶତପଥୀଙ୍କୁ ୫୦ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ। ଡକ୍ଟର ଶତପଥୀ ଓଡ଼ିଆ ଭାଷା ଆନ୍ଦୋଳନ ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସାରଳା ଶଦ୍ଦ, ସୂକ୍ତି କୋଷ, ଓଡ଼ିଆ ଅଭିଧାନ, ଭାଷାତତ୍ତ୍ୱର ରୂପଚିତ୍ର, ତୃତୀୟ ନେତ୍ର, ଅସମାପ୍ତ ଆଲୋଚନା ଆଦି ଗ୍ରନ୍ଥ ରଚନା ଡକ୍ଟର ଶତପଥୀ ଓଡ଼ିଆ ଭାଷାସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସେ ରେଭେନ୍‌ସା କଲେଜର ଓଡ଼ିଆ ବିଭାଗୀୟ ମୁଖ୍ୟ ପଦମଣ୍ଡନ କରିଥିଲେ।

ସମ୍ବନ୍ଧିତ ଖବର