କୁଳପତିଙ୍କୁ ମଗାଗଲା ଏନ୍‌ଆଇଆରଏଫ୍‌ ର‍୍ୟାଙ୍କିଙ୍ଗ୍‌ ମତାମତ

ଭୁବନେଶ୍ୱର, : କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ବଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ପ୍ରତିବର୍ଷ କରାଯାଉଥିବା ନ୍ୟାସନାଲ ଇଷ୍ଟିଚ୍ୟୁସନାଲ ର‍୍ୟାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ଵାର୍କ (ଏନ୍‌ଆଇଆରଏଫ୍‌) ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ରାଜ୍ୟର ୧୧ଟି ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କଠାରୁ ମତାମତ ଲୋଡ଼ାଯାଇଛି। ବିଶ୍ୱବିଦ୍ୟାଳୟ ର‍୍ୟାଙ୍କିଙ୍ଗ୍‌ ପ୍ରକ୍ରିୟାରେ ଗତଥର କେଉଁ ସ୍ଥାନରେ ରହିଥିଲ? ର‍୍ୟାଙ୍କ୍‌ ବୃଦ୍ଧି ପାଇଁ ଇତିମଧ୍ୟରେ କ’ଣ ସବୁ ପଦକ୍ଷେପ ନିଆଯାଇଛି? ଏଥିସହ ଏନ୍‌ଆଇଆରଏଫ୍‌ ସିଷ୍ଟମ ପାଇଁ କ’ଣ ଆବଶ୍ୟକତା ରହିଛି ସେବିଷୟରେ ଜଣାଇବାକୁ ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ କୁହାଯାଇଛି। ଏଥିସହ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ମଧ୍ୟ ବିଶ୍ୱବିଦ୍ୟାଳୟ ର‍୍ୟାଙ୍କ ସମ୍ପର୍କରେ ଅବଗତ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର