ମହାେମଣ୍ଟକୁ ନା କଲେ ନବୀନ

ଭୁବନେଶ୍ବର: ଗତକାଲି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମେଣ୍ଟ ସଂପର୍କରେ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। କହିଥିଲେ, ଏ ସଂକ୍ରାନ୍ତରେ ଭାବିବା ଲାଗି ଆମକୁ କିଛି ସମୟ ଦରକାର। ଶନିବାର େକନ୍ଦ୍ର ସରକାରଙ୍କ ବିେରାଧରେ ଅଭିେଯାଗର ପାହାଡ ଲଦିବା ପରେ ନବୀନଙ୍କର ଏଭଳି ମନ୍ତବ୍ୟ ଜାତୀୟ ରାଜନୀତିରେ ଆେଲାଡନ ସୃଷ୍ଟି କରିଥିଲା। କିନ୍ତୁ ଆଜି ଓଡ଼ିଶା ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି େଯ ବିଜୁ ଜନତା ଦଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିଠାରୁ ସମଦୂରତା ରଖିଛି। କୌଣସି ମହାମେଣ୍ଟରେ ସାମିଲ ହେବ ନାହିଁ। ନବୀନଙ୍କର ଏହି ପରିବର୍ତିତ ଆଭିମୁଖ୍ୟ ପୁଣି ଚର୍ଚ୍ଚା ପାଇଁ େଖାରାକ େଯାଗାଇଛି। ପ୍ରଶ୍ନ ଉଠିଛି, ତେଲେଙ୍ଗାନା ରାଷ୍ଟ୍ର ସମିତି େଯଉଁ ମେଣ୍ଟ ସଂପର୍କରେ ସୂଚାଉଥିଲା, ତାର ଭାଗ୍ୟ କଣ ହେବ? ନବୀନ ସେଥିରେ ସାମିଲ ହେବେ ନା ନାହିଁ? ଜାତୀୟ ରାଜନୀତିରେ ବିେଜଡିର େଠାସ୍ ଆଭିମୁଖ୍ୟ କଣ େହବ? ନିକଟରେ େତଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଓ ନବୀନଙ୍କ ମଧ୍ୟରେ କଂଗ୍ରେସ ଓ ବିେଜପିର ବିକଳ୍ପ ସଂପର୍କରେ େଢର୍ ଆେଲାଚନା େହାଇଥିଲା। ଓଡ଼ିଶା ପରେ ଶ୍ରୀ ରାଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖଙ୍କୁ ବି େଭଟିଥିଲେ। ଏହି ଆେଲାଚନାରୁ ଯଦିଓ େଠାସ୍ କିଛି ନିଷ୍କର୍ଷ ବାହାରିନଥିଲା, ତଥାପି ଆଞ୍ଚଳିକ ଦଳମାେନ େଗାଟିଏ ନିର୍ଦିଷ୍ଟ ମଞ୍ଚରେ ଏକାଠି େହାଇ େକନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିପାରନ୍ତି େବାଲି ରାଜନୈତିକ ମହଲ ବିଶ୍ବାସ କରୁଥିଲେ। ଏବେ ନବୀନ େରାକଠୋକ୍ ନିଷ୍ପତ୍ତି ଶୁଣାଇବା ପରେ ୨୦୧୯କୁ ନେଇ ଜାତୀୟ ରାଜନୀତିରେ ଯେଉଁ ସମୀକରଣ ଚାଲିଛି, ତାହା ଆହୁରି େରାଚକ େମାଡ଼ ନେଇଛି।

ସମ୍ବନ୍ଧିତ ଖବର