ସୋମବାର ପୂର୍ବାହ୍ନ ୧୨ଟାରେ ବିଜେପୁର ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର : ଆଜି ବିଜେପୁର ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବାହ୍ନ ୧୨ଟା ସମୟରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ । ଏହି ସମୟରେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ମାନେ ଉପସ୍ଥିତ ରହିବେ । ନବୀନ ଚଳିତ ଥର ଦୁଇଟି ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ପୂର୍ବରୁ ହିଞ୍ଜିଳି ଆସନ ପାଇଁ ନବୀନ ନାମାଙ୍କନ ପତ୍ର ଦାଖଲ କରି ସାରିଥିବା ବେଳେ ବିଜେପୁର ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ।

ବିଜେପୁରରୁ ନବୀନଙ୍କ ଲଢିବାକୁ ନେଇ ପୂରା ଜିଲ୍ଲାବାସୀ ବେଶ ଉତ୍ସାହିତ ଅଛନ୍ତି । ଏହାପୂର୍ବରୁ ବିଜେପୁର ଉପନିର୍ବାଚନ ସମୟରେ ନବୀନ ନିଜ ଭାଷଣରେ ବିଜେପୁରର ଦାୟିତ୍ୱ ନିଜେ ନେବେ ବୋଲି ଘୋଷଣା କରିଥିଲେ । ରୀତା ସାହୁଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇଲେ ନିଜେ ବିଜେପୁରର ଦାୟିତ୍ୱ ନେବେ ବୋଲି କହିଥିଲେ । ସେତେବେଳେ ବିଜେପୁର ବାସୀ ନବୀନଙ୍କ କଥା ରଖିଥିଲେ ଆଉ ଉପନିର୍ବାଚନର ବର୍ଷକ ପରେ ମଧ୍ୟ ନବୀନ ନିଜ କଥା ରଖିଛନ୍ତି । ବିଜେପୁରରୁ ପ୍ରାର୍ଥୀ ହୋଇ ନବୀନ ପଶ୍ଚିମ ଓଡିଶା ଭୋଟବ୍ୟାଙ୍କକୁ ଦଳ ସପକ୍ଷକୁ ଆଣିବାକୁ ଯୋଜନା କରିଛନ୍ତି । ଆଉ ନବୀନଙ୍କ ବିଜେପୁରରୁ ଲଢିବା ଘୋଷଣା ପରେ ବିରୋଧୀଙ୍କ ଆଖିରୁ ନିଦ ହଜି ଯାଇଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.