ସମ୍ବଲପୁରରୁ ଗଲା ଷଷ୍ଠ ତୀର୍ଥ ଯାତ୍ରା ଟ୍ରେନ୍‌ : ୧୦୦୦ ବରିଷ୍ଠ ନାଗରିକ ଗଲେ ଶିରିଡ଼ି, ନାଶିକ

ଭୁବନେଶ୍ୱର : ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମ୍ବଲପୁରରୁ ଆଜି ବାହାରିଛି ତୀର୍ଥ ଯାତ୍ରା ଟ୍ରେନ୍‌। ଏଥିରେ ୧୦୦୦ ବରିଷ୍ଠ ନାଗରିକ ଶିରିଡ଼ି, ନାସିକ୍‌ ଓ ତ୍ରୟେମ୍ବକେଶ୍ୱର ଯାତ୍ରା କରିଛନ୍ତି। ଆଜି ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏ ପର୍ଯ୍ୟନ୍ତ ମୋଟ୍‌ ୬ ଥର ତୀର୍ଥ ଯାତ୍ରା ଟ୍ରେନ୍‌ ବିଭିନ୍ନ ଧାର୍ମିକ ପୀଠକୁ ଯାଇଛି। ପାଖାପାଖି ୬୦୦୦ ବରିଷ୍ଠ ନାଗରିକ ଏଥିରେ ଯାତ୍ରା କରିଛନ୍ତି।  ୨୦୧୬-୧୭ ମସିହାରେ ମୋଟ୍‌ ୨୯୩୧ ଜଣ ତୀର୍ଥ ଯାତ୍ରୀ ରାମେଶ୍ୱରମ୍‌, ମଦୁରାଇ, ଆହ୍ଲାବାଦ, ବାରଣାସୀ, ଋଷିକେଶ ଓ ହରିଦ୍ୱାର ଯାତ୍ରା କରିଥିଲେ। ୨୦୧୭-୧୮ରେ ମୋଟ୍‌ ୩୦୦୨ ଜଣ ତୀର୍ଥ ଯାତ୍ରୀ ଆଜମେର, ପୁସ୍କର, ତିରୁପତି, ଭେଲୋର, ଶିରିଡ଼ି, ନାସିକ ଓ ତ୍ରୟେମ୍ବକେଶ୍ୱର ଯାତ୍ରା କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଉପସ୍ଥିତ ଥିଲେ। ସମ୍ବଲପୁରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର