ବିଜେପୁର ହାତେଇବାକୁ ମଇଦାନକୁ ଓହ୍ଲାଇଲେ ନବୀନ, ଶୁକ୍ରବାର ନବୀନ-ଧର୍ମେନ୍ଦ୍ର ମୁହାଁମୁହିଁ

ବିଜେପୁର/ଭୁବନେଶ୍ୱର : ସାଧାରଣ ନିର୍ବାଚନର ସଫଳତା ଉପନିର୍ବାଚନରେ ଦୋହରାଇବାକୁ ସେହି ଅନ୍ଦାଜ ଏବଂ ସେହି ଶୈଳୀରେ ବିଜେପୁରରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ବସରେ ବିଜେପୁରର ସାହି ଗଳିରେ ବୁଲି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗିଛନ୍ତି । ବିଜେପୁରବାସୀଙ୍କୁ ସମ୍ବୋଧିତ କରି ‘ଆପଣମାନେ ଖୁସି ତ’ ବୋଲି ନବୀନ ପଚାରିଛନ୍ତି । ଉପନିର୍ବାଚନ ପାଇଁ ବିଜେପୁରରେ ସରଗରମ ପ୍ରଚାର ଚାଲିଥିବା ବେଳେ ମୈଦାନକୁ ନବୀନ ଓହ୍ଲାଇ ଆସିଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ରାସ୍ତା ଉପରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା ।

ରୋଡ୍ ସୋ ବେଳେ ଛକ ଛକରେ ଅଟକିଯାଉଥିଲା ନବୀନଙ୍କ ହାଇଟେକ୍ ବସ୍ ଆଉ ବସ୍ ଭିତରୁ ବାହାରି ଲୋକଙ୍କୁ ହାତ ହଲାଇ ନବୀନ ଭୋଟ ମାଗିଥିଲେ । ତଫାତ୍ ଖାଲି ଏତିକି ଥିଲା ଯେ, ସାଧାରଣ ନିର୍ବାଚନରେ ନିଜ ପାଇଁ ଭୋଟ୍ ମାଗିଥିଲେ ଆଉ ଏବେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିଛନ୍ତି । ଗୁରୁବାର ପ୍ରଥମ ଦିନରେ ବିଜେପୁରର ୧୩ରୁ ଅଧିକ ପଞ୍ଚାୟତ ଏବଂ ବରପାଲି ବ୍ଲକରେ ନବୀନ ପ୍ରଚାର କରିଛନ୍ତି ।

Naidunia

ଶୁକ୍ରବାର ଗାଇସିଲଟରେ ଗଡିବ ନବୀନଙ୍କ ପ୍ରଚାର ଗାଡି । ତେବେ ପ୍ରଚାର ମୈଦାନରେ ନବୀନଙ୍କୁ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ଭୋଟ୍ ମାଗିବାକୁ ଦ୍ୱିତୀୟଥର ପାଇଁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ | ପ୍ରଥମେ ଉପନିର୍ବାଚନ, ପରେ ସାଧାରଣ ନିର୍ବାଚନ ଆଉ ଏବେ ପୁଣି ଥରେ ଉପନିର୍ବାଚନର ସାମ୍ନା କରୁଛି ବିଜେପୁର । ଉପନିର୍ବାଚନରେ ରୀତା ସାହୁ ୪୩ ହଜାର ଭୋଟରେ ଜିତିଥିବା ବେଳେ ସାଧାରଣ ନିର୍ବାଚନରେ ୫୫ ହଜାରରୁ ଅଧିକ ଭୋଟରେ ନବୀନ ବାଜି ମାରିଥିଲେ |

ସମ୍ବନ୍ଧିତ ଖବର