ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ କାଳିଆ ରଥ : ଚାଷୀଙ୍କୁ ‘କାଳିଆ’ ଯୋଜନା ସଂପର୍କରେ ଅବଗତ କରାଇବ

ଭୁବନେଶ୍ବର: କାଳିଆ ଯୋଜନା ନେଇ କୃଷକଙ୍କ ମଧ୍ୟରେ ସଚେତନତା ପାଇଁ ଚଳାଯାଇଛି ‘କାଳିଆ ରଥ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ‘କାଳିଆ ରଥ‘ ପରିକ୍ରମାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ‘କାଳିଆ ରଥ’ ପ୍ରତି ପଞ୍ଚାୟତ ପରିକ୍ରମା କରି କାଳିଆ ଯୋଜନା ସମ୍ପର୍କରେ କୃଷକମାନଙ୍କୁ ସଚେତନ କରାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସେହିଭଳି ବିଭିନ୍ନ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ମୋଟ୍ ୧୫୦ଟି କାଳିଆ ରଥ ଗଡ଼ିବ ବୋଲି ସୂଚନା ମିଳିଛି । ତେବେ ଏହି କାଳିଆ ରଥ ସାରା ରାଜ୍ୟ ବୁଲିବା ସହ କୃଷକମାନଙ୍କୁ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ବିଷୟରେ ଅବଗତ କରାଇବ । ‘କାଳିଆ’ ଯୋଜନା ନେଇ ଏବେ ବି ଦ୍ୱନ୍ଦ୍ବ ଲାଗି ରହିଥିବାବେଳେ ଏହାର ସମାଧାନ କରିବ ‘କାଳିଆ ରଥ’ ବୋଲି ସୂଚନା ଦେଇଛନ୍ତି ସମବାୟ ସଚିବ କ୍ରିଷନ କୁମାର ।

କାଳିଆ ରଥରେ ଲାଗିଥିବା ଏଲଇଡ଼ି ଜରିଆରେ ଚିତ୍ର ଓ ଶବ୍ଦ ମାଧ୍ୟମରେ ‘କାଳିଆ’ ଯୋଜନା ନେଇ ଅବଗତ କରାଇବ କାଳିଆ ରଥ । କାଳିଆ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର