ଆପଣଙ୍କୁ ଆସିପାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋନ !

ଭୁବନେଶ୍ୱର: ଆପଣଙ୍କ ପାଖରେ କିଭଳି ପହଁଚୁଛି ସରକାରୀ ସୁବିଧା ଏଣିକି ନବୀନ ନିଜେ ଫୋନ କରି ପଚାରି ବୁଝିବେ | ଯଦି ଆପଣଙ୍କ ଘରକୁ ବିଦ୍ୟୁତ ସଂଯୋଗ ହୋଇନାହିଁ ତେବେ ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ଆଜି ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ମୋ ସରକାର କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

Business Today

ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରିବା ଅବସରରେ ମୋ’ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଯେଉଁ ଗାଁରେ ବିଦ୍ୟୁତ ସଂଯୋଗ ହୋଇନାହିଁ, ସେହି ଗ୍ରାମରେ ୪୮ ଘଣ୍ଟା ଭିତରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି ସେ କହିଥିଲେ। ଏହି ଅବସରରେ ଅହିଂସା ମାର୍ଗରେ ଚାଲିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଲେ । ସେ ଆହୁରି ମଧ୍ୟ କହିଲେ, ସାଧାରଣ ଲୋକମାନଙ୍କ ପାଇଁ କାମ କରୁଛନ୍ତି ସରକାର । ନୂଆ ଓଡିଶା ଗଠନ ଦିଗରେ ଆମେ ସମସ୍ତେ କାମ କରିବା ଦରକାର ପରାମର୍ଶ ।

ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ- 5T କୁ ଭିତ୍ତି କରି ସରକାର କାମ କରୁଛନ୍ତି, ଆମର ପ୍ରତ୍ୟେକ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ସାଧାରଣ ଲୋକେ, ସାଧାରଣ ଲୋକଙ୍କ ମତାମତ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ଅକ୍ଟୋବର ୨ରୁ ଥାନା ଓ ହସ୍ପିଟାଲରେ 5T ଲାଗୁ ହେବ, ୧୫ ମାର୍ଚରୁ ସବୁ ସରକାରୀ କାର‌୍ୟ୍ୟାଳୟରେ ଲାଗୁ ହେବ ବୋଲି ସେ କହିଥିଲେ। ଫୋନ୍ ଯୋଗେ ଲୋକଙ୍କ ସହ ସେ ନିଜେ କଥା ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ବି ଲୋକଙ୍କ ସହ କଥା ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର