ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ଜଣାଇଲେ ନବୀନ, ପ୍ରଥମ ଥର ପାଇଁ ବାହାରେ ହେବ ଶପଥ ଗ୍ରହଣ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଛନ୍ତି। ଆଉ ଏହାସହ ବିଜେଡି ବିଧାୟକ ଦଳ ନେତା ୧୧୨ ବିଧାୟକଙ୍କ ସମର୍ଥନ ତାଲିକା ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।

ପଞ୍ଚମ ଥର ପାଇଁ ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ନବୀନ ନିବାସରେ ହୋଇଥିବା ବିଧାୟକ ଦଳ ବୈଠକରେ ନବୀନଙ୍କ ନାମ ବିକ୍ରମ ଆରୁଖ ପ୍ରସ୍ତାବ ଦେଇଥିଲେ । ବିଜେଡିର ନବ ନିର୍ବାଚିତ ୧୧୨ବିଧାୟକ ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳର ନେତା ପାଇଁ ପ୍ରସ୍ତାବ ପାରିତ କରାଇଛନ୍ତି । ନେତା ନିର୍ବାଚିତ ହେବା ପରେ ବିଧାୟକମାନଙ୍କୁ ନବୀନ ଧନ୍ୟବାଦ ଦେଇଛନ୍ତି।

 

ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ନବୀନ ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ନିଜ ମନ୍ତ୍ରୀମଣ୍ଡଳ ସହ ନବୀନ ପ୍ରଦର୍ଶନୀ ପଡିଆରେ ଶପଥ ନେବେ। ଅନ୍ୟ ରାଜ୍ୟର ରାଜନେତାମାନେ ବି ଏଥିରେ ଯୋଗ ଦେବେ। ଏହି ଶପଥଗ୍ରହଣ ଉତ୍ସବରେ ୫୦୦୦ରୁ ଅଧିକ ଲୋକ ଉପସ୍ଥିତ ରହିବେ । ଏହାକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀ ପଡିଆରେ କଡ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧିତ ଖବର