ଭୁବନେଶ୍ୱର : ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର କଲ୍ୟାଣ ଯୋଜନାମାନ ଘୋଷଣା କରିଥିଲେ। ଏ ନେଇ ଆଜି ସଚିବାଳୟରେ ରାଜ୍ୟ ଓ ଜିଲ୍ଲସ୍ତରୀୟ ସାମ୍ବାଦିକ, ସମ୍ପାଦକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କୃତଜ୍ଞତା ପ୍ରକାଶ କରିବା ସହିତ ସମ୍ବର୍ଧନା ଜଣାଇଥିଲେ। ସମ୍ବର୍ଧନାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଆପଣମାନଙ୍କ ଖୁସିରେ ମୁଁ ଆନନ୍ଦିତ।’’
Sambad is now on WhatsApp
Join and get latest news updates delivered to you via WhatsApp
ଉଭୟ ବୈଦ୍ୟୁତିକ ଗଣମାଧ୍ୟମ ଓ ପ୍ରିଣ୍ଟ ମିଡ଼ିଆର ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସାମ୍ବାଦିକଙ୍କ କଲ୍ୟାଣ ତଥା ମୌଳିକ ସମସ୍ୟାର ସମାଧାନ ଲାଗି ସରକାର ଯେଉଁ ଐତିହାସିକ ପ୍ୟାକେଜ ଘୋଷଣା କରିଛନ୍ତି, ତାହା ସମଗ୍ର ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି। ତେବେ ଅନ୍ୟ ରାଜ୍ୟଗୁଡ଼ିକ ପରି ଓଡ଼ିଶାରେ ରାଜ୍ୟ ସରକାର ସାମ୍ବାଦିକ ପେନ୍ସନ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବାକୁ କାର୍ଯ୍ୟରତ ସାମ୍ବାଦିକମାନେ ଦାବି କରିଥିଲେ। ଏହି ଅବସରରେ ସାମ୍ବାଦିକମାନେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ଭେଟି ପ୍ୟାକେଜ୍ ଲାଗି କୃତଜ୍ଞତା ଜଣାଇଥିଲେ। ରାଜ୍ୟର ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ପେନ୍ସନ ଦେବା ସହିତ ସଚିବାଳୟସ୍ଥିତ ପ୍ରେସ୍ ଲାଉଞ୍ଜର ଦୁରବସ୍ଥା କଥା ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।
ମୁଖ୍ୟମନ୍ତ୍ରୀ ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ସହ ଆଲୋଚନାରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, କେ. ରବି, ଦିଲ୍ଲୀପ ଶତପଥୀ, ହଳଧର ଧୀର୍, ଜୀମୂତ ବାହାନ ମଙ୍ଗରାଜ, ଧୀରେନ୍ଦ୍ର ମିଶ୍ର, ଅରବିନ୍ଦ ମିଶ୍ର, ବୈଷ୍ଣବ ଜେନା, ବିରୂପାକ୍ଷ ତ୍ରିପାଠୀ, ଦେବେନ୍ଦ୍ର ସୁଆର, ପ୍ରତାପ ସାମଲ, ବିବେକାନନ୍ଦ ଜେନା, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଜିତେନ୍ଦ୍ର ପଟ୍ଟନାୟକ, ପ୍ରସନ୍ନ ପତି, ଅନିଲ୍ ଦାସ, ପ୍ରକାଶ ସେଠୀ, ବିଜୟ କୁମାର ପଣ୍ଡା, ସନତ ମିଶ୍ର, ରମେଶ ଚନ୍ଦ୍ର ସ୍ୱାଇଁ, ପାର୍ଥସାରଥୀ ଜେନା, ସୁବ୍ରତ ଦାସ, ଶୁଭାଶୀଷ ମହାନ୍ତି, ମାଧବାନନ୍ଦ ବେହୁରା, ସୁରେନ୍ଦ୍ର ସାହୁ, ଅବିନାଶ ମିଶ୍ର, ଚିତ୍ତରଂଜନ ପଟ୍ଟନାୟକ, ଦେବ ମହାପାତ୍ର, ଅଜୟ ଦାସ, ସତ୍ୟବାଦୀ ନାୟକ, କିଶୋର ମଙ୍ଗରାଜ, ଶେଖ ମହମ୍ମଦ ରିୟାଜ, ଧୀରେନ୍ ସ୍ୱାଇଁ, ବ୍ରାହ୍ମିପ୍ରିୟା ସାମନ୍ତରାୟ ଏବଂ ବୈଦ୍ୟୁତିକ ଗଣମାଧ୍ୟମରୁ ଶରତ ପାଇକରାୟ, ସୌମ୍ୟଜିତ୍ ପଟ୍ଟନାୟକ, ଦିଲ୍ଲୀପ ବିଶୋଇ, ଅଜିତ୍ ଦାଶ, ଦୁର୍ଗା ଷଡ଼ଙ୍ଗୀ, ସୁକାନ୍ତ ରାଉତରାୟ, ସମର ପ୍ରଧାନ, ଲକ୍ଷ୍ମୀଧର ମହାପାତ୍ର, ଚିନ୍ମୟ ମହାପାତ୍ର, ଆଶିଷ ପ୍ରଧାନ, ସୁଧାଂଶୁ ଦାସ, ଅନିତା ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।