ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧୬୩ ପଞ୍ଚାୟତ ପାଇଁ ୧୪୮୦ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୮ଟି ବ୍ଲକ୍‌ର ୧୬୩ ପଞ୍ଚାୟତ ପାଇଁ ୧୪୮୦ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା କେନ୍ଦୁଝର ଜିଲ୍ଲାର ଘଟଗାଁ ଓ ସହରପଡ଼ା, କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଓ ଖୁଣ୍ଟା, ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା, ସମ୍ବଲପୁର ଜିଲ୍ଲାର ନାକ୍‌ଟିଦେଉଳ ଓ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ୍। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୩୮.୮୬ କୋଟି ଟଙ୍କା। ଘଟଗାଁ ବ୍ଲକ୍‌ର ୨୬ଟି ପଞ୍ଚାୟତ ପାଇଁ ୬.୦୧ କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପ, ସହରପଡ଼ା ବ୍ଲକ୍‌ର ୨୦ଟି ପଞ୍ଚାୟତ ପାଇଁ ୪.୮୦ କୋଟି ଟଙ୍କାରେ ୧୫୦ଟି ପ୍ରକଳ୍ପ, ପଟ୍ଟାମୁଣ୍ଡାଇ ବ୍ଲକ୍‌ର ୩୧ଟି ପଞ୍ଚାୟତ ପାଇଁ ୮.୧୮ କୋଟି ଟଙ୍କାରେ ୩୧୦ଟି ପ୍ରକଳ୍ପ, ବେତନଟୀ ବ୍ଲକ୍‌ର ୨୪ଟି ପଞ୍ଚାୟତ ପାଇଁ ୬ କୋଟି ଟଙ୍କାରେ ୨୬୯ଟି ପ୍ରକଳ୍ପ, ଖୁଣ୍ଟାର ବ୍ଲକ୍‌ର ୧୪ଟି ପଞ୍ଚାୟତ ପାଇଁ ୩.୫୦ କୋଟି ଟଙ୍କାରେ ୧୨୫ଟି ପ୍ରକଳ୍ପ, ମୁନିଗୁଡ଼ା ବ୍ଲକ୍‌ର ୧୭ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୧୮୭ଟି ପ୍ରକଳ୍ପ, ନାକ୍‌ଟିଦେଉଳ ବ୍ଲକ୍‌ର ୧୪ଟି ପଞ୍ଚାୟତ ପାଇଁ ୩.୧୨ କୋଟି ଟଙ୍କାରେ ୧୫୭ଟି ପ୍ରକଳ୍ପ ଓ ଚିଲିକା ବ୍ଲକ୍‌ର ୧୭ଟି ପଞ୍ଚାୟତ ପାଇଁ ୪.୨୫ କୋଟି ଟଙ୍କାରେ ୧୨୨ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସା˚ସଦ, ବିଧାୟକ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୧୮ଟି ବ୍ଲକ୍‌ର ୪୭୩୮ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ପର୍ଯ୍ୟନ୍ତ ୪୩,୪୧୨ଟି ପ୍ରକଳ୍ପ ପାଇଁ ୧୦୭୩.୪୯ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର