ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୨୦୨ ପଞ୍ଚାୟତ ପାଇଁ ୧୯୫୭ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯ଟି ଜିଲ୍ଲାର ୧୦ଟି ବ୍ଲକ୍‌ର ୨୦୨ ପଞ୍ଚାୟତ ପାଇଁ ୧୯୫୭ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କର, ଜଗତସିଂହପୁର ଜିଲ୍ଲାର ବାଲିକୁଦା, ନୟାଗଡ଼ ଜିଲ୍ଲାର ଓଡ଼ଗାଁ, ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା, ସମ୍ବଲପୁର ଜିଲ୍ଲାର ଯୁଜୁମରା, କେନ୍ଦୁଝର ଜିଲ୍ଲାର ବଂଶପାଳ ଓ ଆନନ୍ଦପୁର, ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା(ସୋରଡ଼ା-କୁଲାଙ୍ଗି). ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଓ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୪୬.୭୮ କୋଟି ଟଙ୍କା।

ବାଲିଶଙ୍କର ବ୍ଲକ୍‌ର ୧୯ଟି ପଞ୍ଚାୟତ ପାଇଁ ୩.୮୦ କୋଟି ଟଙ୍କାରେ ୧୨୬ଟି ପ୍ରକଳ୍ପ, ବାଲିକୁଦା ବ୍ଲକ୍‌ର ୩୦ଟି ପଞ୍ଚାୟତ ପାଇଁ ୬.୫୦ କୋଟି ଟଙ୍କାରେ ୪୧୬ଟି ପ୍ରକଳ୍ପ, ଓଡ଼ଗାଁ ବ୍ଲକ୍‌ର ୩୬ଟି ପଞ୍ଚାୟତ ପାଇଁ ୮.୨୫ କୋଟି ଟଙ୍କାରେ ୩୭୫ଟି ପ୍ରକଳ୍ପ, ଠାକୁରମୁଣ୍ଡା ବ୍ଲକ୍‌ର ୧୮ଟି ପଞ୍ଚାୟତ ପାଇଁ ୪.୫୦ କୋଟି ଟଙ୍କାରେ ୨୦୧ଟି ପ୍ରକଳ୍ପ, ଯୁଜୁମରା ବ୍ଲକ୍‌ର ୧୮ଟି ପଞ୍ଚାୟତ ପାଇଁ ୪.୧୪ କୋଟି ଟଙ୍କାରେ ୨୧୭ଟି ପ୍ରକଳ୍ପ, ବଂଶପାଳ ବ୍ଲକ୍‌ର ୨୧ଟି ପଞ୍ଚାୟତ ପାଇଁ ୪.୬୨ କୋଟି ଟଙ୍କାରେ ୧୪୭ଟି ପ୍ରକଳ୍ପ, ଆନନ୍ଦପୁର ବ୍ଲକ୍‌ର ୧୮ଟି ପଞ୍ଚାୟତ ପାଇଁ ୪.୭୨ କୋଟି ଟଙ୍କାରେ ୧୩୦ଟି ପ୍ରକଳ୍ପ, ବେଲଗୁଣ୍ଠା ବ୍ଲକ୍‌ର ୧୯ଟି ପଞ୍ଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୪୭ଟି ପ୍ରକଳ୍ପ, ଡାବୁଗାଁ ବ୍ଲକ୍‌ର ୧୨ଟି ପଞ୍ଚାୟତ ପାଇଁ ୩‌ କୋଟି ଟଙ୍କାରେ ୧୩୦ଟି ପ୍ରକଳ୍ପ ଓ ଡୁମୁଡ଼ିବନ୍ଧ ବ୍ଲକ୍‌ର ୧୧ଟି ପଞ୍ଚାୟତ ପାଇଁ ୨.୫୦ କୋଟି ଟଙ୍କାରେ ୬୪ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସା˚ସଦ, ବିଧାୟକ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୧୦ଟି ବ୍ଲକ୍‌ର ୪୫୭୫ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧୢମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ପର୍ଯ୍ୟନ୍ତ ୪୧୯୩୨ଟି ପ୍ରକଳ୍ପ ପାଇଁ ୧୦୩୪.୬୩ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର