ଚାଷୀଙ୍କୁ ଆଶ୍ବସ୍ତ କଲେ ନବୀନ, ବିଜେପିକୁ କଟାକ୍ଷ : ପ୍ରଥମ ଦିନରେ କାଳିଆ ଟଙ୍କା

ଇସ୍ତାହାରରେ ଚାଷୀ କଲ୍ୟାଣକୁ ପ୍ରାଥମିକତା, ଆଉ ୨୫ଲକ୍ଷ ଲୋକଙ୍କୁ ମିଳିବ ଏକାଥରକେ ୧୦ ହଜାର, ସବୁ ଚାଷୀଙ୍କୁ ଲାଭ ମିଳିବ, କେହି ବି ବାଦ୍ ପଡିବେନି, ପୋଲାଭରମ୍ ଓ ଆଦିବାସୀ କାର୍ଡ ବି ଖେଳିଲେ ନବୀନ

ଜୟପୁର : ‘‘ମୁଁ ଆପଣଙ୍କୁ କଥା ଦେଉଛି, ବିଜୁ ଜନତା ଦଳ ସରକାର ଗଠନର ପ୍ରଥମ ଦିନରେ ହିଁ ବାକିଥିବା ୨୫ ଲକ୍ଷ ଚାଷୀ କାଳିଆ ଯୋଜନାର ଦୁଇଟି କିସ୍ତି ୧୦ ହଜାର ଟଙ୍କା ଏକାଥରକେ ପାଇବେ। କେହି ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ। ଏବେ ନୁହେଁ କି କେବେ ନୁହେଁ।’’

କୋରାପୁଟ ଜିଲ୍ଲାର ଜୟପୁର ନିର୍ବାଚନମଣ୍ଡଳୀରେ ଏକ ନିର୍ବାଚନ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ତଥା ବିେଜଡି ସଭାପତି ନବୀନ ପଟ୍ଟନାୟକ ଆଜି ଭୋଟରଙ୍କ ସାମ୍ନାରେ ଏଭଳି ଏକ ବଡ଼ ପ୍ରତିଶ୍ରୁତି ରଖିଛନ୍ତି। କାଳିଆ େଯାଜନାକୁ େନଇ ନବୀନଙ୍କ ଏହା ଆଉ ଏକ ମାଷ୍ଟରେଷ୍ଟ୍ରାକ୍ େବାଲି କୁହାଯାଉଛି।

କେବଳ ସେତିକି ନୁେହଁ, ନବୀନ ଏହି ସଭା ଜରିଆରେ ରାଜ୍ୟବାସୀଙ୍କୁ ଆଉ ଏକ ସଙ୍କେତ ବି େଦବାକୁ ଭୁଲିନାହାନ୍ତି। ଯଦିଓ ଦଳର ନିର୍ବାଚନୀ ଇସ୍ତାହାର ଏଯାଏ ପ୍ରକାଶ ପାଇନାହିଁ, ତଥାପି ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି, ‘‘ଆମର ଇସ୍ତାହାରରେ ଚାଷୀ କଲ୍ୟାଣକୁ ଏକ ନମ୍ବରରେ ରଖିଛୁ। ଆମର କାଳିଆ େଯାଜନାରେ ଏ ପର୍ଯ୍ୟନ୍ତ ୪୦ ଲକ୍ଷ ଚାଷୀ ଉପକାର ପାଇଛନ୍ତି। ଆଉ ୨୫ ଲକ୍ଷ ଚାଷୀଙ୍କ ତାଲିକା ତିଆରି େହାଇଛି। ତାଲିକାରେ ଥିବା ସବୁ ଚାଷୀ ଲାଭ ପାଇବେ।’’

େଭାଟରଙ୍କ ବିଚାର ପାଇଁ ରଖୁଛି େବାଲି ନବୀନ କିଛି ପୁରୁଣା କଥା ବି େଦାହରାଇଛନ୍ତି, ଯାହା ଗଞ୍ଜାମ ସଭାରେ କିଛି ପରିମାଣରେ କହିଥିଲେ। ବିେଜପି ଓ େକନ୍ଦ୍ର ସରକାରଙ୍କୁ ପରୋକ୍ଷରେ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ଆଜି ପୁଣି ଅଭିେଯାଗର ପାହାଡ଼ ଠିଆ କରିଥିଲେ। କହିଥିଲେ, ଫାଇଲିନ୍ େହଲା, ଆସିେଲ ନାହିଁ। ହୁଡ୍ ହୁଡ୍ ହେଲା, ଆସିଲେ ନାହିଁ। କାହା ସ୍ବାର୍ଥରେ େପାଲାଭରମ୍ ପ୍ରକଳ୍ପ କରାଯାଉଛି। ଗରିବ ଆଦିବାସୀଙ୍କ କଥା ମନେ ପଡିଲାନି? କେବିକେ େଯାଜନା କାହିଁକି ବନ୍ଦ କରାଗଲା? ଗରିବ ଏସ୍‌ସି,ଏସ୍‌ଟି ପିଲାଙ୍କ ବୃତ୍ତି ବନ୍ଦ କରିଦେଲ? ଓଡ଼ିଶାରେ ଜଳସେଚନ ପାଇଁ ୨୦ େକାଟି ହଜାର େକାଟି ଖର୍ଚ୍ଚ େହାଇଛି। େକନ୍ଦ୍ର ସରକାର ମାତ୍ର ୨୫୦ େକାଟି ଟଙ୍କା େଦଇଛନ୍ତି। ଚାଷୀ ଭାଇଙ୍କ ପାଇଁ ଦରଦ ଏମିତି? କାହିଁକି ବନ୍ୟାରେ, ବାତ୍ୟାରେ ଓଡ଼ିଶାକୁ ସହଯୋଗ ମିଳୁନାହିଁ?

ନବୀନ କଟାକ୍ଷ କରି ଆହୁରି କହିଥିଲେ, ନିର୍ବାଚନ ଆସିଲେ ଆସିବେ। ବିେଜପିର ବଡ଼ ବଡ଼ େନତାମାେନ ଆସିବେ। ବଡ଼ ବଡ଼ କଥା କହିବେ। ତା’ପରେ ଦେଖାମିଳିବ ନାହିଁ। ସେମାେନ ଖାଲି ଓଡ଼ିଶା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ସାେଢ ଚାରିେକାଟି ଓଡ଼ିଶାବାସୀ େମାର ପରିବାର। ମୁଁ ସବୁବେଳେ ଆପଣଙ୍କ ସାଙ୍ଗରେ ରହିଛି, ଆଉ ରହିବି େବାଲି ନବୀନ ଆଜି େଭାଟରଙ୍କ ମଧ୍ୟରେ ବିଶ୍ବାସକୁ ଆହୁରି ଦୃଢ କରିବା ସହିତ ଜୟପୁରରେ ପେପର ମିଲ ଠିକ୍ ଭାବେ ଚାଲିବ ବୋଲି ପ୍ରତିଶ୍ରୁତି େଦଇ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ।

ଆଜି ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଗୋଟିଏ ଦିନରେ ୬ଟି ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଜୟପୁରରେ ଆୟୋଜିତ ଶେଷ ନିର୍ବାଚନ ସଭାରେ ଯୋଗଦେଇ ସଭାପରେ ମୁଖ୍ୟରାସ୍ତାରେ ରୋଡ଼ ସୋ’ କରି ଭୁବନେଶ୍ବର ଫେରିଥିଲେ ନବୀନ। ଅପରାହ୍ନ ୪ଟା ବେଳେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ହଶହରା ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ‘ଜୟ ଜଗନ୍ନାଥ’ରୁ ନିଜ ବକ୍ତବ୍ୟ ଆରମ୍ଭ କରିବା ସହ ‘ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି’ କହିଥିଲେ।

ନିର୍ବାଚନୀ ସଭାରେ ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦ, ବିଜେଡି ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକ୍‌କା ଉପସ୍ଥିତ ଥିଲେ। ସଭା ପରେ ମୁଖ୍ୟମନ୍ତ୍ରୀ ଇନୋଭା କାର ଯୋଗେ ଜୟପୁର ମୁଖ୍ୟରାସ୍ତାରେ ରୋଡସୋ’ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ନୂତନ ଭାବେ ନିର୍ମିତ ହୋଇଥିବା ହାଇଟେକ୍ ବସରେ ରୋଡ ସୋ’ କରିବେ ବୋଲି ଭାବି ହଜାର ହଜାର ସଂଖ୍ୟାରେ ଜନତା ଆସିଥିଲେ। ତେବେ ହାଇଟେକ୍ ବସ୍ ନଆସିବାରୁ ନିରାଶ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଦଶହରା ପଡିଆରୁ ପାୱାରହାଉସ କୋଲନି ପର୍ଯ୍ୟନ୍ତ ଯାଇ ସେଠାରୁ ଏୟାରଷ୍ଟ୍ରିପ୍ ଫେରିଥିଲେ। ମାଲକାନଗିରି ଜିଲ୍ଲାର କାଲିମେଳା, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଥିଲି, ପଟାଙ୍ଗି, ଲକ୍ଷ୍ମୀପୁର ଓ କୋରାପୁଟ ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନୀ ‌ପ୍ରଚାର ସଭାରେ ମଧ୍ୟ ନବୀନ ଅଂଶଗ୍ରହଣ କରିଥିଲେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବରଂଗପୁର ଜିଲ୍ଲା ଗସ୍ତରେ ଆସୁଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର