ଚିଲିକା ବିକିଦେବାକୁ ଷଡ଼୍‌ଯନ୍ତ୍ର କରିଥିଲା କେନ୍ଦ୍ର, କଣ୍ଟ୍ରାକ୍ଟରଙ୍କ ସ୍ବାର୍ଥରେ କରୁଥିଲେ ଉପକୂଳ ରାଜପଥ

ଆହୁରି କଠୋର ହେଲେ ନବୀନ, ମିଛ ବିଜେପିର ବଡ଼ ପୁଞ୍ଜି, ସାତପଡାରୁ ଭୁବନେଶ୍ବର ବିଶାଳ ରୋଡ୍ ସୋ

ପୁରୀ/ ନୟାଗଡ/ ବାଣପୁର/ ରଣପୁର : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର େଯତିକି ଜମୁଛି େକନ୍ଦ୍ର ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆକ୍ରମଣ ସେତିକି ପ୍ରଚଣ୍ଡ ହେଉଛି। ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ରଣପୁରରେ ବିେଜପି ମିଛୁଆ େବାଲି ଅଭିେଯାଗ ଆଣିଥିବା ବେଳେ ଚିଲିକାରେ କେନ୍ଦ୍ର ସରକାରଙ୍କ ଉପକୂଳ ରାଜପଥ ପଛରେ ରାଜ୍ୟ ସ୍ବାର୍ଥ ନୁହେଁ ବରଂ କେନ୍ଦ୍ର ସରକାରଙ୍କ କଣ୍ଟ୍ରାକ୍ଟର ତୁଷ୍ଟୀକରଣ େଯାଜନା ଥିଲା େବାଲି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି।

ନୟାଗଡ଼ ଜିଲ୍ଲା ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପଞ୍ଚୁଦୋଳ ପଡ଼ିଆ ସହିଦ ରଘୁ ଦିବାକର ସ୍ମୃତି ମଣ୍ଡପରେ ଅନୁଷ୍ଠିତ ସଭାରେ ଭୋଟରଙ୍କ ବିଚାର ପାଇଁ ତଥ୍ୟ ରଖି ନବୀନ ବିଜେପି ବିେରାଧରେ ଏଭଳି ବିେଷାଦଗାର କରିଥିଲେ। କହିଥିଲେ, ଫାଇଲିନ୍ ହେଲା ଆସିଲେନି। ହୁଡ୍ ହୁଡ୍ େହଲା ଆସିଲେନି। ତିତଲି ହେଲା ଆସିଲେନି। ମହାନଦୀ ପାଣି ବନ୍ଦ କଲେ। ନିର୍ବାଚନ ହେଲେ ବିଜେପିର ବଡ଼ ବଡ଼ ନେତାମାେନ ଓଡ଼ିଶା ଆସୁଛନ୍ତି। େଭାଟ ମାଗୁଛନ୍ତି। ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମିଛ ବିେଜପିର ବଡ଼ ପୁଞ୍ଜି। ହେଲେ ଆପଣଙ୍କର ଆଶୀର୍ବାଦ ଓ ବିଶ୍ବାସ େମାର ସବୁଠାରୁ ବଡ଼ ସମ୍ପତ୍ତି େବାଲି େଭାଟରଙ୍କୁ କହିଥିଲେ ନବୀନ।

େଭାଟରଙ୍କ ଆଶୀର୍ବାଦ ମାଗି ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ସବୁବେଳେ ଆପଣଙ୍କ ସାଙ୍ଗରେ ଅଛି। ସମସ୍ତେ େମାର ପରିବାର। ସାେଢ ଚାରିକୋଟି େଲାକ େମାର ପରିବାର। ଏଥିସହିତ କାଳିଆ େଯାଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଓ ମିସନ ଶକ୍ତି ସଂପର୍କରେ ବକ୍ତବ୍ୟ ଦୋହରାଇଥିଲେ।

ଚିଲିକାର ଐତିହାସିକ ପଲଟଣ ପଡିଆରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଆହୁରି ଶାଣିତ ଶବ୍ଦରେ େକନ୍ଦ୍ରକୁ ସମାେଲାଚନା କରିଥିଲେ ନବୀନ। କହିଥିଲେ, ବିେଜପି କେନ୍ଦ୍ରରେ ପାଞ୍ଚ ବର୍ଷ ଶାସନରେ ରହିଲା। କଲେ କଣ? ଧନୀ ଅଧିକ ଧନୀ ହେଲା। ଗରିବ ଅଧିକ ଗରିବ ହେଲା। ଏହା ହିଁ ବିେଜପିର ସଫଳତା। କେନ୍ଦ୍ରର ବିଜେପି ସରକାର ଚିଲିକାକୁ ବିକ୍ରି କରିଦେବା ଲାଗି ଷଡ଼ଯନ୍ତ୍ର କରିଥିଲେ। ହଜାର ହଜାର ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି ଦେବାକୁ ଚେଷ୍ଟା କରୁଥିଲେ। ବିେଜଡି ସରକାର ବିେଜପିର ଚକ୍ରାନ୍ତଙ୍କୁ େରାକିଛି। ଚିଲିକା ଆମର ମାଆ। ଓଡ଼ିଶାର ଗୌରବ। ହଜାର ହଜାର େଲାକଙ୍କୁ ଜୀବିକା ଦେଉଛି। ମୁଁ ଥିବା ପର୍ଯ୍ୟନ୍ତ ଚିଲିକାର କ୍ଷତି ହେବାକୁ ଦେବି ନାହିଁ।

ଉପକୂଳ ରାଜପଥ ସଂପର୍କରେ ସୂଚନା େଦଇ ନବୀନ କହିଥିଲେ, କେନ୍ଦ୍ରର ବିେଜପି ସରକାର ଚାହୁଁଛି ଲକ୍ଷ ଲକ୍ଷ େଲାକଙ୍କ ଘର ଭାଙ୍ଗି ପୁରୁଣା ରାସ୍ତାକୁ ଚଉଡା କରିବା। ଆମେ େଲାକଙ୍କ ସ୍ବାର୍ଥ େଦଖିବା ନା କଣ୍ଟ୍ରାକ୍ଟରଙ୍କର େବାଲି ପଚାରିଥିଲେ।

ପୂର୍ବତନ ବିଧାୟକ ରଘୁନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିର୍ବାଚନୀ ସଭାରେ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ର ଯୋଗ ଦେଇ ନିଜର ଜେଜେ ତଥା ରାଜ୍ୟର ଯଶସ୍ବୀ ବରପୁତ୍ର ପଣ୍ତିତ ଗୋଦାବରୀଶ ମିଶ୍ରଙ୍କ ସ୍ମୃତିଚାରଣ କରି ଦିଲ୍ଳୀ ଦରବାରରେ ଚିଲିକାବାସୀଙ୍କ ସମସ୍ୟା ଉତ୍‌ଥାପନ କରି ସମାଧାନ ପାଇଁ ଅଗ୍ରାଧିକାର ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚିଲିକା ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦେବ ବିଜେଡି ଖୋର୍ଦ୍ଧା ଜିଲା ପର୍ଯ୍ୟବେକ୍ଷକ ପ୍ରଫୁଲ ଚନ୍ଦ୍ର ଘଡେଇ ଏବଂ ପୂର୍ବତନ ମନ୍ତ୍ରୀ ଡ. ଦେବେନ୍ଦ୍ରନାଥ ମାନସିଂହ ଯୋଗ ଦେଇଥିଲେ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ରଣପୁରର ଏହି ନିର୍ବାଚନୀ ସଭାରେ ସାମିଲ ହୋଇଥିଲେ।

ନୟାଗଡ଼ ବିଜେଡି ଜିଲ୍ଲା ସଭାପତି ରବିନାରାୟଣ ମହାପାତ୍ର ସମାବେଶରେ ଅଧ୍ୟକ୍ଷତା କରିଥିଲେ। ରଣପୁର ବ୍ଲକ ବିଜେଡି ସଭାପତି ପାଣ୍ଡବ ସେଠୀ, ଜିଲ୍ଲା ଉପସଭାପତି ଗିରିଜାକାନ୍ତ ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୁପମା ପ୍ରଧାନ, ଏନ୍‌ଏସି ଅଧ୍ୟକ୍ଷା ସବିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସଭା ପୂର୍ବରୁ ବାଘସାମନ୍ତ ପଡ଼ିଆ ନିକଟ‌ରୁ ଏକ ବିରାଟ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ସଭାସ୍ଥଳକୁ ଦଳୀୟ କର୍ମୀମାନେ ପାଛୋଟି ନେଇଥିଲେ। ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଏହି ସଭାରେ ଯୋଗ ଦେଇଥିଲେ।

ପରେ କୃଷ୍ଣପ୍ରସାଦ ବ୍ଳକ ସାତପଡ଼ାରୁ ନବୀନଙ୍କ ରୋଡ୍‌ ସୋ’ ଆରମ୍ଭ େହାଇଥିଲା। ଏଥିରେ ନବୀନ କହିଥିଲେ େଯ ବଞ୍ଚିଥିବା ଯାଏ ଓଡ଼ିଶାର ବିକାଶ ପାଇଁ କାମ କରିବି। ରାଜ୍ୟର ଚାଷୀ, ମହିଳା ଓ ଯୁବ ସମାଜ ପାଇଁ ବିକାଶର ଯେଉଁ ଯୋଜନା କରିଛି ତାହା ଅଟକିବ ନାହିଁ। ଚାଷୀଙ୍କ ପାଇଁ କାଳିଆ ଯୋଜନା ଚାଲିବ। ମହିଳାଙ୍କ ପାଇଁ ମିସନ ଶକ୍ତି କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରାଯିବ। ଆଉ ଯୁବ ବର୍ଗଙ୍କ ପାଇଁ ମୁଁ ସର୍ବଦା କାର୍ଯ୍ୟ କରିବି। ଆପଣଙ୍କ ଅଞ୍ଚଳକୁ ଆସିଛି, ମୋତେ ଆଶୀର୍ବାଦ କରନ୍ତୁ। ଏମିତି କହି ଆବାଳ ବୃଦ୍ଧବନିତାଙ୍କୁ ଭାବବିହ୍ବଳ କରି ଦେଇଥିଲେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ଗାଡି ଆଗରେ ଖୋଲା ଜିପ୍‌ରେ ହାତ ଯୋଡ଼ି ଛିଡ଼ା ହୋଇଥିଲେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ଓ ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର। ଆଗରେ ଏବଂ ପଛରେ ହଜାର ହଜାର ହଜାର ବିଜେଡି ସମର୍ଥକ ସାମିଲ େହାଇଥିଲେ। ସୁନାମୁହିଁ, ବ୍ରହ୍ମଗିରି ଢ଼ାବା ଛକ ନିକଟରେ ୩ ମିନିଟ୍‌ ବସ୍‌ ଉପରକୁ ଉଠି ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସୁଖଦୁଃଖ ପଚାରିଥିଲେ। ସେମାନେ ଖୁସି କି ନାହିଁ ପଚାରିଥିଲେ। ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ ନିବେଦନ କରିଥିଲେ।

ପୁରୀରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବା ପରେ ଶ୍ରୀମନ୍ଦିର ଦର୍ଶନ କରିଥିଲେ ନବୀନ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରି ବାହାରିଥିଲେ ରୋଡ୍‌ ସୋ’ରେ। ମରୀଚିକୋଟ ଛକରୁ ଆରମ୍ଭ ହୋଇଥିଲା ବିଶାଳ ଶୋଭାଯାତ୍ରା। ବସ୍‌ରେ ବସି ହଜାର ହଜାର ଦଳୀୟ କର୍ମୀଙ୍କ ଗହଣରେ ବଡ଼ଦାଣ୍ଡରେ କରିଥିଲେ ରୋଡ୍‌ ସୋ’। ଆଗରେ ଖୋଲା ଜିପ୍‌ରେ ଥିଲେ ବିଧାୟକ ପ୍ରାର୍ଥୀ ମହେଶ୍ବର ମହାନ୍ତି ଏବଂ ଏମ୍‌ପି ପ୍ରାର୍ଥୀ ପିନାକୀ ମିଶ୍ର। ପରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅଭିମୁଖେ ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ। ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ଉପସ୍ଥିତିରେ ସତ୍ୟବାଦୀ ବଜାରରୁ ମନ୍ଦିର ପର୍ଯ୍ୟନ୍ତ ରୋଡ୍‌ ସୋ କରିଥିଲେ। ସେଠାରୁ ବାହାରି ପିପିଲି ଅଭିମୁଖେ ଯାଇଥିଲେ। ମଙ୍ଗଳପୁରଠାରୁ ପିପିଲି ପର୍ଯ୍ୟନ୍ତ ରୋଡ଼ ସୋ’ କରିବା ପରେ ଉତ୍ତରା ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପାଇଁ େସ େଭାଟ ମାଗିଥିଲେ।

ସମ୍ବନ୍ଧିତ ଖବର