ନୟାଗଡ଼ରୁ ବାଜିଲା ବିଜେଡି ନିର୍ବାଚନ ବିଗୁଲ୍ : କେନ୍ଦ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବିଜେଡି

ସଂଖ୍ୟା ଗରିଷ୍ଠତା ହାସଲ କରିବେନି ଜାତୀୟ ଦଳ, ରାଜ୍ୟରେ ୨୧ରୁ ୨୧ ଆସନରେ ଜିତିବ ଶଙ୍ଖ

ଆମ ହାଇକମାଣ୍ଡ ଓଡ଼ିଶାବାସୀ, ରିମୋର୍ଟ ବି
କଂଗ୍ରେସ ନାଁ ଧରିଲେନି, ବିେଜପିକୁ ସମାେଲାଚନା
କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଗର୍ଜିଲେ ନବୀନ

ଭୁବନେଶ୍ବର/ନୟାଗଡ଼ : ଏଥର କେନ୍ଦ୍ରରେ ସରକାର ଗଠନ ପାଇଁ କୌଣସି ଜାତୀୟ ଦଳ ବହୁମତ ପାଇବ ନାହିଁ। ବିଭିନ୍ନ ଜାତୀୟ ଦଳ ଓ ସର୍ଭେ ସଂସ୍ଥା େକନ୍ଦ୍ରରେ ସରକାର ଗଠନ େନଇ ମତମନ୍ତବ୍ୟ ଓ ବୟାନବାଜି ଚଳାଇଥିବା ବେଳେ ନୟାଗଡ ଷ୍ଟାଡିୟମରୁ ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ଆରମ୍ଭ କରି ମୁଖ୍ୟମନ୍ତ୍ରୀ ତଥା ବିେଜଡି ସଭାପତି ନବୀନ ପଟ୍ଟନାୟକ ଆଜି ଏଭଳି ଭବିଷ୍ୟବାଣୀ ଶୁଣାଇଛନ୍ତି। ପରୋକ୍ଷରେ ଜାତୀୟ ଦଳକୁ ବାର୍ତା େଦଇଛନ୍ତି, ଯିଏ େଯତେ ତମ୍ବିେତାଫାନ କରନ୍ତୁ ନା କାହିଁକି େକନ୍ଦ୍ରରେ ବିେଜପିକୁ ସଂଖ୍ୟା ଗରିଷ୍ଠତା ମିଳିବାର ନାହିଁ କି କଂଗ୍ରେସକୁ। ଦୃଢ ମତ ରଖି ନବୀନ କହିଛନ୍ତି, ବିେଜଡି ଓଡ଼ିଶାରେ ୨୧ରୁ ୨୧ େଲାକସଭା ଆସନ ଜିତିବ। କେନ୍ଦ୍ରରେ ନୂଆ ସରକାର ଗଠନରେ ଆମର ଏବଂ ଆମ ଓଡ଼ିଶାବାସୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଓଡ଼ିଶା ପ୍ରତି ଚାଲିଥିବା ଐତିହାସିକ ଅବହେଳାରେ ପୂର୍ଣ୍ଣଛେଦ ଟାଣିବା ଲାଗି ଏହା ଏକ ସୁବର୍ଣ୍ଣ ସୁେଯାଗ େବାଲି ମୁଖ୍ୟମନ୍ତ୍ରୀ କହିବା ସହ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବା ଲାଗି େଭାଟରଙ୍କୁ ନିେବଦନ କରିଥିଲେ।

ପ୍ରଥମଥର ପାଇଁ କେଂଗ୍ରସକୁ ପଛକୁ ଠେଲି, ରାଜ୍ୟରେ ବିେଜପି ହିଁ ବିେଜଡିର ପ୍ରମୁଖ ଶତ୍ରୁ େବାଲି ଠାରିଥିଲେ ବିେଜଡି ମୁଖିଆ। କହିଥିଲେ, ଓଡ଼ିଶା ପ୍ରତି େହାଇଥିବା ଐତିହାସିକ ଅବହେଳା ଓ ହତାଦର ସଂପର୍କରେ ଓଡ଼ିଶାର ବିେଜପି େନତାମାେନ ଭଲଭାବେ ଜାଣନ୍ତି। କିନ୍ତୁ ସେମାେନ ନିଜ ହାଇକମାଣ୍ଡଙ୍କୁ ଏହା କହିପାରିବେ ନାହିଁ। ଓଡ଼ିଶା ହକ୍ ପାଇଁ ସେମାେନ ଲଢିପାରିବେ ନାହିଁ। କାରଣ େସମାନଙ୍କୁ ଦିଲ୍ଲୀରୁ ହାଇକମାଣ୍ଡ କଣ୍ଟ୍ରୋଲ ବା ନିୟନ୍ତ୍ରଣ କରୁଛି। ହେଲେ ବିଜୁ ଜନତା ଦଳ େହଉଛି ଓଡ଼ିଶାବାସୀଙ୍କ ଦଳ। ଆମର ହାଇକମାଣ୍ଡ େହଉଛନ୍ତି ଓଡ଼ିଶାବାସୀ। ଆମର ରିମୋଟ୍‌ କଣ୍ଟ୍ରୋଲ ମଧ୍ୟ ଓଡ଼ିଶାବାସୀଙ୍କ ହାତରେ ରହିଛି। ଓଡ଼ିଶାର ସାେଢ ଚାରି େକାଟି େଲାକଙ୍କ ପାଖରେ ରହିଛି। ସେଥିପାଇଁ ଆମେ ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ କରୁଛୁ।

ନୟାଗଡ ଜିଲ୍ଲା ସଭାପତି ତଥା ରଣପୁର ବିଧାୟକ ରବି ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ େକନ୍ଦ୍ରୀୟ ଅବହେଳାର ଲମ୍ବା ତାଲିକା ଉପସ୍ଥିତ କର୍ମୀ ଓ ଜିଲ୍ଲାବାସୀଙ୍କ ସାମ୍ନାରେ ରଖିଥିଲେ ମୁଖ୍ୟମନ୍ତ୍ରୀ। ତାଙ୍କ କଥାକୁ ଧ୍ୟାନର ସହିତ ଶୁଣିବା ଲାଗି ନିବେଦନ ଜଣାଇ ନବୀନ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, ଏହି ମାନ୍ୟତା ପାଇଲେ, ଓଡ଼ିଶାକୁ ବହୁତ ପୁଞ୍ଜି ଆସିବ। ବହୁ ଯୁବକଙ୍କୁ େରାଜଗାର ମିଳିବ। ବିକାଶ କାମ ପାଇଁ ଅର୍ଥର ଅଭାବ ରହିବ ନାହିଁ। ଏବେ େମକ୍ ଇନ୍ ଓଡ଼ିଶାରେ ପାଞ୍ଚ ଲକ୍ଷ େକାଟି ପୁଞ୍ଜି ଓ ତିରିଶ ଲକ୍ଷ ନିଯୁକ୍ତି ପ୍ରସ୍ତାବ ପାଇଛୁ। ଯଦି ଓଡ଼ିଶା ଏହି ମାନ୍ୟତା ପାଏ, ତେବେ ଏହା ଦ୍ବିଗୁଣିତ େହବ। ୨୦୧୪ ବିେଜପି ନିର୍ବାଚନ ଇସ୍ତାହାରରେ ବିେଜପି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗକୁ ଏକ ନମ୍ବରରେ ରଖିଥିଲା। କିନ୍ତୁ ସରକାର ହେଲା ପରେ ଭୁଲିଗଲା। ଓଡ଼ିଶା ଓ ଓଡ଼ିଶା ଯୁବପିଢିଙ୍କ ପାଇଁ ଅନ୍ୟାୟ େହାଇଛି।

ମୁଖ୍ୟମନ୍ତ୍ରୀ ବିେଜପିକୁ ପ୍ରଚଣ୍ଡ ଆକ୍ରମଣ କରିବାକୁ ଯାଇ ଆହୁରି କହିଥିଲେ, ସାରା ଭାରତବର୍ଷରେ ସବୁଠାରୁ ଦୁର୍ବଳ େରଳବାଇ େନଟଵାର୍କ ଓଡ଼ିଶାରେ ଅଛି। ସାରା ଭାରତବର୍ଷରେ ସବୁଠାରୁ ଅଧିକ ଲାଭ େରଳବାଇ ଓଡ଼ିଶାରୁ ହିଁ ପାଉଛି, େକାଡିଏ ହଜାର େକାଟି। କିନ୍ତୁ ପ୍ରତିଦାନରେ ପାଇଛି ମାତ୍ର ଏକ ହଜାର େକାଟି। ପାଇଛି ଧୂଳି ଓ ଧୂଆଁ। ଏହା େକନ୍ଦ୍ରୀୟ ଅବହେଳା ନା ନାହିଁ?

ମହାନଦୀ ପ୍ରସଙ୍ଗରେ ମଧ୍ୟ େକନ୍ଦ୍ର ସରକାରଙ୍କୁ ଶାଣିତ ସମାେଲାଚନା କରିଥିଲେ ନବୀନ। କହିଥିଲେ, ଛତିଶଗଡ ବିେଜପି ସରକାର ମହାନଦୀର ପାଣି ବନ୍ଦ କଲା। କେନ୍ଦ୍ର ବିେଜପି ସରକାର ଏହାକୁ ସମର୍ଥନ ଜଣାଇଲେ। ଆମେ ସୁପ୍ରିମକୋର୍ଟ ଯାଇ ନ୍ୟାୟ ପାଇଲୁ। େପାଲାଭରମ ମାମଲାରେ ଆନ୍ଧ୍ରକୁ ବି ସମର୍ଥନ ଜଣାଇଲେ। ଟେଲିକମ୍, ବ୍ୟାଙ୍କିଙ୍ଗ୍, ଜାତୀୟ ରାଜପଥ େକ୍ଷତ୍ରରେ ମଧ୍ୟ ଓଡ଼ିଶାରେ ପଛରେ ପଡିଛି। ଓଡ଼ିଶାକୁ ହତାଦର କରାଯାଇଛି। ଏହା େକନ୍ଦ୍ରୀୟ ଅବହେଳା କି ନୁେହଁ େବାଲି ପଚାରି ମୁଖ୍ୟମନ୍ତ୍ରୀ ବିଜେପି େନତାମାନଙ୍କର ଓଡ଼ିଶା ପ୍ରତି ଥିବା ମାନସିକତା ସଂପର୍କରେ ଭଲଭାବେ ଜାଣିବା ଉଚିତ୍ େବାଲି କହିଥିଲେ।

ମିସନ ଶକ୍ତିର ଜଣେ ମହିଳା ପ୍ରମିଳା ବିେଷାୟୀଙ୍କୁ ଆସ୍କା େଲାକସଭା ଆସନରୁ ପ୍ରାର୍ଥୀ କରାଯିବା ପ୍ରସଙ୍ଗ ଉଠାଇ େଲାକସଭାରେ ୩୩% ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରିବାରେ ଭାରତବର୍ଷରେ ବିେଜଡି ପ୍ରଥମ ଦଳ େବାଲି ନବୀନ କହିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାରେ ମହିଳାଙ୍କୁ ସାତ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ, ମା’ମାନଙ୍କୁ ବିନା ସୁଧରେ ଋଣ କଥା କହି ମହିଳା େଭାଟ ବ୍ୟାଙ୍କକୁ ନବୀନ ନିଜ ଆଡକୁ ଟାଣିବାକୁ େଚଷ୍ଟା କରିଥିଲେ। କାଳିଆ େଯାଜନା ବନ୍ଦ େହବ େବାଲି ମିଛ ପ୍ରଚାର ଚଳାଇଥିବା ବିେରାଧୀଙ୍କୁ ଜବାବ େଦଇଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ, କାଳିଆକୁ କେହି େରାକିପାରିବେ ନାହିଁ ଓ ସବୁ େଯାଗ୍ୟ ଚାଷୀ ଏହି ସହାୟତା ନିଶ୍ଚିତ ପାଇବେ।

ପଚାଶ ହଜାରରୁ ଅଧିକ େଲାକଙ୍କର ଏହି ବିଶାଳ ସଭାକୁ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ସଂଯୋଜନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମ୍ କଥା ଓ ଅଧିକ କାମ କରନ୍ତି େବାଲି ସୂଚାଇ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଓଡ଼ିଶାର ନୂଆ ବିକାଶପର୍ବ ଆରମ୍ଭ ହୋଇଛି। କ୍ଷୁଧାମୁକ୍ତ ଓଡ଼ିଶା ଗଠନ ହୋଇଛି ଓ ମା’, ପିଲା, ବୃଦ୍ଧବୃଦ୍ଧା ସମସ୍ତଙ୍କ ସୁରକ୍ଷା ନିମନ୍ତେ ବ୍ୟବସ୍ଥା କରାଯାଇଛି। ଦୁଇ ମାସ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ବୁଲୁଥିଲେ। ଏଥିନେଇ ଟିକେ ନୟାଗଡ଼ବାସୀଙ୍କ ମନ ଦୁଃଖ ହେଉଥିଲା। କିନ୍ତୁ ବାପା ଯେଉଁ ପୁଅକୁ ଅଧିକ ଭଲପାଏ, ତା’ ପାଇଁ ଭଲ ମିଠାଟି ରଖିଦେଇଥାଏ। କେହି ଜାଣିନଥିଲେ, ମୁଖ୍ୟମନ୍ତ୍ରୀ ଆଜି ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାର ଶୁଭାରମ୍ଭ ଶ୍ରୀଜଗନ୍ନାଥଙ୍କର ଆଦିେକ୍ଷତ୍ର ନୟାଗଡ଼ରୁ ଆରମ୍ଭ କରିଛନ୍ତି। ନିର୍ବାଚନ ଫଳ ଘୋଷଣା ଦିନ ଆମ ସଭିଙ୍କ ନାମ ଇତିହାସରେ ଏଇଥିପାଇଁ ଲେଖା‌ଯିବ େଯ ନୟାଗଡ଼ରୁ ଆରମ୍ଭ ହୋଇଥିବା ଅଭିଯାନ ଅଭୂତପୂର୍ବ ସଫଳତା ହାସଲ କରିଛି।

ପୁରୀ ସାଂସଦ ପିନାକୀ ମିଶ୍ର କହିଲେ, ନୟାଗଡ଼ ଜିଲ୍ଲା ବିଜୁ ବାବୁଙ୍କ ଅବଦାନ। ସେଥିପା‌ଇଁ ମୁଖ୍ୟମନ୍ତ୍ରୀଙ୍କ ନବୀନ ବାବୁଙ୍କର ଏ ଜିଲ୍ଲା ପା‌ଇଁ ସ୍ବତନ୍ତ୍ର ନଜର ରହିଛି। ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ କହିଥିଲେ, ନୟାଗଡ଼ ଜିଲ୍ଲା ପାଇଁ ଗତ କିଛି ଦିନ ତଳେ ୫୬୦ କୋଟିର ମୋଗା ପାନୀୟ ଜଳପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ବାରା ୪ଟି ବ୍ଲକ ବାସିନ୍ଦା ଉପକୃତ ହେବେ। ନୟାଗଡ଼ ବିଧାୟକ ଶ୍ରୀ ସାହୁ ନୟାଗଡ଼ରେ କୁସୁମୀ ବ୍ୟାରେଜ ନିର୍ମାଣ ଆରମ୍ଭ ଠାରୁ ମେଗା ପାନୀୟ ଜଳ ପ୍ରକଳ୍ପ, ବଲାଙ୍ଗୀ ପାର୍କ ଭଳି ବିଶ୍ବସ୍ତରୀୟ ପାର୍କ ସଂପର୍କରେ ସୂଚନା େଦଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତିମାଳା ମହାନ୍ତି, ଦଶପଲ୍ଲାର ବିଜେଡିର ଘୋଷିତ ବିଧାୟକ ପ୍ରାର୍ଥୀ ରମେଶ ବେହେରା, ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା, ଜୟଶ୍ରୀ ଦାସ, ଶ୍ରବଣ ରାମ, ଶେଖ୍ ନଇମ, ମାଳତୀ ଗୁରୁ, ବିଶ୍ବନାଥ ରଥଶର୍ମା, ପ୍ରଭାସିନୀ ନନ୍ଦ, ଅନୱର ଅଲ୍ଲୀ, ଲୋକନାଥ ସାହୁ, ଅନ୍ତର୍ଯ୍ୟାମୀ ସ୍ବାଇଁ, ଗୁରୁପ୍ରସାଦ ଜେନା, ରମେଶ ସାହୁ, ନୀଳମାଧବ ପଣ୍ଡାଙ୍କ ସମେତ ବିଭିନ୍ନ ବ୍ଲକ ଓ ନିର୍ବାଚନମଣ୍ଡଳୀର ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର