ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା

୩ ଆସନ ଖାଲି, ମୁଖିଆଙ୍କ ଉପରେ ବଢୁଛି ଚାପ
ପୁରୁଣାଙ୍କୁ ବାଦ୍‌ ଦେଇ ନୂଆ ସାମିଲ ହୋଇପାରନ୍ତି
ବିଜୟଶ୍ରୀ, ମହେଶ୍ବର, ସୂର୍ଯ୍ୟ ଓ ବଦ୍ରି ବିପଦରେ
ନୂଆ ମନ୍ତ୍ରୀ ଚର୍ଚ୍ଚାରେ ଯୁବ କାର୍ପଟଦାର୍‌ଙ୍କ ନାମ

ଭୁବନେଶ୍ବର : ମାର୍ଚ୍ଚ ମାସରେ ସାଧାରଣ ନିର୍ବାଚନ ଲାଗି ନିର୍ବାଚନ କମିସନ ଆଚରଣ ବିଧି ଲାଗୁ କରିପାରନ୍ତି। ଏପ୍ରିଲ ଦ୍ବିତୀୟ ସପ୍ତାହରେ ରାଜ୍ୟ ନିର୍ବାଚନର ସମ୍ମୁଖୀନ ହୋଇପାରେ।

ଏମିତି ଏକ ସମୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ସଚିବାଳୟ ଠାରୁ ଆରମ୍ଭ କରି ବିଜେଡି ଶିବିର ପର୍ଯ୍ୟନ୍ତ ଯେଉଁ ଆେଲାଚନା ହେଉଛି, ତାହାକୁ ବିଶ୍ବାସ କରାଗଲେ, ନିର୍ବାଚନ ପୂର୍ବରୁ ମନ୍ତ୍ରିମଣ୍ଡଳରେ ପୁଣି ଏକ ବଡ଼ ଧରଣର ଅଦଳବଦଳ ହେବା ବିଚିତ୍ର ନୁହେଁ। ଗୋଟିଏ ଗୋଷ୍ଠୀ ନେତୃତ୍ବ ଉପରେ ଏ ନେଇ ସାଂଘାତିକ ଚାପ ସୃଷ୍ଟି କରୁଛନ୍ତି। ବଦନାମ ଦେଇଥିବା କିଛି ବରିଷ୍ଠ େନତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେଇ ତାଙ୍କ ସ୍ଥାନରେ ବିେଜଡି କାର୍ପଟଦାର ଅର୍ଥାତ୍ ଯୁବ ନେତାମାନଙ୍କୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଲାଗି କ୍ଷମତାଶାଳୀ େଗାଷ୍ଠୀ ପ୍ରବଳ ଉଦ୍ୟମ ଚଳାଇଛନ୍ତି। େଯହେତୁ ଗତ ତିନିବର୍ଷ ଧରି ଏମାେନ ଦଳ ପାଇଁ ପ୍ରବଳ ପରିଶ୍ରମ କରିଛନ୍ତି ଓ ନିର୍ବାଚନ କସରତ ସମୟରେ ମୁଖ୍ୟ ଆୟୁଧ ଭାବେ କାର୍ଯ୍ୟ କରିବେ, ଏଣୁ େସମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ଏହା ଏକ େଥାପ ଭଳି କାର୍ଯ୍ୟ କରିବ େବାଲି ଏହି େଗାଷ୍ଠୀ ବୁଝାଇବାରେ ଲାଗିଛନ୍ତି।

ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବରିଷ୍ଠ େନତାମାନେ କିନ୍ତୁ ଏହାକୁ ହଜମ କରିବା ସ୍ଥିତିରେ ନାହାନ୍ତି। ନିର୍ବାଚନ ବର୍ଷ େହାଇଥିବା କାରଣରୁ, ମନ୍ତ୍ରୀ ପଦ ଗଲେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ହରାଇଛନ୍ତି େବାଲି ଆପେ ବାର୍ତା ଯିବ। ଏଣୁ ସ୍ବାଭାବିକ ଭାବେ େଲାକେ ମୁହଁ େମାଡି ଦେବା ବିଚିତ୍ର ନୁହେଁ। ଏଣୁ ମୁଖିଆ ଯଦି ଏପରି ନିଷ୍ପତ୍ତି ନିଅନ୍ତି, ତେବେ ବରିଷ୍ଠମାନେ ମୁହଁ ଚୁପ କରି ବସିବେ ନାହିଁ େବାଲି ଏବେଠାରୁ ସେମାନଙ୍କ ସମର୍ଥକ ସୂଚାଇଲେଣି। ଏହି ପ୍ରସଙ୍ଗକୁ ନେଇ ବିେଜଡିର ଆଭ୍ୟନ୍ତରୀଣ ରାଜନୀତି ଏବେ ଉଷ୍ଣ।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପୂରା ଦମରେ ପ୍ରସ୍ତୁତ ଚଳାଇଛି ବିେଜଡି। େଲାକଙ୍କ ଆସ୍ଥାଭାଜନ ହେବା ପାଇଁ କୌଣସି ଗୋଟିଏ ବି ପ୍ରସଙ୍ଗ ହାତଛଡା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ ନୁହନ୍ତି। ହେଲେ ଦଳର ହଜାର ହଜାର କର୍ମୀ ୨୦୧୯ରେ ଶଙ୍ଖନାଦ ପାଇଁ ଦିନରାତି ଏକାକାର କରିଦେଉଥିବା ବେଳେ ସରକାରରେ ମନ୍ତ୍ରୀ ପଦ ଉପଭୋଗ କରୁଥିବା କିଛି େନତା ଏବେ ନବୀନଙ୍କ ଭାବମୂର୍ତିକୁ ଦଳିଚକଟି େଦଉଛନ୍ତି େବାଲି ଚର୍ଚ୍ଚା େଜାର ଧରିଛି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏମାେନ ଏବେ ଚିନ୍ତାର କାରଣ ସାଜିଛନ୍ତି।

ହାତୀ ଓ ବାଘ ମୃତ୍ୟୁ ପ୍ରସଙ୍ଗକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗର କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତୀୟ ସ୍ତରରେ ନିନ୍ଦିତ କରିଥିଲା। େଢର୍ ବଦନାମ ମୁଣ୍ଡାଇଲା ଓଡ଼ିଶା। ଏହି ପ୍ରସଙ୍ଗ ଉଠାଇ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ େଗାଟିଏ େଗାଷ୍ଠୀ ଟାର୍ଗେଟ କଲେଣି। ସବୁଠାରୁ ବଡ଼ କଥା େହଲା, ଆଜି ଦଳର ପ୍ରାୟ ସମସ୍ତ େନତା ନୂଆଦିଲ୍ଲୀ ଯାଇ ଚାଷୀ ଆନ୍ଦୋଳନରେ ସାମିଲ େହାଇଛନ୍ତି। ମନ୍ତ୍ରୀ ପଦ ଗଲା ପରେ ବି ପ୍ରଦୀପ ମହାରଥୀ ଯାଇଥିଲେ। ହେଲେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କିନ୍ତୁ ଅନୁପସ୍ଥିତ ରହିବା ଘଟଣାକୁ େକହି ହାଲୁକା ଭାବେ ନେଇନାହାନ୍ତି।

ପୁରୀ ବନ୍ଦ ବେଳେ ଗଣ୍ଡଗୋଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୀର୍ଘ ୧୪ ଘଣ୍ଟା ଧରି ଅପୂଜା ଓ ଉପବାସ ରଖାଯିବା ଘଟଣାରେ ରାଜସ୍ବ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ମହେଶ୍ବର ମହାନ୍ତିଙ୍କ ନିରବତା ସମସ୍ତଙ୍କୁ ବିସ୍ମିତ କରିଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ତୀବ୍ର ଅସନ୍ତୋଷ ଝାଡିଛନ୍ତି। କାରଣ ବାରମ୍ବାର ଶ୍ରୀମନ୍ଦିରରେ େଦଖାଯାଉଥିବା ଅଘଟଣ ପାଇଁ ସମସ୍ତେ ରାଜ୍ୟ ସରକାରଙ୍କ ଆଡକୁ ଆଙ୍ଗୁଳି ଉଠାଇଲେଣି। ଏଣୁ ମହେଶ୍ବର କାହିଁକି କ୍ଷମତାରେ ରହିବେ େବାଲି ପ୍ରଶ୍ନ ଉଠିଛି।

କେବଳ ଏହି ଦୁଇ ଜଣ ନୁହେଁ, ଧାନ ବିକ୍ରି ପ୍ରସଙ୍ଗକୁ ନେଇ ପଶ୍ଚିମରୁ ଉପକୂଳ, ଦକ୍ଷିଣ, ଉତ୍ତର ଓଡ଼ିଶାରେ ସବୁ ଆଡେ ଅଶାନ୍ତି ମୁଣ୍ଡ େଟକିଲାଣି। ଖାଦ୍ୟ େଯାଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିରୋଧରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ବିେରାଧୀ ବି ଏହାକୁ ପ୍ରମୁଖ ପ୍ରସଙ୍ଗ ଭାବେ ଛି଼ଡା କରାଇଲେଣି। ନବୀନଙ୍କ ଚାଷୀ ପ୍ରସଙ୍ଗକୁ ପାଣିଚିଆ କରିଦେବା ଲାଗି ଏହା ଯଥେଷ୍ଟ େବାଲି କୁହାଯାଉଛି।

ପିପିଲି ଗଣଦୁଷ୍କର୍ମ ମାମଲାରେ ପ୍ରଦୀପ ମହାରଥୀ ବିଦା ହେବା ପରେ ଏବେ ଅନ୍ୟତମ କ୍ୟାବିନେଟ୍ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଉଠିଲାଣି। ପୁଅର ଅସାମାଜିକ କାର୍ଯ୍ୟ ତାଙ୍କୁ ବଦନାମ କରିଛି। ଏହାବ୍ୟତୀତ ଆଇନ ବିଭାଗରେ ନିଷ୍କ୍ରିୟତା, ଜଣେ ଜଣେ ମନ୍ତ୍ରୀଙ୍କ ହାତରେ ଦୁଇ ଚାରିଟି ଗୁରୁତ୍ବପୂର୍ଣ୍ଣ ବିଭାଗ ରହିବା ମଧ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚାର ଆଧାର।

ଏପଟେ ନବକଳେବର ମହାବିଭ୍ରାଟ ପରେ ରାଜ୍ୟ ସରକାର ଭାବମୂର୍ତି ସଙ୍କଟରେ ପଡି ଯେଉଁ ଯୁବ ନେତାମାନଙ୍କୁ କ୍ଷମତାଚ୍ୟୁତ କରିଥିଲେ, ଏବେ େସମାେନ ପୁଣି ଥରେ କ୍ଷମତାଶାଳୀ େହାଇ ଉଠିଛନ୍ତି। ନିର୍ବାଚନ ପୂର୍ବରୁ ମନ୍ତ୍ରିମଣ୍ଡଳରେ ସାମିଲ େହବା ପାଇଁ େଯଉଁ େନତାଙ୍କ ନାମ ଉପରେ କଳ୍ପନାଜଳ୍ପନା ଜାରି ରହିଛି, େସ ମଧ୍ୟରେ ଅରୁଣ ସାହୁ,ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ସଞ୍ଜୟ ଦାସବର୍ମା ପ୍ରମୁଖ ଏହି ଚର୍ଚ୍ଚାର ଆଗରେ ଅଛନ୍ତି।

ଉଲ୍ଲେଖଥାଉକି, ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏବେ ୧୮ ଜଣ ସଦସ୍ୟ ଅଛନ୍ତି। ଆଉ ତିନି ଜଣଙ୍କୁ ସେ ମନ୍ତ୍ରୀ ପଦ ଦେଇପାରିବେ। ଏମିତିରେ ବି କିଛି ମନ୍ତ୍ରୀଙ୍କ ହାତରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଯାଇଛି। ଏ େକ୍ଷତ୍ରରେ ସରକାର ଅନେକ ସମୟରେ ଅକଳରେ ପଡୁଛନ୍ତି। ଏସବୁକୁ ଆଳ କରି ମନ୍ତ୍ରିମଣ୍ଡଳ ଅଦଳବଦଳ କସରତ ଆରମ୍ଭ େହାଇଯାଇଥିବା ସଚିବାଳୟରେ ଆେଲାଚନାର ବିଷୟ େହାଇଛି।

ରାଜନୈତିକ ବିଶେଷଜ୍ଞଙ୍କର କହିବା କଥା େହଉଛି, ମନ୍ତ୍ରିମଣ୍ଡଳ ଅଦଳବଦଳ ନିର୍ବାଚନ ବର୍ଷରେ ସହଜ କଥା ନୁହେଁ। କାରଣ ଯାହାକୁ ନବୀନ ବାଦ ଦେବେ, ତା ପାଇଁ ଦୁଇ ମାସ ପରେ େଭାଟ ମାଗିଲେ, ମତଦାତା ବିଗିଡିଯିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ। ଏଣୁ ସଂପୃକ୍ତ େନତାଙ୍କ େକ୍ଷତ୍ରରେ ଦଳ ନିକଟରେ ନିର୍ଦିଷ୍ଟ କି ବିକଳ୍ପ ଅଛି ବା ତାଙ୍କୁ ଟିକେଟ େଦବ ନାହିଁ, ତାହା ଏଥିରୁ ବାର୍ତା ଯିବ। ସେହିଭଳି ଅପେକ୍ଷାକୃତ ଯୁବ େନତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲେ, ଯଦି ପୂର୍ବଭଳି ପୁଣି ଥରେ ସେମାନଙ୍କ କାର୍ଯ୍ୟକଳାପ କାରଣରୁ ସରକାର ବଦନାମ ମୁଣ୍ଡାଏ, ତେବେ ନିର୍ବାଚନ ବର୍ଷରେ ଭାବମୂର୍ତି ସଜାଡିବା ଲାଗି ମୁଖିଆଙ୍କୁ ଆଉ ସୁେଯାଗ ମିଳିନପାରେ। ହେଲେ େଯହେତୁ ତିନି ତିନିଟି ମନ୍ତ୍ରୀ ପଦ ଖାଲି ରହିଛି, ଏଣୁ ଅଳ୍ପ ଦିନ ପାଇଁ ପଛେ େହଉ ମନ୍ତ୍ରିମଣ୍ଡଳରେ ସାମିଲ େହବା ପାଇଁ ଆଶାୟୀଙ୍କ ସଂଖ୍ୟା ବଢିବ ଓ ମୁଖିଆ ଚାପରେ ରହିବା ସ୍ବାଭାବିକ। ଅଦଳବଦଳ ଚର୍ଚ୍ଚା ହେବ ହିଁ ହେବ।

ସମ୍ବନ୍ଧିତ ଖବର