ଆନନ୍ଦପୁରର ଚାଷୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସଚେତନତା ତାଲିମ୍‌ ନେବା ପାଇଁ ଭୁବନେଶ୍ୱରର ଇମେଜ୍‌କୁ ଆସିଥିବା ଆନନ୍ଦପୁର ବ୍ଲକ୍‌ର ଚାଷୀମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ। ଗତକାଲି ଠାରୁ ଆରମ୍ଭ ହୋଇଥିବା କୃଷକ ସଚେତନତା କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଆଜି ଆନନନ୍ଦପୁର ବ୍ଲକ୍‌ର ଚାଷୀମାନେ ଭାଗ ନେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ସେମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ସେମାନଙ୍କ ଅଞ୍ଚଳରେ ଚାଷବାସ ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ଯୋଜନାର ସଫଳ ବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଆନନ୍ଦପୁରର ୫୧ ଜଣ ଚାଷୀ ଭାଗ ନେଇଥିଲେ ଓ ଏଥିରେ ୧୧ ଜଣ ମହିଳା ଚାଷୀ ଅଛନ୍ତି। ଆଜି ସେମାନେ ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଓ ଅନ୍ୟାନ୍ୟ ଆଧୁନିକ କୃଷି ପ୍ରଣାଳୀ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ପ୍ରଶିକ୍ଷଣ ପାଇଛନ୍ତି। ସବୁ ବ୍ଲକ୍‌ର ଚାଷୀମାନଙ୍କୁ ପର୍ଯ୍ୟାୟକ୍ରମେ ସଚେତନ କରାଯିବ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଚାଷୀମାନଙ୍କୁ ନବୀନ ନିବାସରେ ନିୟମିତ ଭାବେ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର