ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଆଟ୍‌ହୋମରେ ଯୋଗଦେବାକୁ ଦିଲ୍ଲୀ ଯାଉଥିବା ୩ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମ୍ବର୍ଧିତ କରିଛନ୍ତି। ସେମାନେ ହେଲେ ଭଦ୍ରକ ଜିଲ୍ଲା ସୂର୍ଯ୍ୟପୁରର ରାମହରି ଗୋସ୍ୱାମୀ, ନୟାଗଡ ଜିଲ୍ଲା ସିନ୍ଦୁରିଆର ଈଶ୍ୱର ବିଶୋଇ ଓ ସମ୍ବଲପୁର ଜିଲ୍ଲା କାଲମିର ଦେବେନ୍ଦ୍ର ଗୁପ୍ତା। ମୁଖ୍ୟମନ୍ତ୍ରୀ ଆଜି ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଧିତ କରିବା ସହିତ ଶୁଭକାମନା ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ଦେଶର ବିଭିନ୍ନ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦିଲ୍ଲୀରେ ଆଟ୍‌ହୋମ୍‌ର ଆୟୋଜନ କରିଥାନ୍ତି। ଏଥର ରାଷ୍ଟ୍ରପତିଙ୍କ ଆମନ୍ତ୍ରଣ କ୍ରମେ ଏହି ତିନିଜଣ ସ୍ୱାଧୀନତା ସଂଗ୍ରାମୀ ଦିଲ୍ଲୀ ଯାଉଛନ୍ତି।

ସମ୍ବନ୍ଧିତ ଖବର