ଭଉଣୀ ଋଣ ଶୁଝି ନାହାନ୍ତି, ନବୀନଙ୍କ ସଂପତ୍ତି କମିଲା

ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୟସ ୭୨। ୧୯୬୭ ମସିହାରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରୁ ବିଏ ପାସ୍‌। ଭୁବନେଶ୍ବର ଏରୋଡ୍ରମ୍‌ ରୋଡ୍‌ ସ୍ଥିତ ନବୀନ ନିବାସ ଠିକଣା, ଲ୍ୟାଣ୍ତ ଫୋନ ନମ୍ବର ୦୬୭୪-୨୫୯୦ ୪୮୮। ନବୀନଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୩ଲକ୍ଷ ୨୬ହଜାର ୫୫୪ଟଙ୍କା। ନିକଟରେ ନଗଦ ୨୫ହଜାର ଟଙ୍କା ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ନବୀନ ପଟ୍ଟନାୟକ। ଭଉଣୀ ଗୀତା ମେହେଟାଙ୍କ ଠାରୁ ୧୫ଲକ୍ଷ ଟଙ୍କା ଋଣ(ହାତ ଉଧାରି) ଆଣିଥିବା ଦର୍ଶାଇଛନ୍ତି। ନୂଆଦିଲ୍ଲୀ ଜନପଥ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ତିଆ ଶାଖାରେ ୬ଲକ୍ଷ ୫୦୬୪୮ଟଙ୍କା ରହିଛି। ଷ୍ଟେଟବ୍ୟାଙ୍କ ଅଫ ଇଣ୍ତିଆ ପାର୍ଲାମେଣ୍ଟ ହାଉସ ଶାଖାରେ ୧୭୩୦ଟଙ୍କା ରହିଛି। ଭୁବନେଶ୍ବର ବାପୁଜୀ ନଗର ଏସ୍‌ବିଆଇ ଶାଖାରେ ୧୪ଲକ୍ଷ ୨୦୫୫୩ ଟଙ୍କା ଏବଂ ହିଞ୍ଜିଳି ଏସ୍‌ବିଆଇ ଶାଖାରେ ୬୪୬୫ ଟଙ୍କା, ହିଞ୍ଜିଳି ଏସ୍‌ବିଆଇର ଅନ୍ୟ ଏକ ଶାଖାରେ ୧୦୦୦ ଟଙ୍କା ରହିଛି। ଏହାସହିତ ୪୫.୭୭୦ ଗ୍ରାମର ଅଳଙ୍କାର ଓ ରତ୍ନ ପଥର ରହିଛି ।

ଆଜି ପ୍ରାର୍ଥିପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ‌ ଦର୍ଶାଇଛନ୍ତି ଯେ ଏୟାରପୋର୍ଟ ରୋଡ ସ୍ଥିତ ନବୀନ ନିବାସରେ ତାଙ୍କର ଦୁଇ ତୃତୀୟା˚ଶ (୨/୩) ଭାଗ ରହିଛି। ନବୀନ ନିବାସର ସମୁଦାୟ ଜମିର ଇଲାକା ୨ଏକର ୧୩୩ ଡେସିମିଲ ଅର୍ଥାତ ୯୨୯୧୩ .୪୮ ବର୍ଗଫୁଟ। ଏଥିମଧ୍ୟରୁ ୧୧୪୧୫.୮୭ ବର୍ଗଫୁଟ ଅଞ୍ଚଳରେ ଘର ନିର୍ମାଣ ହୋଇଛି। ୧୮/୮/୨୦୧୭ର ମୂଲ୍ୟାୟନ ଅନୁଯାୟୀ ନବୀନ ନିବାସ ସମ୍ପତ୍ତି ମୂଲ୍ୟ ୯କୋଟି ୫୨ଲକ୍ଷ ୪୬ହଜାର ୧୯୦ ଟଙ୍କା । ନୂଆଦିଲ୍ଲୀ ସ୍ଥିତ ଏପିଜେ ଅବଦୁଲ କାଲାମ୍‌ ରୋଡ ଗୃହରେ ନବୀନଙ୍କ ୫୦ ପ୍ରତିଶତ ଅର୍ଥାତ ଅଧା ଭାଗ ରହିଛି। ଉକ୍ତ ଜମିର ଇଲାକା ୧୧୧୧.୧୯ ଏକର ତଥା ୧୧୯୬୦.୮୪ ବର୍ଗଫୁଟ୍‌ । ଏଥି ମଧ୍ୟରୁ ୩୫୧୬.୯୨ ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି। ଏହା ବି ପୈତୃକ ସମ୍ପତ୍ତି ବୋଲି ଦର୍ଶାଯାଇଛି। ୨୨/୯/୨୦୧୪ର ମୂଲ୍ୟାୟନ ଅନୁଯାୟୀ ଉକ୍ତ ସମ୍ପତ୍ତି ମୂଲ୍ୟ ୪୩ କୋଟି ୩୬ଲକ୍ଷ ୧୮ହଜାର ଟଙ୍କା। ଫରିଦାବାଦର ଟିକିରିଖେରା ଠାରେ ୨୨.୭ଏକର ପରିମିତ ଇଲକାରେ ଫାର୍ମ ଓ କୋଠା ରହିଛି। ଏହା ବି ତାଙ୍କ ପୈତୃକ ସମ୍ପତ୍ତି। ୩୧/୩/୨୦୧୭ର ମୂଲ୍ୟାୟନ ଅନୁଯାୟୀ ଉକ୍ତ ସମ୍ପତ୍ତିର ମୂଲ୍ୟର ୧୦କୋଟି ୭୫ଲକ୍ଷ ୫୧ହଜାର ୭୧ଟଙ୍କା। ସମୁଦାୟ ସ୍ଥାବର ସମ୍ପତ୍ତି ତଥା ପୈତୃକ ସମ୍ପତ୍ତିର ବର୍ତ୍ତମାନ ମୂଲ୍ୟ ୬୩କୋଟି ୬୪ଲକ୍ଷ ୧୫ହଜାର ୨୬୧ଟଙ୍କା ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି।

୨୦୧୩-୧୪ ଠାରୁ ୨୦୧୭-୧୮ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦାଖଲ କରିଥିବା ଇନକମ୍‌ ଟ୍ୟାଙ୍କ ରିଟର୍ଣ୍ଣର ତଥ୍ୟ ମଧ୍ୟ ସତ୍ୟପାଠରେ ଦାଖଲ କରିଛନ୍ତି। ୨୦୧୩-୧୪ରେ ୧୨ଲକ୍ଷ ୬୫ହଜାର ୪୭୨, ୨୦୧୪-୧୫ରେ ୧୨ଲକ୍ଷ ୫୬ହଜାର ୧୩୦, ୨୦୧୫-୧୬ରେ ୧୨ଲକ୍ଷ ୯୬ହଜାର ୯୪୪, ୨୦୧୬-୧୭ରେ ୧୪ଲକ୍ଷ ୮୪ହଜାର ୬୪୭ ଏବ˚ ୨୦୧୭-୧୮ରେ ୨୧ଲକ୍ଷ ୧୭ହଜାର ୨୨୩ଟଙ୍କା ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ୧୯୮୦ ମସିହାରେ ମଡେଲର ଏକ ଆମ୍ବାସାଡାର କାର ରହିଛି। ଏହା ପୈତୃକ ସମ୍ପତ୍ତି ହୋଇଥିବା ବେଳେ ବର୍ତ୍ତମାନର ମୂଲ୍ୟ ୮୯୦୫ଟଙ୍କା ହେବ ବୋଲି ଦର୍ଶାଯାଇଛି। ଉକ୍ତ କାରର ନମ୍ବର ରହିଛି ଓଆର-୦୨-ଏ-୭୦୦୭।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ୨୦୧୪ରେ ହଞ୍ଜିଳି ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଥିଲେ ଯେ, ତାଙ୍କ ପାଖରେ ନଗଦ ୧୫ହଜାର ଟଙ୍କା ରହିଛି। ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୭ଲକ୍ଷ ୭୫ହଜାର ୪୩୩ଟଙ୍କା। ଅସ୍ଥାବର ତଥା ପୈତୃକ ସମ୍ପତ୍ତିର ମୂଲ୍ୟ ୨୦୧୧ ଆକଳନ ଅନୁଯାୟୀ ୧୧୮କୋଟି ୮୬ଲକ୍ଷ ୬୨ହଜାର। ଏହି ଅସ୍ଥାବର ସମ୍ପତ୍ତି ମଧ୍ୟରେ କଟକର ଆନନ୍ଦଭବନ ଅର୍ନ୍ତଭୁକ୍ତ ଥିଲା। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପରିବାର ଆନନ୍ଦଭବନ ଘରକୁ ମ୍ୟୁଜିୟମ ପାଇଁ ଦାନ କରି ସାରିଛନ୍ତି।

ସମ୍ବନ୍ଧିତ ଖବର