କାଳିଆ ହେଲ୍‌ପ ଲାଇନ୍‌ ସେଣ୍ଟର୍‌ରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କାଳିଆ ଯୋଜନା ସମ୍ପର୍କରେ ଚାଷୀଙ୍କୁ ସୂଚନା ଦେବା ପାଇଁ ଓକାକ୍‌ ପରିସରରେ ‘କାଳିଆ ହେଲ୍‌ପ୍‌ ଲାଇନ୍‌ ସେଣ୍ଟର୍‌’ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ। ଏଠାରେ ସେ ଗଞ୍ଜାମ ଜିଲ୍ଲାର ଜଣେ ଚାଷୀ ବି ମାଧବାସ୍ବାମୀଙ୍କ ସହ କଥା ହୋଇଥିଲା। ହେଲ୍‌ପ୍ ଲାଇନ୍‌ ସେଣ୍ଟର୍‌ କିପରି କାର୍ଯ୍ୟ କରୁଛି, ତାହା ମୁଖ୍ୟମନ୍ତ୍ରୀ ବୁଲି ଦେଖିଥି‌େଲ। ରବିବାର ସମେତ ସବୁଦିନ ଏହି ସେଣ୍ଟର୍‌ ଖୋଲା ରହିବ ବୋଲି ସେ କହିଥିଲେ। କାଳିଆ ଯୋଜନା ସମ୍ପର୍କରେ ଚାଷୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଏଠାରେ ୨୪ ଘଣ୍ଟା କର୍ମଚାରୀ ନିୟୋଜିତ ରହିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର